ମର୍ମନ୍ତୁଦ ସଡକ ଦୁର୍ଘଟଣା, ଫୁଟପାଥରେ ଶୋଇଥିବା ୭ ଲୋକଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କର, ୫ ମୃତ

ଆଗ୍ରା : ଜିଲ୍ଲାର ସିକନ୍ଦରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମେନପୁରୀରୁ ଗୁଡଗାଓଁ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଫୁଟପାଥରେ ଶୋଇଥିବା ୭ ଜଣ ଲୋକଙ୍କ ଉପରେ ଚଢ଼ିଗଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଲୋକଙ୍କର ପ୍ରାଣବାୟୁ ଉଡିଗଲା। ସେହିପରି ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି, ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ସୂଚନା ଅନୁଯାୟୀ ଟ୍ୟାଙ୍କର ଉପରେ ଶୋଇଥିବା ୫ ଜଣଙ୍କ ଜୀବନ ନେବା ପରେ ପୋଲିସ ଟ୍ୟାଙ୍କରକୁ ଜବତ କରିଛି। କିନ୍ତୁ ଟ୍ୟାଙ୍କରର ଡ୍ରାଇଭର ଏବଂ ହେଲପର ଉଭୟ ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.