Below header

ସାମ୍ନାରୁ ଆସୁଥିଲା ଟ୍ରେନ, ରେଳ ଧାରଣାରେ ମୁଣ୍ଡ ରଖି ଶୋଇ ପଡିଲେ ବ୍ୟକ୍ତି ତାପରେ କଣ ହେଲା ଦେଖନ୍ତୁ ଲାଇଭ ଭିଡିଓ

ରେଳ ମନ୍ତ୍ରାଳୟ ଦ୍ୱାରା ସେୟାର କରାଯାଇଥିବା ଏହି ଲୋମଟାଙ୍କୁରା ଭିଡିଓ ଟ୍ଵିଟରରେ ଏବେ ଧମାଲ ମଚାଉଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କେମିତି ମରଣ ମୁହଁରୁ ଆଉ ମାତ୍ର କେଇ ପାଦ ଦୂରରୁ ଫେରିକି ଆସିଲେ। ଯେମିତି ହିଁ ଟ୍ରେନ୍‌ ଆଗକୁ ଆସୁଥିଲା

ରେଳ ଧାରଣା କଡରେ ଛିଡା ହୋଇଥିବା ବ୍ୟକ୍ତି ଜଣକ ହଠାତ୍‌ ଯାଇ ରେଳ ଟ୍ରାକ ଉପରେ ଶୋଇପଡିଲେ। କିନ୍ତୁ ବ୍ୟକ୍ତିଙ୍କ ଭାଗ୍ୟ ବୋଧହୁଏ ଭଲ ଥିଲା, ସେଥିପାଇଁ ଟ୍ରେନ ଚାଳକ ଠିକ୍‌ ସମୟରେ ଟ୍ରେନକୁ ଅଟକାଇଦେଲେ। ନଚେତ ବ୍ୟକ୍ତିଙ୍କର ମୃତ୍ୟୁ ସୁନିଶ୍ଚିତ ଥିଲା।

ଟ୍ରେନ ଚାଳକ ଠିକ ସମୟରେ ଏମରଜେନ୍ସୀ ବ୍ରେକ ଲଗାଇ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଦେଲେ। ଏହି ଭିଡିଓ ମୁମ୍ବାଇର ଶିବଡୀ ଷ୍ଟେସନର। ଯେଉଁଠି ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଲୋକ ପାଇଲଟଙ୍କ ଦ୍ୱାରା ଏମରଜେନ୍ସୀ ବ୍ରେକ ଲଗାଇବା ପରେ କିଛି ଆରପିଏଫ କର୍ମଚାରୀ ତୁରନ୍ତ ଦୌଡି ଯାଇ ବ୍ୟକ୍ତିଙ୍କୁ ରେଳ ଧାରଣାରୁ ଉଠାଇ ଆଣିଲେ। ଏହି ସିସିଟିଭି ଫୁଟେଜକୁ ଦେଖି ଲାଗୁଛି ଏହି ଘଟଣା ସକାଳ ପ୍ରାୟ ୧୧.୪୫ ମିନିଟ ପାଖାପାଖି। ତେବେ ଏହି ଭିଡିଓକୁ ଦେଖି ଲୋକେ ୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଆଉ ପ୍ରାୟ ୯୦୦ ଲୋକ ଏହି ଭିଡିଓକୁ ରିଟ୍ଵିଟ କରିସାରିଲେଣି।

ଏହି ଭିଡିଓକୁ ଦେଖି ଲୋକଙ୍କର ଲୋମ ଟାଙ୍କୁରୀ ଉଠୁଛି। ଆଉ ସମସ୍ତେ ଲୋକ ପାଇଲଟଙ୍କୁ ପ୍ରଶଂସା କରୁଛନ୍ତି। କାହିଁକିନା ଆପାତକାଳୀନ ବ୍ରେକ ବି ଠିକ ସମୟରେ ଅଟକେନାହିଁ। ଏଥିପାଇଁ ଦୂରତା ଗୁରୁତ୍ୱ ରଖେ। ସେଥିପାଇଁ ଟ୍ରେନ ଚାଳକଙ୍କର ବୁଦ୍ଧିକୁ ଲୋକେ ସଲାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.