ନଦୀ କୂଳରେ ପାଣି ପିଉଥିବା ହାତୀକୁ ହଇରାଣ କଲା ବତକ , ହାତୀ ଗୋଡ ଉଠାଇ କ’ଣ କଲା ଦେଖନ୍ତୁ ଭିଡିଓ

ହାତୀ ଏବଂ ବତକ ଝଗଡା କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖନ୍ତୁ, କିପରି ଛୋଟ ବତକ ହାତୀ ସହିତ ପଙ୍ଗା ନେଉଛି। ଏହି ଭିଡିଓରେ ହାତୀ ନଦୀ କୂଳରେ ପାଣି ପିଉଥିବା ସମୟରେ ବତକ ସେଠାରେ ରହିଥିଲା। ବତକ ନଦୀ କୂଳରେ ଥୟ ଧରି ବସିଥିବା ବେଳେ ହାତୀ ତା ଶୁଣ୍ଢରେ ବତକ ଉପରକୁ ପାଣି ପକାଇଥିଲା। ତା’ ପରେ ବତକ ଯାଇ ହାତୀ ପିଠିରେ ବସିପଡିଥିଲା। ଏହାକୁ ଦେଖି ହାତୀ ସହିପାରିନ ଥିଲା। ହାତୀ ବତକକୁ ପିଠିରୁ ଉଡାଇବା ପାଇଁ ବହୁତ ଚେଷ୍ଟା କରିଥିଲା, ଶୁଣ୍ଢରେ ପିଟିଥିଲା, ଗୋଇଠା ମଧ୍ୟ ମାରିଥିଲା।

ହାତୀକୁ ହଇରାଣ କରିବା ପାଇଁ ବତକ ତା’ର ଆଖପାଖରେ ଘୁରିଥିଲା। ଶେଷରେ ହାତୀ ଦୁଇ ଗୋଡରେ ଗୋଇଠା ମଧ୍ୟ ମାରିଛି, ତଥାପି ବତକ ହାତୀକୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଏହି ଭିଡିଓ ଦେଖିଲେ ଆପଣ ଜାଣିପାରିବେ, କିପରି ବତକ ହାତୀକୁ ନଦୀରୁ ପାଣି ପିଆଇଦେଉନି।

ଏହି ଭିଡିଓକୁ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜର ଟ୍ଵିଟର ପେଜରେ ସେୟାର କରିଛନ୍ତି। ଏହାକୁ ୨୧ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ୪୦୦ରୁ ଅଧିକ ରିଟ୍ଵିଟ୍‌ ସହିତ ୨ ହାଜରରୁ ଅଧିକ ଲାଇକ୍ସ ମିଳିଛି। ଏହାକୁ ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଉଛି। ଏହାକୁ ଦେଖି ଲୋକେ ପଚାରୁଛନ୍ତି, ପ୍ରଥମେ କିଏ ଝଗଡା ଆରମ୍ଭ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.