ଆମ ଦେଶରେ ମୁଖ୍ୟ ଯେଉଁଠି ରୁହନ୍ତି ସେ ବିଷୟରେ କେତେ ଜାଣନ୍ତି ଆପଣ …..

କୁହାଯାଏ ଛୋଟବେଳଠୁ ବଡ ହେବା ଯାଏଁ ଶିକ୍ଷା ବା ଜ୍ଞାନ ଆହରଣ କରିବା ସରେନି । କାରଣ ପ୍ରତି ଛୋଟ ଛୋଟ କଥାରୁ ଘଟଣାରୁ ବ୍ୟକ୍ତିବିଶେଷଠାରୁ ଅବା ପ୍ରତିଟି ଭୂଲରୁ ଆପଣ ଶିକ୍ଷା ନେଉଥିବେ । ସେମିତି ଆମ ଦେଶକୁ ନେଇ ଆପଣ ଅନେକ କିଛି ଜାଣିଛନ୍ତି ହେଲେ କେତେ କଥା ଆଖି ଆଗରେ ଥାଇ ବି ଅଣଦେଖା ହେଇୟାଏ । ଏଇ ଯେମିତି ଆମ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ନାଁ ତ ଆମେ ଜାଣିଛେ । କିନ୍ତୁ ସେ ଯେଉଁଟି ରହୁଛନ୍ତି ସେ ସ୍ଥାନକୁ ନେଇ ଆପଣଙ୍କ ଜ୍ଞାନ କେତେ । କେତେ ଜାଣନ୍ତି ରାଷ୍ଟ୍ରପତି ଭବନ ବିଷୟରେ । ଜାଣିବା ଏହି ଭିଡିଓରେ ।

ଏହା ଆପଣ ନିଶ୍ଚୟ ଜାଣନ୍ତି କି ମହାମହିମ ରାଷ୍ଟ୍ରପତିଙ୍କ ଆବାସ କୋଉଠି । ଯିଏ ବି ଏହି ପଦରେ ଥାନ୍ତି ତାଙ୍କୁ ରହିବା ପାଇଁ ରାଷ୍ଟ୍ରପତି ଭବନ ଦିଆଯାଏ । କିନ୍ତୁ ଆପଣଙ୍କ ମଧ୍ୟରୁ ଏହା ବହୁ କମ ଲୋକେ ଜାଣିଥିବେ କି ସ୍ୱାଧୀନତା ପୂର୍ବରୁ ଏହାକୁ ଭାଇସରାୟ ହାଉସ କୁହାଯାଉଥିଲା । ବ୍ରିଟିଶ ସମୟରେ ଜଣେ ଭାଇସରାୟଙ୍କୁ ନିଯୁକ୍ତ କରାଯାଏ । ଏବଂ ତାଙ୍କୁ ସେହି ଆବାସରେ ରହିବାକୁ ପଡିଥାଏ । କାରଣ ସେହି ଆବାସ ହିଁ ତାଙ୍କର ବାସସ୍ଥାନ । ଏଥି ସମ୍ପର୍କରେ ଜାଣିବା କିଛି ଖାସ ।

ରାଷ୍ଟ୍ରପତି ଭବନ ବା ପ୍ୟାଲେସ ରାୟସୀନା ହିଲ୍ସ ଉପରେ ତିଆରି କରାଯାଇଛି । ପ୍ରକୃତ କଥା ହେଉଛି ଏହି ପାହାଡର ନାମ ଦୁଇ ଗାଁ ଅର୍ଥାତ ରାୟସିନି ଓ ମାଲଚା ନାମରେ ରଖାଯାଇଛି । ବ୍ରିଟିଶ ଇଣ୍ଡିଆରେ ଦେଶର ଭାଇସରାୟଙ୍କ ମହଲ ନିର୍ମାଣ ପାଇଁ ଏମାନଙ୍କୁ ହଟାଇ ଦିଆୟାଇଥିଲା ।

