ବିଜେପିରେ ମିଶିଲେ ଅନୁଭବ ମହାନ୍ତି, ୨ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ପଦ୍ମ ଧରିଲେ ଅନୁଭବ ମହାନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ତେବେ ସେ ପୂର୍ବରୁ କିଛି ଦିନ ହେବ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ବେଳେ ଶେଷରେ ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌) : ପଦ୍ମ ଧରିଲେ ଅନୁଭବ ମହାନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ତେବେ ସେ ପୂର୍ବରୁ କିଛି ଦିନ ହେବ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ବେଳେ ଶେଷରେ ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ସିନେଷ୍ଟାର ପ୍ରଥମେ ଅରିନ୍ଦମ ରଏ, ତା’ପରେ ସିଦ୍ଧାନ୍ତ ମହାପାତ୍ର ଆଉ ଦୁଇ ଦିନ ପୂର୍ବରୁ ଅନୁଭବ ମହାନ୍ତି ବିଜେଡି ଛାଡିଥିଲେ । ସିଦ୍ଧାନ୍ତ, ଅରିନ୍ଦମ, ଆକାଶଙ୍କ ପରେ ଏବେ ଅନୁଭବ ବିଜେପିମୁହାଁ ହୋଇଛନ୍ତି । ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ବିଭିନ୍ନ ସମୟରେ ବ୍ୟକ୍ତିଗତ କାରଣ ପାଇଁ ବିବାଦରେ ରହିଆସୁଥିଲେ ଅନୁଭବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.