କ’ଣ ସତରେ ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ? ଏହା ପଛରେ କ’ଣ କିଛି ସତ୍ୟତା

ଆମ ଦେଶରେ ଏକ ପୁରାତନ ବିଶ୍ୱାସ ଅଛି ଯେ ଯଦି ନାଗ କିମ୍ବା ନାଗୁଣୀକୁ ହତ୍ୟା କରାଯାଏ, ତେବେ ତାଙ୍କୁ ହତ୍ୟା କରୁଥିବା ବ୍ୟକ୍ତିର ଚିତ୍ର ସାପ ଆଖିରେ ରହିଯାଇଥାଏ । ପରେ ନାଗୁଣୀ ନିଜ ଯୋଡ଼ା ଅର୍ଥାତ ନାଗର ମୃତ୍ୟୁ ପାଇଁ ପ୍ରତିଶୋଧ ନେବାକୁ ଆସିଥାଏ । ଆଜିକାଲି ଯୁଗରେ ଫିଲ୍ମ ଏବଂ ସିରିଏଲ ଏହି ଧାରଣାକୁ ଆହୁରି ଦୃଢ କରୁଛି ।

ଆପଣ ପ୍ରାୟତଃ ଫିଲ୍ମ ଏବଂ ସିରିଏଲରେ ଦେଖିଥିବେ ଯେ ଯଦି ନାଗକୁ ହତ୍ୟା କରାଯାଏ, ତେବେ ନାଗୁଣୀ ନିଶ୍ଚିତ ଭାବରେ ପ୍ରତିଶୋଧ ନେବାକୁ ଆସିଥାଏ । ଏହି କଥା ଓ ଚିତ୍ରକୁ ଆପଣ ମାନେ ବହୁତ ହିଁ ଉପଭୋଗ କରନ୍ତି ଆଉ ତାକୁ ନେଇ ମନରେ ପ୍ରଶ୍ନ ବି ଆସେ କ’ଣ ସତରେ ଏମିତି ହୋଇଥାଏ । ସାଧାରଣ ଲୋକଙ୍କ ମନରେ ମଧ୍ୟ ଏ ବିଷୟରେ ସମାନ ଧାରଣା ରହିଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କିଛି ସତ୍ୟତା ଅଛି ନା ଏହା କେବଳ ଏକ ଭ୍ରମ ।

ଆମ ଦେଶରେ ଏକ ପୁରାତନ ବିଶ୍ୱାସ ଅଛି ଯେ ଯଦି ନାଗ କିମ୍ବା ନାଗୁଣୀକୁ ହତ୍ୟା କରାଯାଏ, ତେବେ ତାଙ୍କୁ ହତ୍ୟା କରୁଥିବା ବ୍ୟକ୍ତିର ଚିତ୍ର ସାପ ଆଖିରେ ରହିଯାଇଥାଏ । ପରେ ନାଗୁଣୀ ନିଜ ଯୋଡ଼ା ଅର୍ଥାତ ନାଗର ମୃତ୍ୟୁ ପାଇଁ ପ୍ରତିଶୋଧ ନେବାକୁ ଆସିଥାଏ । ଆଜିକାଲି ଯୁଗରେ ଫିଲ୍ମ ଏବଂ ସିରିଏଲ ଏହି ଧାରଣାକୁ ଆହୁରି ଦୃଢ କରୁଛି । ଏହି କାରଣ ଯୋଗୁଁ ଆଜି ମଧ୍ୟ ସାପକୁ ମାରିବା ପରେ ଏହାର ଶରୀରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଆଯାଏ । ଏକ ନାଗ ମରିଯିବା ପରେ ନାଗୁଣୀ ସେହିଦିନ କିମ୍ବା କିଛି ଦିନ ମଧ୍ୟରେ ସେହି ସ୍ଥାନକୁ ଆସିଥାଏ ।

ତେବେ ନାଗଙ୍କ ମୃତ୍ୟୁ ପରେ ନାଗୁଣୀ ସେହି ସ୍ଥାନକୁ କାହିଁକି ଆସେ? ନାଗକୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ଚିତ୍ର କ’ଣ ନାଗୁଣୀ ଦେଖି ପାରନ୍ତି କି? କ’ଣ ସତରେ ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ?ତେବେ ଏହା ପଛରେ କ’ଣ କିଛି ସତ୍ୟତା ରହିଛି ନା ଏହା କେବେଳ ଏକ କାଳ୍ପନିକ କଥା । ବାସ୍ତବରେ, ଏହା ପଛରେ ଏକ ବୈଜ୍ଞାନିକ କାରଣ ଅଛି, ଯାହା ସାପର ଶରୀର ଗଠନ ସହ ଜଡିତ । ସାପର ଶରୀରରେ ଏକ ମସ୍କ ଗ୍ରନ୍ଥି ଥାଏ ଯାହା ସେମାନଙ୍କୁ ମାରିବା ସମୟରେ ଅନେକ ଥର ଫାଟିଯାଏ । ଏହାକୁ କସ୍ତୁରୀ ଗ୍ରନ୍ଥି ମଧ୍ୟ କୁହାଯାଏ କାରଣ ଏହା ଏକ ବିଶେଷ ପ୍ରକାରର ଗନ୍ଧ ନିର୍ଗତ କରେ ।

