ଉତ୍ତରାଖଣ୍ଡରେ ରହିଛି ଏହି ରହସ୍ୟ ମନ୍ଦିର, ଯେଉଁଠି ଆପେ ଆପେ ହୁଏ ମାଆଙ୍କ ରୂପ ପରିବର୍ତ୍ତନ

ଏ ଦେଶ ହେଉଛି ପୁଣ୍ୟ ଭୂମିର ଦେଶ। ଏଠାରେ ଭଗବାନଙ୍କ ମନ୍ଦିର ଅସଂଖ୍ୟ ଭାବେ ରହିଛି। ଯାହାର ସଠିକ ଗଣନା କରିବା ଅସମ୍ଭବ। ତେବେ ଏଠାରେ ଥିବା ପ୍ରତ୍ୟେକ ମନ୍ଦିରରେ ଅନେକ ଚମତ୍କାର ଘଟଣା ଘଟିଥାଏ। ଏହାସହ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଏହିସବୁ ସ୍ଥାନ ବେଶ ଖ୍ୟାତି ଅର୍ଜନ କରିଛି। ଆଜି ଆମେ ଦେଶର ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ ଯେଉଁଠି ମାତାଙ୍କ ମୂୂର୍ତ୍ତି ଦିନକୁ ୩ ଥର ରୂପ ପରିବର୍ତ୍ତନ କରିଥାଏ।

uttarkhand
pc: newstrack ;live, news track

ଆମ ଧର୍ମଗ୍ରନ୍ଥ ଅନ୍ୟଠୁ ବହୁତ ସ୍ୱତନ୍ତ୍ର। ଯାହାକୁ ହୁଏତ ଏବେର ସମୟରେ ଶୁଣିଲେ କିଛି ଜଣ ବିଶ୍ୱାସ କରିବେନି। କିନ୍ତୁ ଏହା ବାସ୍ତବିକ। ପୁରାଣ ଓ ଲୋକକଥା ତଥା ଇତିହାସକୁ ଧ୍ୟାନ ଦେଲେ ଜଣାପଡେ ଯେ, ଏହି ସବୁ ଘଟଣା ଏକଦମ ସତ। ଆଜି ଯେଉଁ ମନ୍ଦିର ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ ତାହା ଉତ୍ତରାଖଣ୍ଡରେ ରହିଛି। ଏହି ମନ୍ଦିରର ନାମ ଧାରୀଦେବି ମନ୍ଦିର। ଏହି ମନ୍ଦିର ରହସ୍ୟ ସମ୍ପର୍କରେ ପୁରା ପ୍ରମାଣ ଆଜି ବି ବୈଜ୍ଞାନିକ ମାନେ ଜାଣି ପାରିନାହାନ୍ତି।

ଶୁଣିବାକୁ ଏମିତି ମିଳେ ଯେ, ଧାରୀ ଦେବି ମନ୍ଦିରରେ ଥିବା ମାତା ଦିନକ ୁ ୩ଥର ନିଜ ରୂପ ପରିବର୍ତ୍ତନ କରିଥାନ୍ତି। କୁହାଯାଏ ଯେ, ସକାଳ ସମୟରେ ମାଆଙ୍କ ମୂର୍ତ୍ତି କନ୍ୟାା ରୂପେ ଦର୍ଶନ ଦିଅନ୍ତି। ଦ୍ୱିପ୍ରହର ସମୟରେ ମାଆ ଯୁବତୀ ରୂପରେ ପୂଜା ପାଆନ୍ତି। ଶେଷରେ ସନ୍ଧ୍ୟା ସମୟରେ ମାଆ ବୁଢ଼ି ମାଆ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ମନ୍ଦିରଟି ଉତ୍ତରାଖଣ୍ଡର ଶ୍ରୀନଗରରୁ ୧୪ କିମି ଦୂରରେ ଅବସ୍ଥିତ ।ଏହି ମନ୍ଦିରକୁ ଚମତ୍କାରୀ ମନ୍ଦିର ରୂପେ ମନାଯାଏ।

uttarkhand pic one
pc: sambhav holidays

ଏହାକୁ ଦେଖି ଭକ୍ତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି। ବର୍ଷ ୨୦୧୩ରେ ଉତ୍ତାରାଖଣ୍ଡରେ ଭୀଷଣ ରୂପେ ବନ୍ୟା ହୋଇଥିଲା। ଏହି ସମୟରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିଲା। କୁହାଯାଏ ଯେ ମାତାଙ୍କ ମନ୍ଦିର ମୂଳ ସ୍ଥାନରୁ ଉଠାଇ ନିଆଯାଇଥିଲା। ତେଣୁ ଏହିି ଭୟାନକ ବିପଦ ଆସିଥିଲ।। ଲୋକଙ୍କ କହିବା ଅନୁଯାୟୀ ୧୬ ଜୁନ ୨୦୧୩ ମସିହା ସନ୍ଧ୍ୟା ସମୟରେ ଦେବୀ ମାଆଙ୍କୁ ନିଜ ମୂଳ ସ୍ଥାନରୁ ହଟାଇଦିଆଯାଇଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ହିଁ ରାଜ୍ୟରେ ଭୀଷଣ ବର୍ଷା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.