ଆପଣ କେବେ ଦେଖିଛନ୍ତି ଏଲିଏନ୍‌ (ଅନ୍ୟଗ୍ରହ ଜୀବ) ବସ୍ତି, ଯେଉଁଠି ରହିଛି ୟୁଏଫ୍‌ଓ ଆକାରର କଲୋନୀ

ଆପଣମାନେ କେବଳ ଟିଭିରେ କିମ୍ବା କଳ୍ପନା କରି ଏଲିଏନ( ଅନ୍ୟଗ୍ରହର ଜୀବ)ଙ୍କ ବିଷୟରେ ଜାଣିଛନ୍ତି। ଆମେ ଫିଲ୍ମରେ ଗୋଲ ଗୋଲ ଆକାର ଯାନ(ୟୁଏଫ୍‌ଓ)ରେ ସେମାନେ ଆକାଶରୁ ଆସୁଥିବା ମଧ୍ୟ ଦେଖିଛେ। କିନ୍ତୁ ଡେନମାର୍କର ରାଜଧାନୀ କୋପେନହେଗନର ବ୍ରୋଣ୍ଡବଏରେ ଏପରି ଗୋଲଗୋଲ ୟୁଏଫଓ ଆକାରର କଲୋନୀ ରହିଛି। ଯାହାର ନାମ ଗାର୍ଡେନ ସିଟି ରହିଛି। ଏହି କଲୋନୀର ଆକାର ଯୋଗୁଁ ଲୋକେ ଏହାକୁ ଏଲିଏନ୍‌ ବସ୍ତି ବୋଲି କହୁଛନ୍ତି। ଏହି କଲୋନୀରେ ଥିବା ଘର ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ କରାଯାଇଛି। ସେମାନେ ଏଠାକୁ ଆସି ଛୁଟି କଟାଇପାରିବେ, ସେଥିପାଇଁ ଏହି ଘର ପ୍ରସ୍ତୁତ କରାଯାଇଛି।

city

ଏହି ଘରେ ରହିବାକୁ ମାସକୁ ଦେବାକୁ ପଡିଥାଏ ୧୦ ହଜାର ଟଙ୍କା। ଏହି ସିଟିରେ ପାର୍କିଂ ଠାରୁ ଆରମ୍ଭ କରି ଗାର୍ଡେନ ପର୍ଯ୍ୟନ୍ତ ସବୁ ସୁବିଧା ରହିଛି। ଏଠାରେ ପରିବେଶକୁ ଧ୍ୟାନରେ ରଖି ସୁଗନ୍ଧଯୁକ୍ତ ଫୁଲ ଏବଂ ଗଛ ଲଗାଯାଇଛି। ଏହି ଗାର୍ଡେନ ସିଟିର ଡିଜାଇନ ଲେଡସ୍କେପ ଆର୍କିଟେକ ଏରିକ ମାୟାଗିଣ୍ଡ ୧୯୬୪ରେ ଡିଜାଇନ କରିଥିଲେ। ଏଠାରେ ଗୋଟେ କଲୋନୀରେ ପାଖାପାଖି ୧୬ଟି ଘର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.