ଖୁବ ଶୀଘ୍ର ଫାଟିବ ଇଟାଲୀର ଭୟଙ୍କର ଜ୍ୱାଳାମୁଖି!

ଫାଟିିଯିବ ଇଟାଲୀର ଏହି ଭୟଙ୍କର ଜ୍ୱାଳାମୁଖି, ଭୟାନକ ବିସ୍ପୋରଣରେ ପ୍ରଭାବିତ ହେବେ ୧୫ ଲକ୍ଷରୁ ବି ଅଧିକ ଲୋକ

ଫାଟିଯିବ ଜ୍ୱାଳାମୁଖୀ। ହେବ ଭୟାନକ ବିସ୍ପୋରଣ। ଧ୍ୱଂସ ପାଇବ ଇଟାଲୀର ଏହି ପ୍ରମୁଖ ସ୍ଥାନ। ଇଟାଲୀରେ ଥିବା ସୁପରବାଲକୋନୋ କେମ୍ପୀ ଫ୍ଲେଗରେଇ ଜ୍ୱାଳାମୁଖୀ। ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ ଏହା କେଉଁ ସମୟରେ ଫାଟିଯାଇପାରେ। ଯଦି ଏମିତି ହୁଏ ତେବେ ଆଖାପାଖରେ ରହୁଥିବା ପାଖାପାଖି ୧୫ ଲକ୍ଷ ଲୋକ ପ୍ରଭାବିତ ହେବେ। ଧ୍ୱଂସ ବିଧ୍ୱସ୍ତ ହୋଇପାରେ ଏହି ପୂରା ସ୍ଥାନ। କେମ୍ପୀ ଫ୍ଲେଗରେଇ ମାନେ ଜଳୁଥିବା ନିଆଁର ଏକ ବଡ଼ ମଇଦାନ। ଯାହାକି ଏବେ ଚର୍ଚ୍ଚାରେ ରହିଛି।

ଏହାପୂର୍ବରୁ ମଧ୍ୟ ଏହି ସ୍ଥାନରେ ୧୫୩୮ ମସିହାରେ ଭୟାନକ ବିସ୍ପୋରଣ ହୋଇଥିଲା। ଏହି ଜ୍ୱାଳାମୁଖି ର ସବୁଠୁ ବଡ଼ କଥା ହେଉଛି ଏହାର ଆଖପାଖ ଜମି ତଳେ ଲାଭାର ସୁଡ଼ଙ୍ଗ ରହିଛି। ମାନେ ଭାବନ୍ତୁ ଯେ ଥରେ ଯଦି ଏହା ଫାଟିଯାଏ ତେବେ ଅବସ୍ଥା କେତେ ସାଂଘାତିକ ହେବ। ଏହି ସୁଡ଼ଙ୍ଗ କିଛି ବର୍ଷ ହେବ ଫାଟିନାହିଁ। ଏହାକୁ ଧ୍ୟାନରେ ରଖି ଅନେକ ଲୋକ ଏହି ଜମି ଉପରେ ଘରେ ମଧ୍ୟ ତିଆରି କରିଛନ୍ତି। ଏହି ସୁଡ଼ଙ୍ଗ ଉପରେ ୧୫ ଲକ୍ଷ ରୁ ଅଧିକ ଲୋକ ରହୁଛନ୍ତି। ୫ ଲକ୍ଷ ଲୋକଙ୍କ ଘର କାଲଡୋରା ମଧ୍ୟରେ ରହିଛି।

ଏହି କାଲଡୋରା ୩୯ ହଜାର ବର୍ଷ ପୂର୍ବରୁ ଭୟାନକ ବିସ୍ପୋଟକ ପରେ ତିଆରି ହୋଇଥିଲା। ଯଦି ଏଥର ଏହି ଜ୍ୱାଳାମୁଖି ଫାଟିଯାଏ ତେବେ ଭୟଙ୍କର ଦୁର୍ଘଟଣା ଘଟିବ। ଜାଣିକି ଭୟ କରିବେ, ଏଥିରୁ ବାହାରୁଥିବା ଗରମ ଚଟାଣ ଓ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳ କୁ ଯାଇ ମିଶୁଛି। ଆଉ ଏହି ବାୟୁମଣ୍ଡଳରେ ଲୋକମାନେ ମଧ୍ୟ ବାସ କରୁଛନ୍ତି। ଏମିତି କହିବାକୁ ଗଲେ ମଣିଷ ବିଷାକ୍ତ ଗ୍ୟାସ କୁ ଶରୀର ଭିତରକୁ ଗ୍ରହଣ କରି ବଞ୍ଚିଛନ୍ତି। କାହାର ଦେହ ଏଥିରେ ଖରାପ ହେବାର ଆଶଙ୍କା ବହୁତ ଅଧିକ ରହିଛି। ଏହାବ୍ୟତିତ ଲାଭା ଓ ନିଅାଁ ପିଣ୍ଡୁଳା ଆଖପାଖିରେ ଥିବା ଗାଁ ଓ କସବୋର ଜମିରେ ପ୍ରବେଶ କରି ଫସଲ ନଷ୍ଟ କରୁଛି।

