Below header

ଭଗବାନ ଗଣେଶଙ୍କର ଏହି ଅଙ୍ଗକୁ କଦାପି କରନ୍ତୁ ନାହିଁ ଦର୍ଶନ, ହୋଇଥାଏ ଅଶୁଭ ! ଅଜାଣତରେ ଦର୍ଶନ କରିଦେଲେ ମାଗି ନିଅନ୍ତୁ କ୍ଷମା

ବିଘ୍ନ ବିନାଶକ ଭଗବାନ ଗଣେଶଙ୍କୁ ଆରାଧନା କଲେ ଶ୍ରଦ୍ଧାଳୁଙ୍କୁ ସମସ୍ତ ସୁଖ, ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଗଣେଶ ନିଜ ଭକ୍ତଙ୍କ ଉପରେ ବିଶେଷ କୃପା ସଦାବେଳେ ବଜାୟ ରଖିଥାନ୍ତି। ତାଙ୍କୁ ଦର୍ଶନ କରିବା ମାତ୍ରେ ଅନେକ ପାପ କ୍ଷୟ ହୋଇଯାଇଥାଏ। କିନ୍ତୁ ତାଙ୍କ ପିଠିକୁ ଦର୍ଶନ କରିବା ବହୁତ ଅଶୁଭ ବୋଲି କୁହାଯାଏ।

ganesh2

ଗଣେଶଙ୍କ ଶରୀରରେ ଜୀବନ ଏବଂ ବ୍ରହ୍ମାଣ୍ଡ ସହିତ ଜଡ଼ିତ ସମସ୍ତ ଅଙ୍ଗ ବିଦ୍ୟମାନ ରହିଛି। ତାଙ୍କର ପ୍ରତ୍ୟେକ ଅଙ୍ଗର ବିଶେଷ ମହତ୍ତ୍ୱ ଅଛି। ଗଣେଶଙ୍କ ଶୁଣ୍ଢରେ ଧର୍ମ ବିଦ୍ୟମାନ ଅଛି, କାନରେ ବେଦର ସ୍ତୁତି, ଡାହାଣ ହାତରେ ବର, ବାମ ହାତରେ ଅନ୍ନ, ପେଟରେ ସମୃଦ୍ଧି, ନାଭିରେ ବ୍ରହ୍ମାଣ୍ଡ, ଆଖିରେ ଲକ୍ଷ୍ୟ, ଗୋଡ଼ରେ ସାତ ଲୋକ ଏବଂ ମସ୍ତକରେ ବ୍ରହ୍ମଲୋକ ବିଦ୍ୟମାନ ଅଛନ୍ତି। ଭଗବାନ ଗଣେଶଙ୍କୁ ସାମ୍ନାରୁ ଦର୍ଶନ କଲେ ଏ ସମସ୍ତ ସୁଖ ମିଳିଥାଏ। ଘରେ ସମୃଦ୍ଧି ବଢ଼ିଥାଏ।

ganesh3

ମାନ୍ୟତା ରହିଛି, ଗଣପତିଙ୍କ ପିଠିରେ ଦାରିଦ୍ର୍ୟତା ବାସ କରିଥାଏ। ଏଥିପାଇଁ ଗଣେଶଙ୍କୁ ଦର୍ଶନ ପଛ ଆଡ଼ୁ କରିବା ଉଚିତ ନୁହେଁ। ପୂଜାରେ ପରିକ୍ରମା କରିବା ସମୟରେ ବି ତାଙ୍କ ପିଠିର ଦର୍ଶନ କରିବା ଉଚିତ ନୁହେଁ। ପିଠିକୁ ଦର୍ଶନ କଲେ ଘରେ ଦାରିଦ୍ର୍ୟତା ବଢ଼ିଯାଇପାରେ। ଯଦି ଅଜାଣତରେ ଗଣେଶଙ୍କ ପିଠିକୁ ଦର୍ଶନ କରିଦିଅନ୍ତି, ତେବେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.