ଓଜନ କମ୍‌ କରିବା ପାଇଁ ଜଳଖିଆରେ ଖାଆନ୍ତୁ ଏସବୁ ଜିନିଷ, ଆଶ୍ଚର୍ଯ୍ୟଜନକ ଭାବେ ହେବେ ପତଳା

ଓଜନ କମ୍‌ କରିବା ପାଇଁ ଏକ୍ସରସାଇଜ୍‌ ଯେତିକି ଦରକାର ଡାଏଟ୍‌ ବି ଠିକ୍‌ ସେତିକି ଆବଶ୍ୟକ। ଖାଇବା ପିଇବା କମାଇ ଓଜନ କରିହେବ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି। ସୁସ୍ଥ ଭାବେ ଓଜନ କମାଇବାକୁ ଡାଏଟ୍‌ରେ ପରିବର୍ତ୍ତନ କରିବା ମଧ୍ୟ ଆବଶ୍ୟକତା ରହିଛି। ଏଥିପାଇଁ ଆପଣଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଓ ତେଲ ଜିନିଷ ସେବନ ବନ୍ଦ କରିବାକୁ ପଡ଼ିବ। ତେବେ ଆଜି ଆସନ୍ତୁ ଜାଣିବା ଓଜନ କମାଇବାକୁ ଜଳଖିଆରେ କେଉଁ କେଉଁ ଜିନିଷ ଖାଇବା ଉଚିତ୍‌।

ଓଜନ କମାଇବା ପାଇଁ ଯଦି ଦଲିଆ ଖାଇ ଖାଇ ବିରକ୍ତ ହୋଇଗଲେଣି ତେବେ ମଟରର ତିଆରି ଚିଲ୍ଲା ଖାଆନ୍ତୁ। ଗ୍ରୀନ୍‌ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥାଏ। ଆପଣ ଚାହିଁଲେ ଓଟ୍ସ ଇଟିଲି ବି ଖାଇପାରିବେ। ଏହା ଓଜନ କମାଇବା ପାଇଁ ସବୁଠୁ ଭଲ ଅପସନ୍‌। ମଟର ଉପମା ବି ଆପଣଙ୍କ ଡାଏଟ୍‌କୁ ସନ୍ତୁଳିତ ରଖିବା ପାଇଁ ସବୁଠୁ ଭଲ ବିକଳ୍ପ।

ଆପଣ ଚାହିଁଲେ ସିଝା ଅଣ୍ଡାରେ ଏଗ୍‌ ଚାଟ୍‌ କରି ମଧ୍ୟ ଖାଇପାରିବେ। ଅଣ୍ଡାରେ ପ୍ରୋଟିନ୍‌, ଭିଟାମିନ ଓ ମିନେରାଲ୍ସ ଭରି ରହିଥାଏ। ଯାହା ଆପଣଙ୍କ ଭୋକ ମାରିବା ସହ ଓଜନ ବି କଣ୍ଟ୍ରୋଲରେ ରଖିବ। ଏଥିସହ ବ୍ରେକ୍‌ଫାଷ୍ଟରେ ଓଟ୍ସ ଖେଚୁଡ଼ି, ନଡ଼ିଆ ରାଇତା, ମେଥି ଜୁଆଣି ପରଟା ବି ଖାଇପାରିବେ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବା ସହ ଦିନ ସାରା ହାଲ୍‌କା ବି ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.