ବସନ୍ତ ପଞ୍ଚମୀରେ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଶୈଳୀଙ୍କୁ ନେଇ ଉତ୍ତେଜନା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ବସନ୍ତ ପଞ୍ଚମୀ ଅବସରରେ, ତ୍ରିପୁରାର ଅଗରତାଲା ଠାରେ ମାତା ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ଖୁବ ବିବାଦ ସୃଷ୍ଟି ହୋଇଛି । ଅଗରତାଲାର ଏକ ସରକାରୀ କଲେଜରେ ସରସ୍ୱତୀ ପୂଜା ସମୟରେ ବିନା ପାରମ୍ପରିକ ଶାଢୀରେ ଦେବୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା ।

ବସନ୍ତ ପଞ୍ଚମୀ ଅବସରରେ, ତ୍ରିପୁରାର ଅଗରତାଲା ଠାରେ ମାତା ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ଖୁବ ବିବାଦ ସୃଷ୍ଟି ହୋଇଛି । ଅଗରତାଲାର ଏକ ସରକାରୀ କଲେଜରେ ସରସ୍ୱତୀ ପୂଜା ସମୟରେ ବିନା ପାରମ୍ପରିକ ଶାଢୀରେ ଦେବୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା । ଏବିଭିପି ଏବଂ ବଜରଙ୍ଗ ଦଳର କର୍ମୀମାନେ ପାରମ୍ପାରିକ ଶାଢୀ ବିନା ଦେବୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିର ଘୋର ବିରୋଧ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ମା’ ସରସ୍ୱତୀ ଦେବୀଙ୍କ ଏକ ପ୍ରତିମୂର୍ତ୍ତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଲୋକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।

ଏବିଭିପି ଏହି ପ୍ରତିବାଦ ଆରମ୍ଭ କରି ପାରମ୍ପାରିକ ଭାରତୀୟ ପୋଷାକ ଅର୍ଥାତ ଶାଢ଼ୀ ନ ପିନ୍ଧି ପ୍ରତିମୂର୍ତ୍ତିର ଅଶ୍ଳୀଳତା ଉପରେ ଉଦ୍ବେଗ ପ୍ରକାଶ କରିଥିଲା, ଯାହା ପରେ ପରେ ବଜରଙ୍ଗ ଦଳ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ତ୍ରିପୁରାରେ ଏବିଭିପି ସାଧାରଣ ସମ୍ପାଦକ ଦିବ୍ୟାକର ଆଚାର୍ଜୀ ଦେବୀ ସରସ୍ୱତୀଙ୍କ ଭୁଲ ଚିତ୍ରଣ ଉପରେ ଦୃଢ ଆପତ୍ତି ଜଣାଇଥିଲେ । ଏବିଭିପି ସାଧାରଣ ସମ୍ପାଦକ ଦିବ୍ୟାକର ଆଚାର୍ଜୀ ଗତକାଲି ଅର୍ଥାତ ବୁଧବାର ଦିନ କହିଛନ୍ତି, “ଯେପରିକି ଆମେ ସମସ୍ତେ ଜାଣୁ ଯେ ଆଜି ବସନ୍ତ ପଞ୍ଚମୀ ଏବଂ ଆଜି ଦେବୀ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ । ସକାଳେ ଆମେ ସମସ୍ତେ ଖବର ପାଇଲୁ ଯେ ସରକାରୀ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ଦେବୀ ସରସ୍ୱତୀଙ୍କ ପ୍ରତିମାକୁ ବହୁତ ଭୁଲ ଏବଂ ଅଶ୍ଳୀଳ ଢଙ୍ଗରେ ତିଆରି କରାଯାଇ ପୂଜା କରାଯାଉଛି ।

ବିକ୍ଷୋଭକାରୀମାନେ ଅଗରତାଲା ସରକାରୀ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜକୁ ଦେବୀ ସରସ୍ୱତୀଙ୍କ ମୂର୍ତ୍ତିକୁ ଶାଢ଼ୀ ପିନ୍ଧେଇବାକୁ ଦାବି କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ଛାତ୍ର ସଙ୍ଗଠନ ଏବିଭିପି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । କଲେଜ ପ୍ରଶାସନ କହିଛି ଯେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ହିନ୍ଦୁ ମନ୍ଦିରରେ ଉପସ୍ଥିତ ଥିବା ପାରମ୍ପାରିକ ମୂର୍ତ୍ତି ସହିତ ହିଁ ସମାନ ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିବାର ସେମାନଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ।

ବହୁ ଉତ୍ତେଜନା ଓ ବିବାଦ ପରେ କଲେଜ ପ୍ରଶାସନ ଶେଷରେ ଦେବୀ ସରସ୍ଵତୀଙ୍କ ଏହି ପ୍ରତିମାକୁ ବଦଳାଇ ପୂଜା ପେଣ୍ଡାଲ ପଛରେ ପୁରୁଣା ପ୍ରତିମାକୁ ପ୍ଲାଷ୍ଟିକ୍ ଫଏଲ୍ ଦ୍ୱାରା ଆଚ୍ଛାଦନ କରିଦେଇଥିଲେ । ଏବେ ଏହି ଖବର ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାର ଲାଗିଛି ଏବଂ ଲୋକମାନେ ମା’ ସରସ୍ଵତୀଙ୍କର ଏଭଳି ମୂର୍ତ୍ତିକୁ ନେଇ ଘୋର ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ କଲେଜ କିମ୍ବା ଏବିଭିପି ଏବଂ ବଜରଙ୍ଗ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଅଭିଯୋଗ କରାଯାଇ ନାହିଁ ତେଣୁ ଏବେ ପର୍ଯ୍ୟନ୍ତ ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.