ଆଶଙ୍କା ଏଭଳି ବି କରାଯାଉଛି ଯେ ଭୟାନକ ବିସ୍ପୋଟକ ପରେ ଅନେକ ଜୀବ ଜନ୍ତୁ ବିଲୁପ୍ତ ହୋଇଯିବେ। ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରେ ପୃଥିବୀ ବିଜ୍ଞାନ ର ପ୍ରଫେସର କ୍ରିଷ୍ଟ୍ରୋଫର କିଲବର୍ଣ୍ଣ ଙ୍କ କହିବା ଅନୁସାରେ କେମ୍ପୀ ଫ୍ଲେଗ୍ରେଇ ଫାଟିବାର ନିକଟରେ ଅଛି। ଆଉ ଏମିତି ହେଲେ ବାୟୁମଣ୍ଡଳକୁ ଏକ ବଡ଼ ଭୟଙ୍କର ପ୍ରଭାବ ପଡ଼ିବ।

ଜ୍ୱାଳାମୁଖୀ ଫାଟିବା ପରେ ମାଗମା ବାହାରକୁ ଆସିପାରେ। ଏମିତିରେ ପାଖାପାଖି ୧୦୦୦ କ୍ୟୁବିକ କିଲୋମିଟର ରୁ ଅଧିକ ଲାଭା ବାହାରିବାର ସମ୍ଭାବନା ରହିଛି। ମାନେ କ୍ୟଟେଗୋରୀ ୭ ବିସ୍ପୋଟକ । ଏଥିରେ ବାହାରିବାକୁ ଥିବା ଖତରନାକ ଫ୍ଲୋରିନ କେମିକାଲ ବାୟୁମଣ୍ଡଳରେ ମିଶିବା ପରେ ଗଛ ଲତା ଧ୍ୱଂସ ହୋଇଯାଇପାରେ। ଏମିତିକି ପଶୁଙ୍କୁ ଫ୍ଳୋରୋସିସ ରୋଗ ହୋଇପାରେ।

ଏହି ଜ୍ୱାଳାମୁଖି ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏକ ଭୟାନକ ଦୁର୍ଘଟଣା ଘଟାଇଥିଲା। ୧୯୫୦, ୧୯୭୦ ଓ ୧୯୮୦ ଦଶକରେ ଏହାର ଗତିବିଧି ଅଧିକ ହୋଇଯାଇଥିଲା। ଗତ ୧୦ ବର୍ଷରେ ଏହି ଜ୍ୱାଳାମୁଖି ଅଶାନ୍ତ ରହିବାକୁ ଲାଗିଛି। ସ୍ଥିତି ଏଭଳି ରହିଛି ଯେ ଜ୍ୱାଳାମୁଖି ପାଖରେ ଥିବା ସହର ପାଜ୍ଜୁଓଲୀ ର ଭୂମି ପ୍ରତିବର୍ଷ ୪ ଇଞ୍ଚ ଉପରକୁ ଉଠୁଛି।

କେମ୍ପୀ ଫ୍ଲେଗ୍ରେଇରେ ୧୯୫୦ ପରେ ଲଗାତାର ଭାବେ ଭୂକମ୍ପ ହେବାରେ ଲାଗିଛି। ଲଗାତାର ଛୋଟ ଛୋଟ ଭୂକମ୍ପ ମଧ୍ୟ ଏଠାରେ ହେଉଛି। ଚଳିତ ବର୍ଷ ଅପ୍ରେଲରେ ୬୦୦ ରୁ ଅଧିକ ଭୂକମ୍ପ ଦଜ ର୍ କରାଯାଇଛି। ଏହାବ୍ୟତିତ ପ୍ରତି ମାସରେ ବଡ଼ ବଡ଼ ଭୂକମ୍ପ ମଧ୍ୟ ଏଠାରେ ଅନୁଭୂତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.