ଏହି ଗ୍ରନ୍ଥି ଫାଟିଯିବା ପରେ ବାୟୁରେ ଉପସ୍ଥିତ ଥିବା ଏହି ଗନ୍ଧ ଅନ୍ୟ ସାପମାନଙ୍କୁ ଆକର୍ଷିତ କରିଥାଏ । ନାଗର ମୃତ୍ୟୁ ପରେ ନାଗୁଣୀ ପ୍ରାୟତଃ ସେହି ସ୍ଥାନରେ ଦେଖାଯାଏ କାରଣ ଏହି ଗ୍ରନ୍ଥିରୁ ବାହାରୁଥିବା ଗନ୍ଧ ନାଗୁଣୀକୁ ଆକର୍ଷିତ କରିଥାଏ । ସୀମିତ ପରିମାଣରେ ନିର୍ଗତ ହେଉଥିବା ଏହି ରାସାୟନିକ ଗନ୍ଧ ଯୋଗୁଁ ହିଁ ନାଗୁଣୀମାନେ ନାଗର ମୃତ୍ୟୁ ହୋଇଥିବା ସ୍ଥାନର ଆଖପାଖରେ ବୁଲନ୍ତି । ଅନେକ ଥର, ଅନ୍ୟ ନାଗମାନେ ମଧ୍ୟ ଏହି ସୁଗନ୍ଧ ପାଇ ମୃତ ସାପ ଆଡକୁ ଆସିଥାନ୍ତି । ତେବେ ଏହି ସୁଗନ୍ଧ ପାଇଁ ଆସୁଥିବା ନାଗୁଣୀ ଏହି ଭ୍ରମ ସୃଷ୍ଟି କରେ ଯେ ସେମାନେ ସାପର କ୍ଷତି କରିଥିବା ବ୍ୟକ୍ତିଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ଆସିଛନ୍ତି । ବୈଜ୍ଞାନିକଙ୍କ ମତ ଅନୁଯାୟୀ ସାପର ମସ୍ତିଷ୍କ ଅନ୍ୟ ସରୀସୃପଙ୍କ ପରି ଛୋଟ ହୋଇଥାଏ ।

ଏଭଳି ପରିସ୍ଥିତିରେ, ସେମାନଙ୍କର ଦୀର୍ଘ ସମୟ ପର୍ଯ୍ୟନ୍ତ କିଛି ମନେ ରଖିବାର କ୍ଷମତା ନଥାଏ । ଏପରି ପରିସ୍ଥିତିରେ ନାଗୁଣୀ ପ୍ରତିଶୋଧ ନେବାର ପ୍ରଶ୍ନ ଉଠେ ନାହିଁ । ଏପରିକି ସେମାନେ ବହୁତ ଦୂରରେ ଥିବା ଜିନିଷ ମଧ୍ୟ ଶୁଣିପାରନ୍ତି ନାହିଁ । କିନ୍ତୁ ସେମାନଙ୍କର ଘ୍ରାଣ ଶକ୍ତି ବହୁତ ଶକ୍ତିଶାଳୀ ହୋଇଥାଏ । ସମୟର ପରିବର୍ତ୍ତନରେ ସାପ ବିଷୟରେ ଅନେକ ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତ ବ୍ୟାଖା କରାଯାଉଛି । ଯାହାର କୌଣସି ସତ୍ୟତା ନାହିଁ । ବାସ୍ତବିକ୍ ସାପର ଆଖିରେ ନା କୌଣସି ଚିତ୍ର ଦେଖାଯାଇଥାଏ ଏବଂ ନାହିଁ କୌଣସି ପ୍ରତିଶୋଧର ଭାବନା ରହିଥାଏ । ଏହାବ୍ୟତୀତ ସାପକୁ ଯେତେବେଳେ ବିପଦ ଅନୁଭବ ହୋଇଥାଏ ସେହି ସମୟରେ ସେ ପ୍ରତିକ୍ରିୟା ବ୍ୟକ୍ତ କରିଥାଏ । କିନ୍ତୁ ପ୍ରତିଶୋଧ ନେବା ଭଳି ଘଟଣା ସତ୍ୟ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.