ଚା ର ଇତିହାସ ଜାଣନ୍ତି କି, କେମିତି ଚା ର ଜନ୍ମ ?

ଏମିତିରେ ତ ପିଇବା ପାଇଁ ଅନେକ କିଛି ରହିଛି । କିନ୍ତୁ ଏହି ପେୟ ମଧ୍ୟରେ କାହାର ସ୍ଥାନ ଟିକେ ନିଆରା ଆପଣ ମାନେ ଖୁବ ଭଲ ଭାବେ ଜାଣନ୍ତି । ସେ ହେଉଛି ଚା । ଚା ହେଉଚି ନିତିଦିନିଆ ପେୟ । ଏହି ପେୟର ଚାହିଦା ଢେର ଅଧିକ । ଦିନେ ଏହାକୁ ନପିଇଲେ ଅନେକଙ୍କ ମୁଣ୍ଡ ବିନ୍ଧିବାକୁ ଲାଗିଥାଏ । ଆପଣ କହିପାରିବେ ଏଥିରେ ଥରେ ଅଭ୍ୟସ୍ତ ହେଲେ ଏହା ଆଡିକ୍ସନ ପାଲଟିଯାଏ । ଆଜି ହେଉଛି ଇଣ୍ଟରନ୍ୟାସନାଲ ଟି ଡେ । ତେଣୁ ଜାଣିବା ଚା ର ଇତିହାସ ସମ୍ପର୍କରେ ।

ଏମିତିରେ ତ ଚା ର ଇତିହାସ ବହୁ ପୁରୁଣା । ଏହାର ଆରମ୍ଭ ଚୀନରୁ ମାନାଯାଏ । ରିପୋର୍ଟ ହିସାବରେ ୨୭୦୦ ଇସା ପୂର୍ବ ଚିନି ଶାସକ ସେନ ମୁଙ୍ଗ ବଗିଚାରେ ବସି ଗରମ ପାଣି ପିଉଥିଲେ । ଆଉ ସେତେବେଳେ ତାଙ୍କ କପରେ ଗୋଟିଏ ଗଛର ପତ୍ର ଆସି ପଡିଗଲା । ଏହା ପଡିବା ପରେ ପାଣିର ରଙ୍ଗ ସୁନେଲି ହୋଇଯାଇଥିଲା ଏବଂ ଏଥିରୁ ସୁଗନ୍ଧ ମଧ୍ୟ ବାହାରୁ ଥିଲା । ସୈନ ମୁଙ୍ଗ ଯେତେବେଳେ ଏହାର ସ୍ୱାଦ ଚାଖିଲେ ତାଙ୍କୁ ଏହାର ପିଆଲି ମଜା ଦେଇଥିଲା । ଏହିଭଳି ଚାର ଆରମ୍ଭ ।

ଏମିତି ବି କୁହାଯାଏ କି ବୌଦ୍ଧ ଭିକ୍ଷୁ ମାନେ କଲେ । ସେମାନେ ଏହାର ବ୍ୟବହାର ଔଷଧ ଭଳି କରୁଥିଲେ । ଏମିତିରେ ବି ଥଣ୍ଡା ସର୍ଦ୍ଦିରେ ଓ ଅନ୍ୟ ରୋଗ ସମୟରେ କାଢା ଭଳି ଏହାକୁ ବ୍ୟବହାର କରାଯାଉଛି । ଭାରତୀୟ ଘରେ ଏମିତି ଅନେକ ପ୍ରକାରର ଚା ପିଆଯାଏ । ଯେମିତିକି ମିଲ୍କ ଟି, ବ୍ଲାକ ଟି, ଗ୍ରୀନ ଟି, ହର୍ବଲ ଟି ଇତ୍ୟାଦି ।

ଚା ୩୦୦ ଶତାବ୍ଦୀ ରୁ ହିଁ ଦୈନିକ ପେୟ ଭଳି ରହିଛି । କୁହାଯାଉଛି କି ୧୬୧୦ରେ ଡଚ ବେପାରୀ ଚାକୁ ଚିନରୁ ୟୁରୋପ ନେଇଗଲେ । ଏହାପେର ଧିରେ ଧିରେ ଚା ଦୁନିଆର ପ୍ରିୟ ପେୟ ଭାବେ ଉଭା ହେଲା ।

