Below header

ପୂଜା କରିବା ବେଳେ ଏହି ଠାକୁରଙ୍କୁ ଏହି ଫୁଲ ଅର୍ପଣ କରନ୍ତୁ ନାହିଁ : ନଚେତ ହୋଇଥାନ୍ତି ରୁଷ୍ଟ

ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଦେବୀ-ଦେବତାଙ୍କୁ ପୂଜାରେ ତାଙ୍କ ପ୍ରିୟ ଫୁଲ ଅର୍ପଣ କରିଥାନ୍ତି | ଫଳରେ ଭଗବାନ ଏଥିରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି | ହେଲେ ଠାକୁରଙ୍କୁ ଏମିତି କିଛି ଫୁଲ ଅର୍ପଣ କରନ୍ତୁ ନାହିଁ ଯାହାଦ୍ୱାରା ସେ କ୍ରୋଧିତ ହେବେ | ଆଜି ଆସନ୍ତୁ ଜାଣିବା କେଉଁ ଫୁଲ କେଉଁ ଠାକୁରଙ୍କୁ ଦେବା ଉଚିତ ନୁହେ |

ଶ୍ରୀରାମଙ୍କୁ ଏହି ଫୁଲ ଅର୍ପଣ କରନ୍ତୁ ନାହିଁ : ଧାର୍ମିକ ମାନ୍ୟତା ଅନୁସାରେ ରାମଜୀଙ୍କ ପୂଜାରେ ଭୁଲ କରି ବି କନିଅର ଓ ମାଧବୀ ଫୁଲ ଅର୍ପଣ କରନ୍ତୁ ନାହିଁ |

ଭଗବାନ ବିଷ୍ଣୁଙ୍କୁ ଏହି ଫୁଲ ଅର୍ପଣ କରନ୍ତୁ ନାହିଁ : ଭଗବାନ ବିଷ୍ଣୁଙ୍କୁ ଅଗସ୍ତ୍ୟ ଓ ମାଧବୀ ଫୁଲ ଅର୍ପଣ କରନ୍ତୁ ନାହିଁ |

ମା’ ପାର୍ବତୀଙ୍କୁ ଚଢାନ୍ତୁ ନାହିଁ ଏହି ଫୁଲ : ମା’ ପାର୍ବତୀଙ୍କୁ ଭୁଲରେ ମଦାର ଫୁଲ ଅର୍ପଣ କରନ୍ତୁ ନାହିଁ | ମା’ ରୁଷ୍ଟ ହୋଇ ଫଳ ଦିଅନ୍ତି ନାହିଁ |
ଭଗବାନ ଶିବଙ୍କ ଠାରୁ ଦୂରରେ ରଖନ୍ତୁ ଏହି ଫୁଲ : ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ | ଏହାଦ୍ୱାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି |

ସୂର୍ଯ୍ୟଦେବଙ୍କୁ ଏହି ଫୁଲ ଅର୍ପଣ କରନ୍ତୁ ନାହିଁ : ମାନ୍ୟତା ଯେ ସୂର୍ଯ୍ୟଦେବଙ୍କ ପୂଜା ସମୟରେ ବେଲପତ୍ର ଅର୍ପଣ କରନ୍ତୁ ନାହିଁ | ଏଥିରେ ସୂର୍ଯ୍ୟଦେବ ଅସନ୍ତୁଷ୍ଟ ହୋଇଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.