ବତକ ଦୌଡୁଛି ମାରାଥନ ରେସ, ମଜା ନେଇ ଚିୟର କଲେ ଉପସ୍ଥିତ ଦର୍ଶକ

ବତକ ମାରାଥନରେ ଦୌଡୁଛି ।  ବତକ ପରି ଏକ ପକ୍ଷୀ ପୁଣି ମାରାଥନରେ ଭାଗ ନେବ ।  ଭାବି ପାରୁନାହାନ୍ତି ନା ।  ପୁଣି ତାକୁ ଲୋକ ମାନେ ଛିଡ଼ା ହୋଇ ଚିୟର କରୁଛନ୍ତି ।  ପ୍ରକୃତରେ ଏମିତି ଏକ ଦୃଶ୍ୟ ଆମେରିକାରେ ଦେଖିବାକୁ ମିଳିଥିଲା ।  ଆମେରିକାର ସହର ନ୍ୟୁୟର୍କରେ ୫୦ ତମ ସିଟି ମାରାଥନ ଦୌଡ ଚାଲିଥିଲା ।  ୨୦୨୦ ମସିହାରେ କୋଭିଡ ମହାମାରୀ କାରଣରୁ ଏହି ମାରାଥନ ହୋଇପାରି ନଥିଲା ।  ଆଉ ସେଥିପାଇଁ ବୋଧହୁଏ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମାରାଥନକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଥିଲା ।  ଆଉ ଏହି ମାରାଥନ ଚାଲିଥିବା ସମୟରେ ଗୋଟିଏ ଦୃଶ୍ୟ ଉପରେ ଯେମିତି ସମସ୍ତଙ୍କ ନଜର ଅଟକି ରହିଥିଲା ।  ପ୍ରକୃତରେ ଲୋକଙ୍କ ନଜର ଏକ ବତକ ଉପରେ ହିଁ ଅଟକି ଯାଇଥିଲା ।  ଅନ୍ୟମାନଙ୍କ ପରି ଏହି ବତକଟି ବି ଲୋକଙ୍କ ସହିତ ମାରାଥନ ରେସରେ ଭାଗ ନେଇଥିଲା ।  ଦୁଇଟି କୁନି କୁନି ଲାଲ ରଙ୍ଗର ଜୋତା ପିନ୍ଧି ବତକଟି ଏମିତି ଦୌଡୁଥିଲା ଯେ ସମସ୍ତଙ୍କ ନଜର ଯେମିତି ତାରି ଉପରେ ଅଟକି ଯାଇଥିଲା ।  ହୁଏତ ଏମିତି ଏକ ଘଟଣା ପ୍ରଥମ ଥର ପାଇଁ ଘଟିଛିକି ନ୍ୟୁୟର୍କରେ ଚାଲିଥିବା ଏକ ମାରାଥନ ରେସରେ ଏକ ବତକ ଭାଗ ନେଉଛି ।  ଅନୁସନ୍ଧାନରୁ ଜଣା ପଡିଥିଲାଯେ ରେସରେ ପାଖାପାଖି ୩୩ ହଜାର ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ଏହି ବତକଟି ଥିଲା ।

duck pic new

Seducktive ନାମକ ଜଣେ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ହୋଲଡ଼ର ଏହାକୁ ସେୟାର କରିଥିବା ବେଳେ ବତକ ଟିର ନାଁ “ରିଂକଲ” ବୋଲି ଜଣାଯାଇଛି ।  ସେ ଏକ ଲାଲ ରଙ୍ଗର ତା କୁନି କୁନି ପାଦ ଆକାରର ଜୋତା ପିନ୍ଧିଥିବାବେଳେ ଖୁବ ଦ୍ରୁତ ଗତିରେ ଅନ୍ୟମାନଙ୍କ ସହ ଦୌଡୁଥିବା ନଜର ଆସୁଛି ।  ଅନ୍ୟ ରନର୍ସ ମାନଙ୍କ ପରି ରିଂକଲ ବି ତାଳରେ ତାଳ ମିଶାଇ ଦୌଡୁଛି ।  ଏହି କ୍ୟୁଟ ବତକଟିର ଦୌଡ ଦେଖି ଆଖ ପାଖରେ ଛିଡା ହୋଇଥିବା ଦର୍ଶକ ମାନେ ତାକୁ ଚିୟର କରୁଛନ୍ତି । ଘଟଣା କଣ କି ପ୍ରକୃତରେ ବତକ ଟିର ମାଲିକ ଏହି ମାରାଥନରେ ଭାଗ ନେଇଥିଲେ ।  ଆଉ ତାଙ୍କରି ସହିତ ହିଁ ବତକଟି ଭାଗ ନେଇଛି ।  ଆଉ ଏମିତି ଏକ ଅଦ୍ଭୁତ ସିନ ଦେଖି ସମସ୍ତେ ଖୁସି ହୋଇଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.