Below header

ବୃଦ୍ଧାଶ୍ରମରେ ୬୫ ବର୍ଷର ଅପର୍ଣ୍ଣାଙ୍କୁ ଭଲ ପାଇ ବସିଲେ ୭୦ ବର୍ଷୀୟ ସୁବ୍ରତ, ସବୁ ବାଧାବିଘ୍ନକୁ ଭାଙ୍ଗି କରି ନେଲେ ବିବାହ

କୁହାଯାଏ- ପ୍ରେମ କରିବାର କୌଣସି ବୟସ ନଥାଏ। କାହାକୁ କେତେ ବେଳେ କାହା ସହ ବି ପ୍ରେମ ହୋଇପାରେ। କାରଣ ପ୍ରେମ ଦେଖେନି ବୟସ କରି ରଙ୍ଗ ରୂପ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗର ଏକ ବୃଦ୍ଧାଶ୍ରମରେ। ଏଠାରେ ଏକ ବୃଦ୍ଧ ଦମ୍ପତିଙ୍କୁ ଏମିତି ପ୍ରେମ ହେଲା ଯେ ସେମାନେ ନିଜ ବାକି ଜୀବନ ଏକାଠି ବିତାଇବାକୁ ବିବାହ କରି ନେଇଛନ୍ତି। ଏହି ଦମ୍ପତି ହେଉଛନ୍ତି ସୁବ୍ରତ ସେନ୍‌ଗୁପ୍ତା ଓ ଅପର୍ଣ୍ଣା ଚକ୍ରବର୍ତ୍ତୀ। ଉଭୟଙ୍କ ଘର ପଶ୍ଚିମବଙ୍ଗ। ସୁବ୍ରତଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଅପର୍ଣ୍ଣାଙ୍କୁ ଏବେ ୬୫ ବର୍ଷ।

ସୁବ୍ରତ ସେନ୍‌ଗୁପ୍ତା ଓ ଅପର୍ଣ୍ଣା ଚକ୍ରବର୍ତ୍ତୀ ଉଭୟେ ଅବିବାହିତ। ସବୁ ବାଧାବିଘ୍ନ ଓ ରୁଢ଼ିବାଦୀ ଚିନ୍ତା ଧାରାକୁ ପଛରେ ପକାଇ ଏମାନେ ୭ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି। ବିବାହ ବୟସ ଚାଲି ଯାଇଥିଲେ ମଧ୍ୟ ଏମାନଙ୍କୁ ଜୀବନରେ ପ୍ରକୃତ ଭଲ ପାଇବା ମିଳି ନଥିବାରୁ ଏମାନେ ବାହା ହୋଇନଥିଲେ। କିନ୍ତୁ ବୃଦ୍ଧାଶ୍ରମକୁ ଆସିବା ପରେ ଏମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ସପ୍ତାହରେ ହିଁ ଉଭୟେ କୋର୍ଟ ମ୍ୟାରେଜ୍‌ କରିଛନ୍ତି।


ସୂଚନାନୁସାରେ, ସୁବ୍ରତ ସେନ୍‌ଗୁପ୍ତା ହେଉଛନ୍ତି ରାଜ୍ୟ ପରିବହନ ନିଗମର ଜଣେ ସେବାନିବୃତ କର୍ମଚାରୀ। ଚାକିରି ସରିବା ପରେ ସେ ନିଜ ଭାଇଙ୍କ ପରିବାର ସହ ରହୁଥିଲେ। କିନ୍ତୁ ୨ ବର୍ଷ ତଳେ ତାଙ୍କୁ ଲାଗିଲା ଯେ ସେ ସେଠାରେ ବୋଝ ହୋଇ ଯାଇଛନ୍ତି। ଏଣୁ ସେ ବୃଦ୍ଧାଶ୍ରମକୁ ଚାଲିଆସିଥିଲେ।

ସେହିପରି ଅପର୍ଣ୍ଣା କୋଲକାତାରେ ଜଣେ ପ୍ରଫେସରଙ୍କ ଘରେ କାମ କରୁଥିଲେ। ୫ ବର୍ଷ ତଳେ ତାଙ୍କୁ ମାଲିକ କାମରୁ ବାହାର କରିଦେଇଥିଲେ। ସେ ଘରକୁ ଯିବାକୁ ଚାହୁଁଥିଲେ ।କିନ୍ତୁ ସେଠାରେ କେହି ତାଙ୍କୁ ନ ଆପଣାଇବାରୁ ନିଜ ସମସ୍ତ ଜମାପୁଞ୍ଜି ସହ ସେ ବୃଦ୍ଧାଶ୍ରମକୁ ଆସିଥିଲେ।

ବୃଦ୍ଧାଶ୍ରମରେ ସୁବ୍ରତ ଅପର୍ଣ୍ଣାଙ୍କୁ ଦେଖିବା ପରେ ଅନୁଭବ କରିଥିଲେ ଯେ ଇଏ ହିଁ ସେହି ମହିଳା ଯାହାକୁ ସେ ମନେ ମନେ ଖୋଜୁଥିଲେ। ଏଣୁ ଆଉ ସମୟ ନଷ୍ଟ କରି ସେ ଅପର୍ଣ୍ଣାଙ୍କୁ ଜୀବନସାଥୀ କରି ନେଇଥିଲେ। ଏବେ ସେମାନେ ପରସ୍ପରର ସହ ଖୁସି ଅଛନ୍ତି ବୋଲି କହିଛନ୍ତି ସୁବ୍ରତ ଓ ଅପର୍ଣ୍ଣା।

Also Read: ନବରାତ୍ରରେ ତିଳକ ଲଗାଇ ସ୍କୁଲ ଯିବାରୁ ଛାତ୍ରୀଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ମୁସଲିମ୍‌ ଶିକ୍ଷକ, ହେଲେ ସସ୍‌ପେଣ୍ଡ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.