Below header

ଆସନ୍ତାକାଲିଠୁ କେରଳରେ ଚାଲିବ ଓ୍ଵାଟର ମେଟ୍ରୋ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ପାଣିରେ ଚାଲିବ ମେଟ୍ରୋ । ଦେଶରେ ପ୍ରଥମ ଥର ପାଇଁ ଓ୍ଵାଟର ମେଟ୍ରୋର ଶୁଭାରମ୍ଭ ହେବାକୁ ଯାଉଛି । କେରଳରେ ଏହି ମେଟ୍ରୋ ସେବାର ଶୁଭାରମ୍ଭ ହେବ । ୧୫ଟି ରୁଟରେ ଓ୍ଵାଟର ବୋଟ ଚାଲିବ । ୧୦ଟି ଦ୍ୱିପକୁ ପରସ୍ପର ସହ ଯୋଡ଼ିବ । ୭୮ କିଲୋମିଟର ପର୍ଯ୍ୟନ୍ତ ଏହାର ନେଟଓ୍ଵାର୍କକୁ ଲମ୍ବା ଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ପାଣିରେ ଚାଲିବ ମେଟ୍ରୋ । ଏବେ ଧାରଣା ବଦଳରେ ପାଣିରେ ଦୌଡ଼ିବ ମେଟ୍ରୋ । ଦେଶରେ ପ୍ରଥମ ଥର ପାଇଁ ଓ୍ଵାଟର ମେଟ୍ରୋର ଶୁଭାରମ୍ଭ ହେବାକୁ ଯାଉଛି । କେରଳରେ ଏହି ମେଟ୍ରୋ ସେବାର ଶୁଭାରମ୍ଭ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚୀରେ ସବୁଜ ପତାକା ଦେଖାଇ ଏହି ଓ୍ଵାଟର ମେଟ୍ରୋକୁ ଦେଶକୁ ସମର୍ପଣ କରିବେ । ଏହି ମେଟ୍ରୋ ପାଇଁ ୩୮ଟି ଟରମିନାଲ ତିଆରି ହୋଇଛି । ଏହାସହ ୭୮ଟି ବୋଟକୁ ପ୍ରସ୍ତୁତ କରି ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୧ ହଜାର ୧୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓ୍ଵାଟର ମେଟ୍ରୋ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବ । ଏବେ ଆସନ୍ତୁ ଜାଣିବା ଏହି ପ୍ରକଳ୍ପ ବାବଦରେ କିଛି ରୋଚକ କଥା ।

କେରଳର ବାଣିଜ୍ୟ ରାଜଧାନୀ କୋଚୀରେ ଏହି ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି । ଏହି ଓ୍ଵାଟର ମେଟ୍ରୋ କୋଚି ତଥା ଆଖ ପାଖର ୧୦ଟି ଦ୍ୱିପକୁ ଯୋଡ଼ିବ । ଏଥିପାଇଁ ୭୮ଟି ଇଲେକ୍ଟ୍ରି ବୋଟ ପ୍ରସ୍ତୁତ କରି ରଖାଯାଇଛି । ଏହାସହ ଏଥିପାଇଁ ୩୮ଟି ଟର୍ମିନାଲ ନିର୍ମାଣ ହୋଇଛି । ଏହି ସୁବିଧା ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ପିକ୍‌ ଆଓ୍ଵାରରେ ପ୍ରତି ୧୫ ମିନିଟରେ ଗୋଟିଏ ବୋଟ ଉପଲବ୍ଧ ହେବ ।

କେରଳରେ ବଢୁଥିବା ପ୍ରଦୂଷଣ ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଓ୍ଵାଟର ମେଟ୍ରୋର ପରିକଳ୍ପନା କରାଯାଇଛି । ଏହାଦ୍ୱାରା ସହରର ଟ୍ରାଫିକର ଭିଡ଼କୁ କମାଯାଇ ପାରିବ ବୋଲି ଦାବି କରାଯାଉଛି । ରେଳ ଓ ସଡ଼କ ପରିବହନ ଅପେକ୍ଷା ଜଳ ପରିବହନରେ କମ ଖର୍ଚ୍ଚ ହୋଇଥାଏ । ଏହାସହ କମ ପରିମାଣର ଶକ୍ତିର ଆବଶ୍ୟକତା ହୋଇଥାଏ । ଓ୍ଵାଟର ମେଟ୍ରୋର ଫାଇଦା ପ୍ରାୟ ୧ ଲକ୍ଷ ଲୋକଙ୍କୁ ମିଳିବ । ଏହାସହ ଏହାର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ଆକର୍ଷିତ କରିବା । ସେହିପରି ଆଧୁନିକ, ଏନର୍ଜି ଏଫିସିଏଣ୍ଟ, ପ୍ରଦୂଷଣମୁକ୍ତ ଯାତ୍ରା କରିବାର ସୁବିଦା ପ୍ରଦାନ କରିବା ।

ଏହି ପ୍ରକଳ୍ପ ଜରିଆରେ ୧୫ଟି ରୁଟରେ ଓ୍ଵାଟର ବୋଟ ଚାଲିବ । ୧୦ଟି ଦ୍ୱିପକୁ ପରସ୍ପର ସହ ଯୋଡ଼ିବ । ୭୮ କିଲୋମିଟର ପର୍ଯ୍ୟନ୍ତ ଏହାର ନେଟଓ୍ଵାର୍କକୁ ଲମ୍ବା ଯାଇଛି । ଏହି ବୋଟ ସମ୍ପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଖୁବ କମ ସମୟରେ ଗନ୍ତବ୍ୟ ସ୍ଥଳରେ ଯାତ୍ରୀଙ୍କୁ ପହଁଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଥରକେ ୧୦୦ ଜଣ ଯାତ୍ରୀ ଗୋଟିଏ ବୋଟରେ ଯାତାୟତ କରିପାରିବେ । କହିବାକୁ ଗଲେ ପ୍ରତି ୧ କିଲୋମିଟରକୁ ଗୋଟିଏ ବୋଟ ରହିଛି । ଏହା କେବଳ ସର୍ବସାଧାରଣଙ୍କ ପରିବହନରେ କାର୍ଯ୍ୟ କରିବ ତାହା ନୁହେଁ । ଏହା ବ୍ୟବସାୟିକ ପରିବହନରେ ମଧ୍ୟ ବ୍ୟବହାର ହେବ । ଆକାର ଓ କ୍ଷମତାର ଆଧାରରେ ଟରମିନାଲ ଗୁଡିକୁ ତିନିଟି କାଟାଗୋରୀରେ ଭାଗ କରାଯାଇଛି । ମେଜର, ଇଣ୍ଟରମିଡିଟ ଓ ମାଇନର । ଟରମିନାଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.