ଆଜି ଭୁବନେଶ୍ୱରରୁ ୪୬ ଜଣ କରୋନା ପଜେଟିଭ ଚିହ୍ନଟ, ୨୪ ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରେ ୨୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥିବା ବେଳେ ୨୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ପାତ୍ରପଡା ଏମ୍‌ସ ନିକଟରୁ ଜଣେ ଲୋକାଲ କଣ୍ଟାକ୍ଟ କେସ୍ ଆସିଛି । କଟକରୋଡ ନିକଟରୁ ୩୦ ବର୍ଷୀୟ ଯୁବକ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲର ୩ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆରଟିଓ ଅଫିସରୁ ୪ଟି କେସ୍‌ ସାମ୍ନାକୁ ଆସିଥିବା ବେଳେ ୟୁନିଟ-୮ରୁ ଜଣେ ୫୭ ବର୍ଷୀୟ ଯୁବକ, ନୟାପଲ୍ଲୀରୁ ଜଣେ, ଘାଟିକିଆରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ୪୧ ବର୍ଷୀୟ ପୁରୁଷ, ବମିଖାଲରୁ ଜଣେ, ପୋଖରୀପୁଟରୁ ଜଣେ, କୋଳଥିଆରୁ ଜଣେ ୨୨ ବର୍ଷୀୟ ମହିଳା, ଜୟଦେବ ବିହାର ଅଞ୍ଚଳରୁ ଜଣେ, ସରକାରୀ ହସିପଯଶଳର ୨ ଜଣ ମହିଳା କର୍ମଚାରୀ, କଳିଙ୍ଗ ନଗରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଗଙ୍ଗନଗରରୁ ୧୪ ବର୍ଷ ବାଳକ, ଘରୋଇ ହସିପଟାଲରୁ ଜଣେ, ପାତ୍ରପଡା ନିକଟରେ ଥିବା ଘରୋଇ ହସପିଟାଲର ୫୪ ବର୍ଷୀୟ ପୁରୁଷ ଏବଂ ଖଣ୍ଡଗିରି ଅଞ୍ଚଳରୁ ୨୭ ବର୍ଷୀୟ ମହିଳା ପଜେଟିଭ ଚିହ୍ନଟ ହୋଇଛନ୍ତି।

Coronavirus

ସେହିପରି ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨ଟି କେସ୍ ଆସିଛି । ଏହାସହ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ପଜିଟିଭ କେସ୍ ୫୨୫କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୨୯୫ ଜଣ । ୭ ଜଣଙ୍କର ଜୀବନ ଯାଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨୨୨ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.