ଦୀପାବଳି ରାତିରେ ନିଶ୍ଚୟ କରନ୍ତୁ ଏହି ୫ ଶକ୍ତିଶାଳୀ ଉପାୟ; ଦୂର ହୋଇଯିବ ଜୀବନର ସବୁ ସମସ୍ୟା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ଉତ୍ସବ ପାଳନ କରାଯାଇଥାଏ। ଦୀପାବଳିକୁ ଦୀପ ଓ ଆଲୋକର ପର୍ବ କୁହାଯାଏ। ଏହି ଦିନ ଧନ, ସମୃଦ୍ଧି ପ୍ରାପ୍ତି ପାଇଁ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା କରାଯାଏ। କିଛି ଜାଗାରେ ମା’ କାଳୀଙ୍କର ମଧ୍ୟ ପୂଜନ ହୋଇଥାଏ। ମାନ୍ୟତା ଅନୁସାରେ, ଦୀପାବଳି ରାତିରେ ଯେଉଁ ବି ମନୋକାମନା ମଗା ଯାଇଥାଏ, ସେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା, ଦୀପାବଳି ରାତିରେ କରାଯାଉଥିବା ୫ ଶକ୍ତିଶାଳୀ ଉପାୟ…।

୧. ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ ହଳଦୀ: ଦୀପାବଳି ରାତିରେ ଗଣେଶ ଠାକୁରଙ୍କୁ ଦୁଇ ଖଣ୍ଡ ହଳଦୀ ଅର୍ପଣ କରିବା ଉଚିତ୍‌। ରାତି ସାରା ଏହି ହଳଦୀ ଗଣେଶଙ୍କ ଚରଣରେ ପଡ଼ି ରହିବ। ପରଦିନ ଏହାକୁ ନିଜ ଧନ ରଖିବା ସ୍ଥାନରେ ୧ ବର୍ଷ ପାଇଁ ରଖି ଦିଅନ୍ତୁ। ଏହା ଦ୍ୱାରା ଧନ ସଞ୍ଚୟ ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇ ପାରିବ।

୨. ମା’ ଲକ୍ଷ୍ମୀଙ୍କୁ ପୂଜନ: ଦୀପାବଳି ରାତିରେ ମା’ ଲକ୍ଷ୍ମୀଙ୍କ ସାମ୍ନାରେ ଏକ ବଡ଼ ଘିଅ ଦୀପ ଜଳାଇବା ଉଚିତ୍‌। ଏହା ପରେ ମା’ ଲକ୍ଷ୍ମୀଙ୍କ ସାମ୍ନାରେ ଜାଳିଥିବା ଦୀପରେ ଦୁଇଟି କଉଡ଼ି ପକାଇ ଦିଅନ୍ତୁ। ପରଦିନ ସକାଳେ ସେହି କଉଡ଼ିଗୁଡ଼ିକୁ ବାହାର କରି ଲାଲ୍‌ କପଡ଼ାରେ ବାନ୍ଧି ନିଅନ୍ତୁ। ଏହାପରେ ଏହି ପୁଟୁଳିକୁ ନିଜ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ। ଯଦି ଆପଣ ଏହି ଉପାୟ ଦୀପାବଳି ରାତିରେ କରିବେ, ତ ସାରା ବର୍ଷ ଆପଣଙ୍କ ଘରେ ଧନର ସ୍ଥିରତା ରହିବ।

୩. ଗଙ୍ଗାଜଳ: ପୂଜା ସ୍ଥାନରେ ଲୋଟାରେ ଗଙ୍ଗାଜଳ ରଖନ୍ତୁ। ଗଙ୍ଗା ଜଳରେ ଚାନ୍ଦିର ପଇସା ପକାନ୍ତୁ। ପରଦିନ ସକାଳେ ଗଙ୍ଗା ଜଳକୁ ପୂରା ଘରେ ସିଞ୍ଚନ କରନ୍ତୁ। ବଳକା ପାଣିକୁ ଗଛରେ ପକାଇ ଦିଅନ୍ତୁ। ସେହି ଚାନ୍ଦି ପଇସାକୁ ନିଜ ପର୍ସରେ ରଖି ଦିଅନ୍ତୁ। ଏହା ପରେ ଆପଣଙ୍କ ଘରେ ଧନ, ସମୃଦ୍ଧି ଏବଂ ସମ୍ପନ୍ନତା ବଜାୟ ରହିବ। ପଇସାର ଆଗମନ ହେବ।

୪. ଗୋମତୀ ଚକ୍ର: ଦୀପାବଳି ରାତିରେ ୫ ଗୋମତୀ ଚକ୍ର ନିଅନ୍ତୁ। ପ୍ରତ୍ୟେକ ଗୋମତୀ ଚକ୍ରର ଚାରିପଟେ ସିନ୍ଦୁର ଲଗାଇ ଦିଅନ୍ତୁ। ଦୀପାବଳି ପୂଜା ପରେ ଗୋଟିଏ ଗୋଟିଏ କରି ସମସ୍ତ ଗୋମତୀ ଚକ୍ରକୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ଦୀପାବଳି ପରଦିନ ସେଗୁଡ଼ିକୁ ଲାଲ୍‌ କପଡ଼ାରେ ବାନ୍ଧି ଘରର ଏକ କୋଣରେ ଲୁଚେଇ ରଖି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

୫. ଧନର କଳସ: ଦୀପାବଳି ମଧ୍ୟ ରାତ୍ରିରୁ ଏକ କଳସ ନିଅନ୍ତୁ। ଏଥିରେ ୭ ପ୍ରକାରର ଶସ୍ୟକୁ ଅଳ୍ପ ଅଳ୍ପ କରି ରଖନ୍ତୁ। ଏହା ପରେ ଅଳ୍ପ ସିନ୍ଦୁର ଏବଂ ଏକ ପଇସା ପକାନ୍ତୁ। ପୁଣି କଳସ ମୁହଁରେ ଲାଲ୍‌ କପଡ଼ା ବାନ୍ଧି ରାତିରେ ହିଁ ରୋଷେଇ ଘରେ ରଖି ଦିଅନ୍ତୁ। ଏହା ଦ୍ୱାରା କ୍ୟାରିୟରରେ ଉନ୍ନତି ଘଟିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.