Below header

ବୁଲା କୁକୁରକୁ ଖାଇବାକୁ ଦେଇ ଅତି ସ୍ନେହରେ ଉଠାଇଲେ କୋଳକୁ , ଆଉ ହସି ହସି ଫିଙ୍ଗିଦେଲେ ନଈକୁ, ଦେଖନ୍ତୁ ଭାଇରଲ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଆଜିକାଲି ବହୁତ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଠିଆ ହୋଇଥିବା ଏକ କୁକୁରକୁ ଅତି ସ୍ନେହର ସହିତ ଉଠାଇ ହ୍ରଦ ଭିତରକୁ ଫିଙ୍ଗି ଦେଉଛନ୍ତି। ତେବେ ଏହି ଭିଡିଓଟି ଭୋପାଳର ବଡ ହ୍ରଦ ନିକଟରେ ବୋଲି ଜଣାପଡିଛି।

ଭୋପାଳର ଭିଭିଆଇପି ରୋଡରେ ରାତିରେ ଏକ ଏମିତି ଭିଡିଓ ଦେଖିବାକୁ ମିଳିଥିଲା ​​ଯାହା ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଭିଆଇପି ରାସ୍ତାରେ ବୁଲୁଥିବା ଏକ ରାସ୍ତାର କୁକୁରକୁ କିଛି ଖାଇବାକୁ ଦେଉଛନ୍ତି ଏବଂ ଅତି ସ୍ନେହରେ ତାକୁ ଆଉଁସୁଛନ୍ତି। ଆଉ ତାପରେ ତାକୁ ନିଜ କୋଳରେ ଉଠାଉଛନ୍ତି।

How to Share With Just Friends

How to share with just friends.

Posted by Facebook on Friday, December 5, 2014

କୁକୁରକୁ ନିଜ କୋଳରେ ଉଠାଇବା ପରେ ସେ ତାକୁ ହ୍ରଦ ଭିତରକୁ ଫିଙ୍ଗି ଦେଉଛନ୍ତି ଆଉ ତାପରେ ସେ ପାଣିରେ ପଡ଼ି ଛଟପଟ ହେଉଥିବା ଦେଖୁଛନ୍ତି । କିଛି ସମୟ ପରେ ସେ ଭିଡିଓ କରୁଥିବା ଲୋକକୁ ଦେଖି ହସୁଛନ୍ତି ଆଉ ତା’ପରେ ସେ ସେଠାରୁ ଚାଲିଯାଉଛନ୍ତି। ତେବେ ଏହି ଭିଡିଓ କେବେକାର ଯଦିଓ ତାହା ଜଣାପଡିନାହିଁ କିନ୍ତୁ ଏହି ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସୋସିଆଲ ମିଡିଆରେ ଲୋକମାନେ ଦାବି କରିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.