ଶୋଇଥିବାବେଳେ ମହିଳାଙ୍କ ପାଟିରେ ପଶିଗଲା ୪ ଫୁଟର ଲମ୍ବା ସାପ, ତାପରେ କଣ ହେଲା ପଢନ୍ତୁ

ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ୍‌ ଉଡିଯିବ। ଋଷ ଦାଗସ୍ତାନ ଅଞ୍ଚଳର ଏକ ମାମଲା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳାଙ୍କ ବେକରୁ ଡାକ୍ତର ୪ ଫୁଟର ଲମ୍ବା ସାପକୁ ବାହାର କରିଛନ୍ତି। ମହିଳା ଜଣଙ୍କ ଶୋଇଥିବାବେଳେ ତାଙ୍କ ପାଟି ଦେଇ ତାଙ୍କ ଶରୀର ଭିତରକୁ ପ୍ରବେଶ କରିଥିଲା ସାପ। ଶରୀର ଭିତରକୁ ଯିବା ପରେ ସାପଟି ମରିଯାଇଥିଲା କି ବଞ୍ଚିଥିଲା ତାହା ଏଯାଏଁ ଜଣାପଡିନାହିଁ।

ସୂଚନା ଅନୁଯାୟୀ ମହିଳାଙ୍କ ସ୍ୱାସ୍ଥ୍ୟ ଲଗାତର ଭାବରେ ଖରାପ ହେବାରୁ ସେ ଡାକ୍ତରଖାନା ଗଲେ। ଯେଉଁଠାରେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ବେକରେ କିଛି ଅଜବ ଜିନିଷ ଫସି ଗଲାଭଳି ଅନୁଭବ ହେଉଛି। ତାପରେ ପରୀକ୍ଷା ନିରୀକ୍ଷା କରି ଜଣାପଡିଲା ଯେ ତାଙ୍କ ବେକରେ ଏକ ସାପ ଫସି ରହିଛି। ଡାକ୍ତରମାନେ ମହିଳାଙ୍କୁ ଆନାସ୍ଥେସିଆ ଦେଇ ବେହୋସ କରାଗଲା। ମହିଳାଙ୍କ ବେକରେ ଏକ ଟ୍ୟୁବ ଲଗାଯାଇ ସାପକୁ ବାହାରକୁ ବାହାର କରାଗଲା। ଯେତେବେଳେ ଏକ ୪ ଫୁଟର ସାପକୁ ଡାକ୍ତର ମହିଳାଙ୍କ ବେକରୁ ବାହାର କଲେ ସେତେବେଳେ ଡାକ୍ତରଙ୍କ ହୋସ୍‌ ଉଡିଗଲା।

sapaମହିଳାଙ୍କ ପାଟିରୁ ସାପ ବାହାର କରୁଥିବା ଡାକ୍ତର ଏତେ ବଡ ସାପକୁ ଦେଖି ଡରିଯାଇଥିଲେ ଆଉ ଭୟରେ ଚିତ୍କାର କରିଥିଲେ। ଡାକ୍ତରମାନେ ଜଣାଇଛନ୍ତି ଯେ ସାପଟି ମରିଯାଇଥିଲା କିନ୍ତୁ ତାକୁ ବାହାର କରିବା ସମୟରେ ତାହା ଜଣାପଡୁନଥିଲା ଯେ ସାପ ବେହୋସ ଥିଲା ନା ମରିଯାଇଥିଲା। ହସପିଟାଲ କତ୍ତୃପକ୍ଷ ଏହି ଅଜବ ଅପରେସନର ଫୁଟେଜ୍‌ ମଧ୍ୟ ଜାରି କରିଛି।

ସେହିପରି ପ୍ରଶାସନ ଉକ୍ତ ଅଞ୍ଚଳର ସମସ୍ତ ଲୋକଙ୍କୁ ସତର୍କ ହୋଇ ରହିବାକୁ ଅନୁରୋଧ କରିଛନ୍ତି। କାହିଁକିନା ଏଠାରେ ସାପ ଏବଂ ବାକି ବିଷାକ୍ତ ସାପ ବହୁତ ମାତ୍ରାରେ ରହିଛି। କିନ୍ତୁ ଏମିତି ପ୍ରଥମ ଥର ହୋଇଛି ଯେ କୌଣସି ମହିଳାଙ୍କ ମୁହଁ ବାଟ ଦେଇ ସାପ ଶରୀରକୁ ପ୍ରବେଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.