୩୦୦୦ ବର୍ଷ ପରେ କବରରୁ ବାହାରି କଥା ହେବାକୁ ଲାଗିଲା ମମି, ଶୁଣିବା ପରେ କାବା ହୋଇଗଲେ ଲୋକେ

କଥା ପିରାମିଡ୍‌ର ରହସ୍ୟକୁ ନେଇ ହଲିଉଡ୍‌ରେ ଅନେକ ଫିଲ୍ମ ତିଆରି ହୋଇଛି। କେଉଁଥିରେ ମମି କବରରୁ ବାହାରି ଚାଲିବାକୁ ଲାଗୁଛି ତ ଆଉ କେଉଁଥିରେ କଥାବାର୍ତ୍ତା କରୁଛି। କିନ୍ତୁ ଏବେ କୌଣସି ଫିଲ୍ମରେ ନୁହେଁ ବରଂ ସତରେ କଥା କହୁଛି ମମି। ମିଶରର ଏକ ୩୦୦୦ ବର୍ଷ ପୁରାତନ ମମି ଜୀବିତ ଥିବା ବେଳେ ଯେମିତି କଥା କହୁଥିଲେ ସେମିତି ମଲା ପରେ ବି କହୁଥିବା ଶୁଣିବାକୁ ମିଳିଛି।

Image result for misar mami

ଏହି ମମିର ନାମ ନେସ୍ୟାମୁଂ ବୋଲି ଜଣାଯାଇଛି। ୩୦୦୦ ବର୍ଷ ପୂର୍ବରୁ ମିଶର ଏକ ପ୍ରାଚୀନ ସହରରେ ନେସ୍ୟାମୁଂ ଜଣେ ପୂଜାରୀ ଥିଲେ। ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ପରମ୍ପରା ମୁତାବକ ତାଙ୍କୁ କବର ଦେଇଥିଲେ। ୧୮ଶ ଶତାବ୍ଦୀରେ ନେସ୍ୟାମୁଂଙ୍କ ମମିଙ୍କୁ ଲଣ୍ଡନର ଲିଡ୍ସ ସିଟି ମ୍ୟୁଜିୟମ୍‌କୁ ଅଣାଯାଇଥିଲା।

ଏତେ ପୁରାତନ ମମିଙ୍କ ଶରୀରର ଜିଭ ଓ ତାଳୁ ସମ୍ପୂର୍ଣ୍ଣ ଭାବେ ସଢ଼ିଯାଇଥିବା ବେଳେ କଣ୍ଠ କିନ୍ତୁ ସତେଜ ଥିଲା। ଏହା ଜାଣିବା ପରେ ବୈଜ୍ଞାନିକମାନେ ପୁଣିଥରେ ମମିଙ୍କୁ ସ୍ୱର ଦେବାକୁ ନିଷ୍ପତ୍ତି ନେଇଥିଲେ। ବୈଜ୍ଞାନିକଙ୍କ ରିପୋର୍ଟ ମୁତାବକ ବ୍ରିଟେନ୍‌ର ଏକ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକମାନେ ୩ଡି ପ୍ରିଣ୍ଟିଂ ଟେକ୍ନିକ୍‌, କମ୍ପ୍ୟୁଟର ଓ ଲାଉଡ ସ୍ପିକର ସାହାଯ୍ୟରେ ୩୦୦୦ ବର୍ଷ ତଳୁ ମରିସାରିଥିବା ପୂଜାରୀଙ୍କ ସ୍ୱରକୁ ଶୁଣିବାରେ ସଫଳ ହୋଇଥିଲେ।

Image result for misar mami

ଏଥିପାଇଁ ସିଟି ସ୍କାନ୍‌ ଓ ୩ଡି ଟେକ୍ନିକ୍‌ ସାହାଯ୍ୟରେ ମମିଙ୍କ ସ୍ୱର-ତନ୍ତ୍ରର ମଡେଲ ପ୍ରସ୍ତୁତ କରାଯାଇଥିଲା। ଏହି ୩ଡି ମଡେଲକୁ ଏକ ଲାଉଡ୍‌ ସ୍ପିିକର ସହ ସଂଯୋଗ କରାଯାଇଥିଲା। ଏହି ମଡେଲରୁ ଏକ ବୈଜ୍ଞାନିକ ଉପକରଣ ସାହାଯ୍ୟରେ ଧ୍ୱନି ତରଙ୍ଗକୁ ପଠାଗଲା। ମମିଙ୍କ ସ୍ୱତନ୍ତ୍ରର ମଡେଲ ଦେଇ ଯେତେବେଳେ ସେହି ଧ୍ୱନି ବାହାରିଲା ସେତେବେଳେ ଅବିକଳ ମଣିଷ ସ୍ୱର ଭଳି ଶବ୍ଦ ଶୁଣାଗଲା।

Image result for misar mami

ତେବେ ଏହି ସ୍ୱର ସମ୍ପୂର୍ଣ୍ଣ ସ୍ପଷ୍ଟ ନଥିଲେ ବି ପୂଜାରୀଙ୍କ ଭଳି ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି। ମମିଙ୍କ ପାଟିରୁ କେବଳ ‘ଇଇଇ’ ସ୍ୱର ବାହାରିଥିଲା। ତାଙ୍କ ଜିଭ ନଷ୍ଟ ହୋଇଯାଇଥିବାରୁ ଏତେଟା ସ୍ପଷ୍ଟ ଭାବେ ସ୍ୱର ଆସିପାରିଲାନାହିଁ ବୋଲି କହିଛନ୍ତି ବୈଜ୍ଞାନିକ। ତଥାପି ମମିଙ୍କ ୩୦୦୦ ବର୍ଷ ତଳ ପୁରୁଣା ଶବରୁ ସ୍ୱର ବାହାର କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.