ରାସ୍ତା ପାର୍ ହେଉଥିବା ସମୟରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା, ଭିଡିଓ ହେଲା ଭାଇରାଲ

ପ୍ରଳୟଙ୍କାରୀ ବାତ୍ୟା ତାଉତେ ତା’ର କରାଳ ରୂପ ଦେଖାଇଛି । ଏଥିରେ ଅନେକଙ୍କ ଜୀବନ ମଧ୍ୟ ହାନି ହୋଇଛି । ଘର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ବାତ୍ୟା ପରେ ମଧ୍ୟ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରକ୍ଷାକାରୀ ଟିମ ସେଠାରେ ପହଞ୍ଚି ଅନେକ କାର୍ଯ୍ୟ ମଧ୍ୟ ଆରମ୍ଭ କରିସାରିଛି । ତେବେ ଏହି ବାତ୍ୟାରେ ଅନେକ ଗଛ ନଷ୍ଟ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ମୁମ୍ବାଇ ସ୍ଥିତ ଡୋମ୍ବିବାଲୀ ଇଲାକାର । ଏଠାରେ ଏକ ମହିଳା ରାସ୍ତା ପାର୍ କରିବା ସମୟରେ ପାଖରେ ଥିବା ଏକ ଗଛର ବଡ଼ ଡାଳ ଅଚାନକ ଭାଙ୍ଗି ପଡିଥିଲା । ଏହି ବିଷୟରେ ମହିଳା ଜଣକ ଅବଜ୍ଞ ଥିଲେ । ଭାଗ୍ୟ ବଳରୁ ଅଳ୍ପକେ ବର୍ତ୍ତିଲେ ମହିଳା । ଏହି ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ..

ଏହି ଭିଡିଓକୁ ନ୍ୟୁଜ ଏଜେନ୍ସି ଏଏନଆଇ ମଙ୍ଗଳବାର ସେୟାର କରିଥିଲେ । ଏହି ୮ ସେକେଣ୍ଡର ଭିଡିଓ ଏବେ ଚାରିଆଡେ ଘୂରି ବୁଲୁଛି । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଥିବା ଏହି ମହିଳା ଜଣକ ଭିଡିଓକୁ ଏବେ ଖୁବ ପସନ୍ଦ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.