ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ବସ୍‌: ୪ ମୃତ, ୧୦ ଗୁରୁତର

ଉତ୍ତରପ୍ରଦେଶ କୁଶୀନଗର ସ୍ଥିତ ହାଟା କୋତବାଲି ଜାତୀୟ ରାଜପଥ ୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହାଟା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ଭିତରେ ୧୦ ଜଣକ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ବସ୍‌ ବିହାରର ମଧେପୁରା ଜିଲ୍ଲାରୁ ଶ୍ରମିକକୁ ନେଇ ପଞ୍ଜାବ ଯାଉଥିଲା। ବସରେ ଯାଉଥିବା ଶ୍ରମିକ କହିଛନ୍ତି, ଡ୍ରାଇଭର ଦ୍ରୁତ ଗତିରେ ବସ୍‌ ଚଲାଉଥିଲା। ତେଣୁ ହାଟା କୋତବାଲିର ବାଘନାଥ ଛକ ନିକଟର ଏକ ଟ୍ରକ ଠିଆ ହୋଇଥିଲା। କିନ୍ତୁ ବସ୍‌ ଗତି ଅଧିକ ରହିଥିବା ଯୋଗୁଁ ବସ୍‌ ଉପରେ ନିୟନ୍ତ୍ରଣ ରଖିପାରିନଥିଲେ ଡ୍ରାଇଭର। ତେଣୁ ବସ୍‌ ଓ ଟ୍ରକ ମଧ୍ୟରେ ଜୋରରେ ଧକ୍କା ହୋଇଥିଲା।

ରାତି ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଯାହାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ବସ୍‌ରେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ସହିତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିଲେ।

ଘଟଣା ବିଷୟରେ ଜାଣିବା ପରେ ପୋଲିସ ଏସପି ଧବଲ ଜଏସଓ୍ଵାଲ ଜିଲ୍ଲା ହସପିଟାଲରେ ପହଞ୍ଚି ଆହତଙ୍କୁ ସାକ୍ଷାତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.