ମଙ୍ଗଳବାର କାହାକୁ ଦିଅନ୍ତୁନି ଉଧାର, ଜୀବନ ସାରା ପଶ୍ଚାତାପ କରିବେ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମଙ୍ଗଳବାର ଦିନ ରାମଭକ୍ତ ହନୁମାନ ଏବଂ ମଙ୍ଗଳଦେବଙ୍କୁ ସମର୍ପିତ। ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ଉପରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ, ସେମାନେ ଆଜି ଦିନରେ ମଙ୍ଗଳଦେବଙ୍କ ଉପାସନା କରିବା ଜରୁରୀ। ଯଦି ଭଗବାନ ହନୁମାନ ଏବଂ ମଙ୍ଗଳଦେବ ପ୍ରସନ୍ନ ହୋଇଯିବେ, ତେବେ ଜାତକ ଜୀବନରେ ମଙ୍ଗଳ ହେବ। କିନ୍ତୁ ମଙ୍ଗଳବାର ଦିନ ଏମିତି କିଛି ଜିନିଷ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ, ଯାହା ପାଇଁ ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡିବ ଆଉ ଆପଣଙ୍କୁ ଏଥିପାଇଁ ପଛରେ ପଶ୍ଚାତାପ କରିବାକୁ ପଡିପାରେ।

ଏହାଛଡ଼ା ସବୁ ଗ୍ରହଙ୍କ ତୁଳନାରେ ମଙ୍ଗଳଙ୍କୁ କ୍ରୁର ଗ୍ରହ ବୋଲି କୁହାଯାଏ । ତେଣୁ ଏହି ଦିନ ବଜରଙ୍ଗବଲୀ ହନୁମାନଙ୍କ ପୂଜା ଆରଧନା କଲେ ମଙ୍ଗଳ ଦୋଷ ନଷ୍ଟ ହୋଇଥାଏ । ଯଦି ଆପଣଙ୍କ ଜାତକରେ ମଙ୍ଗଳଦୋଷ କିମ୍ବା ମଙ୍ଗଳ ଅଶୁଭ ସ୍ଥିତିରେ ରହିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣାଇ ଆପଣ ସବୁଦିନ ପାଇଁ ଏହିସବୁ ଦୋଷରୁ ମୁକ୍ତି ପାଇପାରିବେ ।

ମଙ୍ଗଳବାର ଦିନ କ’ଣ କରିବେ ନାହିଁ :

– ଯଦି ଆପଣ ମଙ୍ଗଳବାର ଦିନ ବ୍ରତ ଉପବାସ କରନ୍ତି, ତେବେ କେବେ ବି ଭୁଲରେ ଲୁଣ ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

– ମଙ୍ଗଳବାର ଦିନ ପଶ୍ଚିମ, ଉତ୍ତର ଦିଗରେ ଯାତ୍ରା କରିବା ଅନୁଚିତ। ଯଦି ଯାତ୍ରା କରିବା ଜରୁରୀ ହୋଇଥାଏ, ତେବେ ଘରୁ ଗୁଡ ଖାଇ ବାହାରନ୍ତୁ।

– ମଙ୍ଗଳବାର ଦିନ ମାଂସ ଏବଂ ମଦ ଖାଇବା ଉଚିତ ନୁହେଁ। ମଙ୍ଗଳବାର ଦିନ ଏହାର ସେବନ କଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

– ମଙ୍ଗଳବାର ଦିନ କାହାଠାରୁ ଉଧାର ନିଅନ୍ତୁ ନାହିଁ। ମଙ୍ଗଳବାର ଦିନ କାହାକୁ ଉଧାର ଦେଲେ, ତାହା ଆଉ ଫେର ନାହିଁ।

– ମଙ୍ଗଳବାର ଦିନ ଶୁକ୍ର ଏବଂ ଶନି ସହିତ ଜଡିତ କୌଣସି କାମ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା କାମ ଉପରେ ଓଲଟା ପ୍ରଭାବ ପଡିଥାଏ।

Hanuman

– ମଙ୍ଗଳବାର ଦିନ କୌଣସି ସାଙ୍ଗ ହେଉ ଅବା ଭାଇ ପାଟିତୁଣ୍ଡ କରନ୍ତୁ ନାହିଁ। ଏହାଯୋଗୁଁ ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡେ।

– ମଙ୍ଗଳବାର ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ, ଏହିଦିନ ପ୍ରଣୟ ସମ୍ବନ୍ଧ ନ ରଖିବା ଭଲ।

– ହନୁମାନଙ୍କୁ ଭୂମିପୁତ୍ର କୁହାଯାଏ। ତେଣୁ ମଙ୍ଗଳବାର ଦିନ ନୂଆ ଘର କିଣନ୍ତୁ ନାହିଁ କିମ୍ବା ତିଆରି କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ରୋଗ ସମସ୍ୟା ଦେଖାଯାଏ। ଏହାସହ ଆର୍ଥକ ସ୍ଥିତି ଖରାପ ହୋଇଯାଏ।

-ଏହି ଦିନ କେହି ବ୍ୟକ୍ତି କଳା ରଙ୍ଗର ବସ୍ତ୍ର କିଣିବା କିମ୍ବା ପିନ୍ଧିବା କଥା ନୁହେଁ । ଏହାଦ୍ୱାରା ଶନି ଗ୍ରହଙ୍କ ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ । ତେଣୁ ଏହି ଦିନ ଲାଲ୍‌ ରଙ୍ଗର କପଡା ପିନ୍ଧିବା ବ୍ୟକ୍ତି ପାଇଁ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.