ଜେଲ କର୍ମଚାରୀଙ୍କ ମହାନତା: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦୁଇ କନେଷ୍ଟବଳ

ମାନକାନଗିରି: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନେଷ୍ଟବଳ। ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ମହାନତା ପାଇଁ ଜଣଙ୍କ ଜୀବନ ବଞ୍ଚାଇପାରିଛି। ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହେବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ତେବେ କଏଦୀଙ୍କ ପରିବାରର କେହି ନଆସିବାରୁ ଶେଷରେ ଜେଲର ଦୁଇ କନେଷ୍ଟବଳ ତାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି।

constableଏକ ହତ୍ୟା ମାମଲାରେ କଏଦୀ ଭାବେ ଜେଲରେ ଥିବା ଦୁରୁଆ ଗୁରୁତର ହେବା ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ଡାକ୍ତର କହିବା ପରେ ପରିବାର ଲୋକ ନଆସିବାରୁ ଦୁଇ କନେଷ୍ଟବଳ ରକ୍ତଦାନ କରିଥିଲେ। ଦୁଇ କନେଷ୍ଟବଳଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି।

constable

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.