ଭାରତରେ ଚା ଆଣିବାର ଶ୍ରେୟ ବ୍ରିଟିଶକୁ ଯାଉଛି । ୧୮୩୪ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଚା ନେଇ ଆସିଲା । ଯଦିଓ ଜଙ୍ଗଲୀ ଅବସ୍ଥାରେ ଅସମରେ ପ୍ରଥମରୁ ହିଁ ଏହାର ଆରମ୍ଭ ହୋଇଛି । ଅସମର ସ୍ଥାନୀୟ କବାଇଲି ଲୋକେ ଏହାକୁ ପେୟ ଭାବେ ପ୍ରଥମରୁ ହିଁ ପିଇଛନ୍ତି ।

ବ୍ରିଟିଶ ଯାତ୍ରୀଙ୍କ ଧ୍ୟାନ ଆସମରେ ହେଉଥିବା ଚା ଉପରେ ପଡିଲା । ବ୍ରିଟିଶ କାଳରେ ଭାରତର ତତ୍କାଲୀନ ଗଭର୍ନର ଜେନେରାଲ ଲର୍ଡ ବୈଣ୍ଟିକ ଭାରତରେ ଚା ର ପରମ୍ପରା ଆରମ୍ଭ କରିବାକୁ ଓ ଏହାର ଉତ୍ପାଦନର ସମ୍ଭାବନା ଖୋଜିବାକୁ ଏକ ସମିତିର ଗଠନ କଲେ ।

୧୮୩୫ରେ ଅସମରେ ଚାର ବଗିଚା କରାଗଲା । ଅସମର ଚା, ଏହାର ପ୍ରଖର ସୁଗନ୍ଧ ଓ ରଙ୍ଗ ପାଇଁ ଦୁନିଆସାରା ବିଖ୍ୟାତ ହେଲା । ଅସମ ସହ ପଶ୍ଚିମ ବଙ୍ଗାଲର ଦାର୍ଜିଲିଂ କ୍ଷେତ୍ରରେ ହୋଇଥିବା ଚା ସବୁଠୁ ସ୍ୱାଦିଷ୍ଟ ।

ସାରା ବିଶ୍ୱରେ ଚା ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ । ୨୦୨୧ରେ ଚା ୧୯.୫୫କୋଟି କିଲୋଗ୍ରାମ ଓ ଏହା ପୂର୍ବରୁ ୨୦୨୦ରେ ଏହା ୨୦.୯୭କୋଟି କିଲୋଗ୍ରାମ । ଗତ ୧୨ମାସ ମଧ୍ୟରେ ଏହାର ମୂଲ୍ୟ ପାଖାପାଖି ୫୨୪୬.୮୯କୋଟି ଟଙ୍କା ।

ଯଦି ଅନ୍ତରାଷ୍ଟ୍ରୀୟ ଚା ଦିବସ କଥା କହିବା ତେବେ ପ୍ରଥମ ଥର ୨୦୦୫ରେ ଦିଲ୍ଲୀରେ ଏହାର ଆୟୋଜନ ହୋଇଥିଲା । ମେ ମାସରେ ଏହି ସମୟରେ ଅଧିକାଂଶ ଦେଶରେ ଚାର ଉତ୍ପାଦାନ ଆରମ୍ଭ ହୋଇଛି । ବର୍ଷ ୨୦୧୫ରେ ଭାରତ ସରକାର ସଂୟୁକ୍ତ ରାଷ୍ଟ୍ର ଖାଦ୍ୟ ଓ ବିଶ୍ୱ ସ୍ତରର କୃଷି ସଂଗଠନ ପର୍ଯ୍ୟନ୍ତ ପହଞ୍ଚାଗଲା । ଏହା ପରେ ବିଶ୍ୱରେ ଅଲଗା ଅଲଗା ଦେଶରେ ୨୧ମେ କୁ ଚାହା ଦିବସ କୁହାଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.