Below header

ଷ୍ଟାଇଲିସ୍‌ କାଉ କରୁଛି ର‍୍ୟାମ୍ପ ଓ୍ଵାକ୍‌, ବିଶ୍ୱାସ ଲାଗୁନଥିଲେ ଦେଖନ୍ତୁ ଏହି ଭିଡିଓ

କାଉ କରୁଛି ର‍୍ୟାମ୍ପ ଓ୍ଵାକ୍‌। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ସତସତିକା ମଡେଲଙ୍କ ଭଳି ଅଣ୍ଟାକୁ ହଲେଇ ହଲେଇ ଚାଲୁଛି କାଉ। ଦେଖିଲେ ଆପଣ ବି କହିବେ କୋଉଠୁ ବୋଧେ ଟ୍ରେନିଂ ନେଇଛି। ଏହି କାଉର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ ବି କରୁଛନ୍ତି।

ଦେଖନ୍ତୁ ଭିଡିଓ:


କାଉର ର‍୍ୟାମ୍ପ୍‌ ଓ୍ଵାକ୍‌ ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ‘ଆଇ ଆମ୍‌ ଲିମିଟେଡ୍‌ ଏଡିସନ୍‌ ଓ୍ଵିଥ୍‌ ଆନ୍‌ ଆଟିଚ୍ୟୁଡ୍‌’।

କାଉର ଏହି ମଡେଲ ଚାଲି ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି। କିଛି ୟୁଜର କାଉର ଏହି ଚାଲିକୁ ମତୁଆଲା ବୋଲି କହିଥିବା ବେଳେ ଆଉ କିଛି କ୍ୟାଟ୍‌ ଓ୍ଵାକ୍‌ କହିଛନ୍ତି।

ସୁଶାନ୍ତ ନନ୍ଦ ଏହି ଭିଡିଓକୁ ମାର୍ଚ୍ଚ ୨୩ ତାରିଖରେ ସେୟାର କରିଛନ୍ତି। ଏବେ ଯାଏଁ ଏଥିରେ ୪ ହଜାର ଲାଇକ୍‌ ମିଳିଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.