ପାରାସୁଟ୍‌ ରାଇଡ କରୁ କରୁ ଛିଡିଗଲା ରସି ଉଡିଗଲେ ଦମ୍ପତି, ତାପରେ କଣ ହେଲା ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଆଜିର ସମୟରେ ଅଧିକାଂଶ ଯୁବପିଢ଼ୀଙ୍କୁ ଆଡଭେନଚର ବହୁତ ପସନ୍ଦ। ଏହି କାରଣରୁ ବାହାଘର ପରେ ହିଁ ନବଦମ୍ପତି ହନିମୁନ ପାଇଁ ବୁଲିଯିବା ସହିତ ଆଡଭେନଚର ଗେମ୍ସର ବି ମଜା ଉଠାଉଛନ୍ତି। ତେଣିକି ଯେତେ ବି ସେଥିରେ ବିପଦ ଥାଉ ନା କାହିଁକି। କପଲ କିମ୍ବା ଯୁବପୀଢ଼ି ଏଥିପାଇଁ ପୂରା ପାଗଳ ହୋଇଥାନ୍ତି। ଆଉ ଏହି କାରଣରୁ ଖେଳରେ କ୍ରେଜ ନେବାକୁ ଯାଇ ମରଣ ମୁହଁକୁ ଚାଲିଯାଉଛନ୍ତି ଲୋକେ। ଗତ କିଛି ବର୍ଷରେ ଆଡଭେନଚର ବଢ଼ିବା କ୍ରେଜ ସହିତ ଛୋଟ ଭୁଲ୍‌ କାରଣରୁ ଲୋକମାନେ ମରଣ ମୁହଁକୁ ଚାଲିଯାଉଥିବା ଖବର ବି ସାମ୍ନାକୁ ଆସୁଛି। ଏମିତି ହିଁ ଏକ ମାମଲା ନିକଟରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ପାରାସେଲିଙ୍ଗ କରିବା ଜଣେ କପଲଙ୍କ ପାଇଁ ମହାବିପଦ ଆଣିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଯେ ଆପଣଙ୍କ ଲୋମଟାଙ୍କୁରୀ ଉଠିବ।

ମିଡିଆ ଖବର ଅନୁଯାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଅଜିତ କଥାଡ ନିଜ ସ୍ତ୍ରୀ ସରଳାଙ୍କ ସହିତ ଆଡଭେନଚରର ମଜା ନେବା ପାଇଁ ନାଗାଓ ସମୂଦ୍ର ତଟରେ ପହଁଚିଥିଲେ। ଏଠାରେ ରବିବାର ସକାଳ ସମୟରେ ଅଜିତ ନିଜ ସ୍ତ୍ରୀଙ୍କ ସହ ପାରାସେଲିଙ୍ଗ ରାଇଡର ମଜା ଉଠାଇବା ପାଇଁ ଚାହିଁଲେ। ଏଥିପାଇଁ ସମୂଦ୍ରରେ ଚାଲୁଥିବା ମୋଟର ବୋଟରେ ବନ୍ଧା ହୋଇଥିବା ପାରାସୁଟରେ ଆକାଶକୁ ଉଡି ରାଇଡ କରି ଅଲଗା ଅନୁଭୁତି ରଖିବାକୁ ଚାହିଁଥିଲେ। ତାଙ୍କର ପାରାସୁଟର ରସି ମୋଟର ବୋଟ ସହ ବନ୍ଧାଥିଲା। ଏହା ଭିତରେ ତାଙ୍କର ରସି ମଝିରୁ ଛିଡିଗଲା। ଯାହାପରେ ଉଭୟ ହଜାର ହଜାର ଫୁଟ୍‌ ଉପରକୁ ଉଡିଗଲେ ଆଉ ତାପରେ ବହୁତ ଜୋରସେ ଆସି ସମୂଦ୍ରରେ ପଡିଲେ। ମୃତ୍ୟୁର ନିକଟବର୍ତ୍ତୀ ଥିବା ଏହି ଚିତ୍ରକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ ପାରାସୁଟରେ ଉଡି ମଜା ନେଉଥିବା ନବଦମ୍ପତିଙ୍କୁ ବି ଜଣାନଥିଲା ଯେ ସେମାନେ ଉଡୁଥିବା ରସି ଛିଡିଯାଇଛି। କିନ୍ତୁ ଯେମିତି ହିଁ ଉପରକୁ ଉଡିଯାଇ ବହୁତ ଦୃତ ବେଗରେ ଆସି ପାଣିରେ ପଡିଲେ ତାଙ୍କ ସାମ୍ନାରେ ମୃତ୍ୟୁ ଛିଡା ହୋଇଥିବା ଦେଖିବାକୁ ପାଇଲେ। କିନ୍ତୁ ଦୁଇଜଣ ଯାକ ନିଶ୍ଚିତ ମୃତ୍ୟୁ ମୁହଁରୁ ରକ୍ଷା ପାଇଗଲେ।

ଏହି ଲୋମଟାଙ୍କୁରା ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଟ୍ଵିଟରରେ ନାମକ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି। ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି ଲୋକେ। କିଏ କହୁଛି ଉକ୍ତ ପାରାସେଲିଙ୍ଗ କରାଉଥିବା ଲୋକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ତ ଆଉ କିଏ କହୁଛନ୍ତି କପଲଙ୍କ ଉପରେ। କିନ୍ତୁ ଯାହାର ବି ଦୋଷ ଥାଉ ନା କାହିଁକି ଏ ଦୃଶ୍ୟ ବହୁତ ଖତରନାକ। ଏ ଛାତିଥରା ଭିଡିଓକୁ ଏବେ ସୁଦ୍ଧା ହଜାର ହଜାର ଲୋକ ଦେଖିସାରିଲେଣି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ କିଛି ଦିନରେ ପାରାସେଲିଗ କରି ଦୁର୍ଘଟଣା ଘଟୁଥିବା ମାମଲା ଅନେକ ଆସିଥିବା ଜଣାପଡିଛି। ତେଣୁ ମଜା କରନ୍ତୁ କିନ୍ତୁ ନିଜ ଜୀବନକୁ ବିପଦରେ ପକାଇ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.