ତାଳଚେର: ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ତାଳଚେର(କେନ୍ୟୁଜ୍):    ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା। ଗତ ୬ତାରିଖରୁ ତାଳଚେରର ଭରତପୁର କୋଇଲା ଖଣି ବନ୍ଦ ରହିଥିବା ବେଳେ ଏବେ ବଳରାମ ଖଣି ବନ୍ଦ ହୋଇଥିବାରୁ ଏହାକୁ ଚାଲୁ କରିବାକୁ ପ୍ରଶାସନ ପଦକ୍ଷେପ ନେଉନଥିବାରୁ ସୋଲଡ଼ା ଗ୍ରାମବାସୀ ଧାରଣା ଦେଉଛନ୍ତି। ବଳରାମ ଖଣି ଉପରେ ନିର୍ଭର କରି ପାଞ୍ଚଟି ଗାଁର ଟ୍ରକ ମାଲିକ ମାନେ ପରିବାର ପୋଷଣ କରିଥାନ୍ତି। କିନ୍ତୁ ଖଣି ବନ୍ଦ ଥିବାରୁ ଟ୍ରକ ମାଲିକ ପ୍ରଭାବିତ ହୋଇଛନ୍ତି। ବଳରାମ କୋଇଲା ଖଣିରୁ ଦୈନିକ ପ୍ରାୟ ୨ହଜାର ଟନ କୋଇଲା ଲୋଡିଂ ହୋଇ ଆସୁଥିଲା। ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଗୁଣ୍ଡାଗିରି ପାଇଁ ବନ୍ଦ ରହିଛି କୋଇଲା ଖଣି। ଏନେଇ ଜିଲ୍ଲା ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗଣଧାରଣା ଦେଇଛନ୍ତି ସୋଲଡ଼ା ଗ୍ରାମବାସୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.