ସିଲିଂ ଫ୍ୟାନରେ ୩ଟି ବ୍ଲେଡ କ’ଣ ପାଇଁ ରହିଥାଏ, ଜାଣନ୍ତି କି ?

ଆପଣଙ୍କ ଘରେ ସିଲିଂ ଫ୍ୟାନ୍‌ କାହିଁ କେଉଁ କାଳରୁ ଥିବା ଆପଣ ଦେଖୁଥିବେ। କିନ୍ତୁ କେବେ ଭାବିଛନ୍ତି କି, ଫ୍ୟାନ୍‌ରେ କାହିଁକି ଏବଂ କ’ଣ ପାଇଁ ୩ଟି ବ୍ଲେଡ ରହିଛି। ହୁଏତ ଏହାର କାରଣ ଆଉ ଏହା ପଛରେ ଥିବା ରହସ୍ୟ ବହୁତ କମ୍‌ ଲୋକେ ଜାଣିଥିବେ।

ଆପଣ ନୋଟିସ୍‌ କରିଥିବେ ସିଲିଂ ଫ୍ୟାନରେ ୩ଟି ବ୍ଲେଡ ରହିଥିବା ବେଳେ ଟେବୁଲ ଫ୍ୟାନରେ ୪ଟି ବ୍ଲେଡ ରହିଥାଏ। ପବନ ତ ଦୁଇଟି ଯାକ ଫ୍ୟାନରୁ ଆସିଥାଏ। କିନ୍ତୁ ଏମାନଙ୍କ ମଧ୍ୟରେ ଫରକ କ’ଣ ? ଏହା ପଛରେ କ’ଣ ରହିଛି ବିଜ୍ଞାନ।

ବିଜ୍ଞାନ କହିବା ମୁତାବକ, ଗୋଟେ ପଙ୍ଖାରେ ଯେତେ ବ୍ଲେଡ କମ୍‌ ହେବ, ସେତିକି ଅଧିକ ପବନ ଦେଇଥାଏ। ଉଷ୍ଣ ଜଳବାୟୁ ଗରମ ତାପମାତ୍ରା ଦେଶ ହେବା ଯୋଗୁଁ ଭାରତରେ ପଙ୍ଖାର ବ୍ୟବହାର ଅଧିକ ହୁଏ। ତେଣୁ ଭାରତରେ ୩ଟି ବ୍ଲେଡ ଥିବା ଫ୍ୟାନକୁ ବ୍ୟବହାର କରାଯାଏ। ଆଉ ବିଦେଶ ଲୋକେ ୪ଟି ବ୍ଲେଡ ଥିବା ପଙ୍ଖା ବ୍ୟବହାର କରନ୍ତି। ଯାହା କମ୍‌ ପବନ ଦେଇଥାଏ।

ଆମେରିକା,ଋଷ କିମ୍ବା ଥଣ୍ଡା ଦେଶର ଲୋକମାନେ ତାଙ୍କ ଘରେ ୪ଟି ବ୍ଲେଡ଼ ଥିବା ପଙ୍ଖା ବ୍ୟବହାର କରନ୍ତି। କାରଣ ସେଠାର ଲୋକମାନଙ୍କ ପାଖରେ ଏସି ରହିଥାଏ, ସେଥିପାଇଁ ସେ ପଙ୍ଖାର ବ୍ୟବହାର ଏସିର ସପ୍ଲିମେଣ୍ଟ ରୂପେ ବ୍ୟବହାର କରିଥାନ୍ତି, ଯାହାଦ୍ବାରା ଏସିର ପବନ ପୂରା ଘର ଭିତରକୁ ଖେଳିଥାଏ।

୩ଟି ବ୍ଲେଡ ଥିବା ପଙ୍ଖା ଅଧିକ ପବନ ଦିଏ। ଯଦି ଅଧିକ ବ୍ଲେଡ ରହିବ ତେବେ ଫ୍ୟାନରେ ଲାଗିଥିବା ମୋଟର ଉପରେ ଖୁବ୍‌ ପ୍ରଭାବ ପକାଏ। ଫଳରେ ଅଧିକ ପବନ ହୁଏ। ଆଉ ବିଦେଶରେ ୪ଟି ବ୍ଲେଡ ଥିବା ପଙ୍ଖାର ବ୍ୟବହାର ରୁମର ଭେଣ୍ଟିଲେସନ ପାଇଁ କରାଯାଏ।

fan2

୪ଟି ବ୍ଲେଡ଼ ପଙ୍ଖା ତୁଳନାରେ ୩ଟି ବ୍ଲେଡ଼ ଥିବା ପଙ୍ଖାରେ ବିଜୁଳି କମ ଖର୍ଚ୍ଚ ହୋଇଥାଏ। ଛୋଟ ଘର ପାଇଁ ୩ଟି ବ୍ଲେଡ଼ ଥିବା ପଙ୍ଖା ଠିକ ହୋଇଥାଏ। ଏହା ଘରର ଚାରି କୋଣରେ ପବନ ପହଞ୍ଚାଇଥାଏ। ଏହା ସହିତ ୪ଟି ବ୍ଲେଡ଼ ଥିବା ପଙ୍ଖା ଅପେକ୍ଷା ୩ଟି ବ୍ଲେଡ଼ ଥିବା ପଙ୍ଖା କମ ମୂଲ୍ୟରେ ମିଳିଥାଏ। ଦୁନିଆରେ କେବଳ ୩ କିମ୍ବା ୪ଟି ବ୍ଲେଡ ଥିବା ପଙ୍ଖା ନୁହେଁ ବରଂ ୫ କିମ୍ବା ୬ଟି ବ୍ଲେଡ ଥିବା ପଙ୍ଖା ମଧ୍ୟ ରହିଛି। ଯାହାର ବ୍ୟବହାର ରୁମ୍‌ ମୁତାବକ ଲଗାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.