କାମ ବିଗୁଡ଼ୁଛି, ସ୍ୱପ୍ନ ଅଧୁରା ରହୁଛି କି? ଘରେ ଚାଉଳରେ କରନ୍ତୁ ଏହି ସହଜ ଉପାୟ; ଖୋଲିଯିବ ଭାଗ୍ୟର ତାଲା

ପ୍ରତ୍ୟେକ ମଣିଷର ଇଚ୍ଛା ଥାଏ କି, ତାକୁ ଏକ ଭଲ ଏବଂ ସୁଖମୟ ଜୀବନ ମିଳୁ। ତା’ର ଜୀବନରେ କୌଣସି ବି ଜୀବନର ଅଭାବ ନ ରହୁ। ସେ ପରିବାରର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିପାରୁ। ଏଥିପାଇଁ ଜଣେ କଠିନ ପରିଶ୍ରମ ବି କରିଥାଏ। କିନ୍ତୁ ଅନେକ ବାର ଏହାର ଫଳ ମିଳିପାରି ନ ଥାଏ। ଏହାର ପଛର କାରଣ ଜଣଙ୍କ ଭାଗ୍ୟ ହୋଇପାରେ। ଅନେକ ବାର ଭାଗ୍ୟ ସାଥ୍‌ ନ ଦେଲେ ମଣିଷର ସ୍ୱପ୍ନ ଅଧୁରା ରହିଯାଏ। ସେ କରୁଥିବା କାମ ବିଗିଡ଼ି ଯାଇଥାଏ। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ବିଷୟରେ କୁହାଯାଇଛି। ଏମିତି ହିଁ ଏକ ସହଜ ଉପାୟ ଚାଉଳର ରହିଛି, ଯାହାକୁ କରିବା ଦ୍ୱାରା ଭାଗ୍ୟର ତାଲା ଖୋଲି ଯାଇଥାଏ।

ଚାଉଳର ଉପାୟ

ହିନ୍ଦୁ ଧର୍ମରେ ଚାଉଳକୁ ବହୁତ ପବିତ୍ର ଶସ୍ୟ ରୂପେ ଗଣାଯାଏ। ଏହାକୁ ଅକ୍ଷତ ମଧ୍ୟ କୁହନ୍ତି, ଯାହାକୁ ଭଗବାନଙ୍କୁ ଅର୍ପଣ କରାଯାଇଥାଏ। ଏଥିସହ ଅନେକ ଧାର୍ମିକ କାର୍ଯ୍ୟରେ ବି ଚାଉଳର ବ୍ୟବହାର ହୋଇଥାଏ। ଚାଉଳରେ ଛୋଟ ଉପାୟ କରିବା ଦ୍ୱାରା ଭାଗ୍ୟର ସାଥ୍‌ ମିଳିବାକୁ ଲାଗିଥାଏ।

ତିଳକ

ଅକ୍ଷତର ଅଖଣ୍ଡିତ ଚାଉଳକୁ ରୋଲି ସହିତ ମଥାରେ ତିଳକ ଆକାରରେ ଲଗାଇବା ଉଚିତ। ଏମିତି କରିବା ଦ୍ୱାରା ଧନଲାଭର ଯୋଗ ରହିଥାଏ ଏବଂ ଧାର୍ମିକ ସମସ୍ୟା ଦୂର ହୋଇଥାଏ। ସେପଟେ ତମ୍ବା ଲୋଟାରେ ରୋଲି ସହିତ ଅଳ୍ପ ଚାଉଳ ଦେଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସୁପ୍ତ ଭାଗ୍ୟ ଜାଗ୍ରତ ହୋଇଯାଇଥାଏ।

ଲାଲ୍‌ କପଡ଼ାର ପୁଟୁଳି

ପୂର୍ଣ୍ଣିମା ଦିନ ସକାଳେ ଉଠି ସ୍ନାନ କରିବା ପରେ ଏକ ସଫା ଲାଲ୍‌ ରେଶମୀ କପଡ଼ା ନିଅନ୍ତୁ। ଏଥିରେ ଚାଉଳର ୨୧ଟି ଅଖଣ୍ଡିତ ଦାନା ରଖି ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ପୂଜା କରନ୍ତୁ। ଏବେ ଏହି କପଡ଼ାର ପୁଟୁଳି କରି ତାହାକୁ ପଇସା ଥିବା ବାକ୍ସରେ ରଖି ଦିଅନ୍ତୁ। ଆପଣ ଏହାକୁ ଧନ ଥିବା ସ୍ଥାନରେ ବି ରଖି ପାରିବେ। ଏହାଦ୍ୱାରା ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ି ନ ଥାଏ।

ଦାନ

ସୋମବାର ଦିନ ଅଧ କିଲୋ ଅଖଣ୍ଡିତ ବା ଅଧା ଚାଉଳ ନେଇ ଶିବ ମନ୍ଦିର ଯାଆନ୍ତୁ। ସେଥିରୁ ଗୋଟିଏ ମୁଠା ଚାଉଳ ନେଇ ଭଗବାନ ଶିବଙ୍କ ଉପରେ ଚଢ଼ାନ୍ତୁ। ଏହାପରେ ବଳକା ଚାଉଳକୁ କୌଣସି ଗରିବ କିମ୍ବା ଅସହାୟ ମଣିଷକୁ ଦାନ କରନ୍ତୁ। ଏହି ଉପାୟକୁ ଲଗାତାର ୫ ଦିନ ପର୍ଯ୍ୟନ୍ତ କରନ୍ତୁ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସବୁ ପ୍ରକାରର ସମସ୍ୟା ଦୂର ହୋଇଯାଇଥାଏ।