ରାଷ୍ଟ୍ରପତି ବନକୁ ନିର୍ମାଣ କରିବାରେ ୧୭ବର୍ଷର ସମୟ ଲାଗିଥିଲା । ଏହାର ନିର୍ମାଣରେ ୨୯ହଜାରରୁ ଅଧିକ ଶ୍ରମିକ ସାମିଲ ଥିଲେ । ଏହାକୁ ତିଆରି କରାଇବା ପାଇଁ ୭୦ କୋଟି ଇଟା ଓ ୩୦ଲକ୍ଷ ଘନଫୁଟ ପଥରର ଉପଯୋଗ କରାଯାଇଛି ।

ରାଷ୍ଟ୍ରପତି ଭବନ ସ୍ଥିତ ମୁଗଲ ଗାର୍ଡନ ନିଜ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ରାଷ୍ଟ୍ରପତି ଭବନ ପଛରେ ହୋଇଥିବା ମୋଗଲ ଗାର୍ଡେନକୁ ପ୍ରତିବର୍ଷ ଫେବୃଆରୀରେ ପ୍ରଦର୍ଶିତ କରାଯାଏ । ମୁଗଲ ଗାର୍ଡେନରେ ଫୁଲର ଶହ ଶହ କିସମ ରହିଛି । ଏହାକୁ ଦେଶର ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲାଯାଇଛି ।

ରାଷ୍ଟ୍ରପତି ଭବନ ସ୍ଥିତ ୱାଙ୍କେଟ ହଲରେ ଏକାଥରକେ ୧୦୪ଅତିଥୀ ବସିପାରିବେ । ସଂଗୀତକାରଙ୍କ ପାଇଁ ମଧ୍ୟ ଏଟାରେ ଏକ ଗୁପ୍ତ ଗ୍ୟାଲେରୀ ରହିଛି । ହଲରେ ଲାଇଟ ସିଷ୍ଟମ ମଧ୍ୟ ବହୁତ ହି ସ୍ମାର୍ଟ ତରିକାରେ କରାଯାଇଛି । କହିରଖୁଛୁ ରାଷ୍ଟ୍ରପତି ଭବନକୁ ଲୋକେ ଦେଖିବି ପାରିବେ । କିନ୍ତୁ ଭିଜିଟ ପାଇଁ ଆପଣଙ୍କୁ ପ୍ରଥମରୁ ବୁକ କରିବାକୁ ହେବ । ଯଦିଓ କରୋନା ପାଇଁ ଏହାକୁ ବନ୍ଦ କରାଯାଇଥିଲା ।

କହିରଖୁଛୁ ଦୁନିଆର ପ୍ରଥମ ରାଷ୍ଟରପତି ଭବନ ମଧ୍ୟରେ ଖାସ ବାବେ ଆସେ ଇଟାଲୀର ରୋମରେ ଥିବା କ୍ୟୁରନଲ ପ୍ୟାଲେସ । ଯାହା ରାଷ୍ଟ୍ରପତି ଭବନ ଭାବେ ଜଣାଯାଉଥିବା ପ୍ରଥମ ଭବନ ଯୋଉଁଠି ଷ୍ଟାପ ରୁମ ସମେତ ୩୦୦ରୁ ଅଧିକ ରୁମ ରହିଛି । କିନ୍ତୁ ଏହାପରେ ଆସିଥାଏ ଆମ ରାଷ୍ଟ୍ରପତି ଭବନ । ଅର୍ଥାତ ଦ୍ୱିତୀୟ ନମ୍ବରରେ ଥିବା ଆମ ରାଷ୍ଟ୍ରପତି ଭବନ ପାଖାପାଖି ୧୩୦ହେକ୍ଟର ବ୍ୟାପ୍ତ । ଏଥିରେ ମୋଗଲ ଗାର୍ଡନ, ରେଜିଡେନ୍ସ ଷ୍ଟାପ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ବି ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.