ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ : ୯୯.୯୫ପ୍ରତିଶତ ମାର୍କ ରଖି ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ। ୧୩ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ମାତ୍ର ୬ ଦିନରେ ରେଜଲ୍ଟ ପ୍ରକାଶ କଲା NTA। ତେବେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା। ସେ ମୋଟ ୯୯. ୯୫ପ୍ରତିଶତ ମାର୍କ ରଖିଛନ୍ତି।

ମାର୍ଚ୍ଚ ମାସରେ ଜେଇଇ ମେନ୍‌ ପରୀକ୍ଷା ପାଇଁ ୬ଲକ୍ଷ ୧୯ହଜାର ୩୬୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ତାରିଖ ଯାଏ ପରୀକ୍ଷା ଚାଲିଥିଲା।

ଏହାପୂର୍ବରୁ ମାର୍ଚ୍ଚ ୮ରେ ଜେଇଇ ମେନ୍‌ ଫେବୃୟାରୀ ସେସନ୍‌ର ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୬ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.