Below header

କର୍ତ୍ତବ୍ଯ ନୁହେଁ ଥିଲା ମାନବିକତା ! ସେଥିପାଇଁ ତ ଶୁନଶାନ୍ ରାତିରେ ମହିଳାଙ୍କୁ ଏକା ଛାଡି ଗଲେ ନାହିଁ ବସ୍ ଡ୍ରାଇଭର୍, ଅଟୋ ମିଳିବା ଯାଏଁ କଲେ ଅପେକ୍ଷା

ଶୁନ୍ ଶାନ୍ ଥିଲା ଅଂଚଳ । ରାତି ପ୍ରାୟ ୧.୩୦ ସମୟରେ ବସରୁ ଓହ୍ଲାଉଛନ୍ତି ଜଣେ ମହିଳା । ଯାତ୍ରୀ ଓହ୍ଲାଇବା ପରେ ସାଧାରଣତଃ ଡ୍ରାଇଭର୍ ମାନେ ବସ୍ ନେଇ ଆଗକୁ ଚାଲିଯାଆନ୍ତି । କିନ୍ତୁ ଏହି BEST ଡ୍ରାଇଭର୍ ଥିଲା ଅଲଗା ପ୍ରକାର । ଆଉ ସେଥିପାଇଁ ତ ସେଯାଏ ଯାଇନଥିଲା, ଯେ ଯାଏ ମହିଳାଜଣଙ୍କୁ ଅଟୋ ମିଳି ନଯାଇଛି ।


ଏହା କୌଣସି ଫିଲ୍ମର ସିନ୍ ବା କାହାଣୀର ଚରିତ୍ର ନୁହେଁ । ଏହା ହେଉଛି ଏକ ସତ ଘଟଣା । ମାନବିକତାର ଅନେକ କାହାଣୀ ଆପଣ ଶୁଣିଥିବେ । ହେଲେ ଅଧରାତିର ଏହି କାହାଣୀ ନିଶ୍ଚୟ ଆପଣଙ୍କ ହୃଦୟ ଜିତିନେବ । ଡ୍ରାଇଭରଙ୍କ ଏହି ମଣିଷପଣିଆରେ ପ୍ରଭାବିତ ହୋଇ ମହିଳା ଜଣକ ଟୁଇଟ୍ କରି କହିଛନ୍ତି, ବସ୍ ଷ୍ଟପରେ ଓହ୍ଲାଇବା ସମୟରେ ଡ୍ରାଇଭର୍ ପଚାରିଲେ କେହି ନେବାକୁ ଆସୁଛନ୍ତି ? ଯେତେବେଳେ ନା କହିଲି ସେତେବେଳେ ବସକୁ ଆଉ ଆଗକୁ ନେଲେ ନାହିଁ ଯେ ପର୍ଯ୍ଯନ୍ତ ଅଟୋ ନମିଳିଛି । ଉଭୟ ଡ୍ରାଇଭର୍ ଏବଂ କଣ୍ଡକ୍ଟରଙ୍କର ଏହା କାମ ନଥିଲା କିନ୍ତୁ ରାତିରେ ମୁଁ ଏକା ଛିଡା ନହୁଏ ସେଥିପାଇଁ ସେମାନେ ନଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବେ ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ସମସ୍ତଙ୍କ ମୁହଁରୁ ଗୋଟିଏ କଥା ବାହାରୁଛି ’ଏବେ ବି ବଂଚିଛି ମାନବିକତା’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.