ବୁଲେଟ୍ ଧରି ଯୁବତୀମାନଙ୍କ ଡେୟାର ଡେଭିଲ୍ ଷ୍ଟଣ୍ଟ, ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ ଚକିତ
ବର୍ତ୍ତମାନ ସମୟରେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ନିଜର ପରିଚୟ ତିଆରି କରିନଥିବେ। ସବୁ କାମରେ ପାରଙ୍ଗମ। ଯେମିତି ଏହି ଯୁବତୀମାନଙ୍କ ଡେୟାର ଡେଭିଲ୍ ଷ୍ଟଣ୍ଟ। ବୁଲେଟ୍ ଦ୍ଵାରା ଦୁଃସାହସିକ କୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି।

ବାଲେଶ୍ବର(କେନ୍ୟୁଜ୍): ବର୍ତ୍ତମାନ ସମୟରେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ନିଜର ପରିଚୟ ତିଆରି କରିନଥିବେ। ସବୁ କାମରେ ପାରଙ୍ଗମ। ଯେମିତି ଏହି ଯୁବତୀମାନଙ୍କ ଡେୟାର ଡେଭିଲ୍ ଷ୍ଟଣ୍ଟ। ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସରେ ଆୟୋଜିତ ହୋଇଥିଲା ଦୁଃଶାସିକ ଷ୍ଟଣ୍ଟ ପ୍ରଦର୍ଶନ । ଆଉ ଏଭଳି ଦୁଃଶାସିକ ଷ୍ଟଣ୍ଟକୁ ପ୍ରଦର୍ଶନ କରିଥିଲେ ବିଶ୍ବବିଦ୍ୟାଳୟର ଏକ ମହିଳା ଟିମ୍ । ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜିନା ପ୍ରିୟଙ୍କା ଜେଠୀ । ବୁଲେଟ୍ ଦ୍ଵାରା ଦୁଃସାହସିକ କୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି । ଜଣେ ଯୁବତୀ ହୋଇ ଡେୟାର ଡେଭିଲ୍ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି।
ଫକୀର ମୋହନ ବିଶ୍ବବିଦ୍ୟାଳୟରେ ବିଶ୍ବ ମହିଳା ଦିବସ ଅବସରରେ ଜିନା ବିଶ୍ବବିଦ୍ୟାଳୟର କିଛି ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ବୁଲେଟ ରାଇଡିଂ କରିଥିଲେ । ଯେଉଁଥିରେ ଜିନା ରାଇଡିଂ କରୁଥିଲେ ଓ ତାଙ୍କ ସହ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସହ କିଛି ଛାତ୍ରୀ ଭାଗ ନେଇଥିଲେ । ସଡ଼କ ସୁରକ୍ଷା ନିୟମକୁ ଗୁରୁତ୍ବ ଦେବା ସହ ମହିଳାମାନେ ମଧ୍ୟ ସବୁ କିଛି କରିପାରିବେ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ। ଏଭଳି ଦୁଃସାହସିକ କାର୍ଯ୍ୟକ୍ରମ ବିଶ୍ବବିଦ୍ୟାଳୟରରେ ପ୍ରଥମ କରି ହୋଇଥିଲା ।
ତେବେ ପୂର୍ବରୁ ପରେଡ୍ରେ ଜିନା ଡେର ଡେଭିଲ୍ରେ ଅଂଶଗ୍ରହଣ କରିଥିବା ବେଳେ । ନିଜର ଏଭଳି ସାହସ ଓ କୌଶଳ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ମହର୍ଷି ଡେୟାର ଡେଭିଲ୍ କଲେଜରେ ଫ୍ଲାଇଂ ଲେପ୍ଟନାଣ୍ଟ ମିହିର ରଂଜନ ସୋରେନଙ୍କଠାରୁ ଜିନା ପ୍ରଶିକ୍ଷଣ ନେଇଥିଲେ । ଜିନା ଦେଢ଼ ବର୍ଷ ପୂର୍ବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ। ପାଖାପାଖି ୧୩ ବର୍ଷର ଅଭିଜ୍ଞତା ରଖିଥିବା ଜିନା ମହିଳା ଦିବସରେ ଏହି ବୁଲେଟ ରାଇଡିଂ କରିବାକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କଠାରୁ ଅନୁମତି ଲୋଡ଼ିଥିଲେ।
କୁଳପତି ଅନୁମତି ଦେବା ପରେ ଆରମ୍ଭ କରିଥିଲେ ବାଇକ୍ ଷ୍ଟଣ୍ଡ୍ ପାଇଁ ପ୍ରସ୍ତୁତି। ଏହି ପରମେସନ୍ ରାଇଡିଂରେ ଜିନାଙ୍କ ସହିତ ମନସ୍ତତ୍ୱ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜସ୍ମିନ୍ ସାମନ୍ତରାୟ, ଛାତ୍ରୀ ଚାନ୍ଦିନୀ ନାୟକ, ନାଗି ଜାମୁଦା, ଗୀତାଞ୍ଜଳି ଦାସ ସାମିଲ ହୋଇଥିଲେ। ତେବେ ସମସ୍ତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଜିନାଙ୍କ ଦକ୍ଷତା, ସାହସିକତାକୁ ପ୍ରଶଂସା କରିବା ସହ ଷ୍ଟଣ୍ଟ ପ୍ରଦର୍ଶନର ମଜା ଉଠାଇଥିଲେ । ସତରେ ଏମାନେ ବି ଜଣାଇ ଦେଇଛନ୍ତି ନାରୀ ଅବଳା କି ଦୁର୍ବଳା ନୁହଁ। ଗୋଟେ ନାରୀ ହିଁ କରିପାରେ ସବୁ ଅସମ୍ଭବକୁ ସମ୍ଭବ