୬୦ ବର୍ଷ ହେଲା ଶୋଇନାହାଁନ୍ତି ୮୦ ବର୍ଷର ବୃଦ୍ଧ, ଡାକ୍ତର ବି ଜାଣିପାରୁ ନାହାନ୍ତି କାରଣ 

ବିଗତ ୬୦ ବର୍ଷ ହେଲା ଶୋଇନାହାଁନ୍ତି ଏ ବ୍ୟକ୍ତି । ଏ କଥା ଆମେ କହୁନୁ ଆଜ୍ଞା, ବ୍ୟକ୍ତିଙ୍କ ପତ୍ନି, ପିଲା, ସାଙ୍ଗସାଥି ଏବଂ ପଡୋଶୀ କହୁଛନ୍ତି । ଏମାନେ ସମସ୍ତେ କହୁଛନ୍ତି କେବେବି ଏ ବ୍ୟକ୍ତିଙ୍କୁ ଶୋଇବାରେ ଦେଖିନାହାଁନ୍ତି ।

ବିଗତ ୬୦ ବର୍ଷ ହେଲା ଶୋଇନାହାଁନ୍ତି ଏ ବ୍ୟକ୍ତି । ଏ କଥା ଆମେ କହୁନୁ ଆଜ୍ଞା, ବ୍ୟକ୍ତିଙ୍କ ପତ୍ନି, ପିଲା, ସାଙ୍ଗସାଥି ଏବଂ ପଡୋଶୀ କହୁଛନ୍ତି । ଏମାନେ ସମସ୍ତେ କହୁଛନ୍ତି କେବେବି ଏ ବ୍ୟକ୍ତିଙ୍କୁ ଶୋଇବାରେ ଦେଖିନାହାଁନ୍ତି । ବିଗତ ୬୦ ବର୍ଷ ହେବ ଭିଏତ୍ନାମର ଜଣେ ୮୦ ବର୍ଷିୟ ବ୍ୟକ୍ତି ଆଦୌ ଶୋଇ ନ ଥିବା କଥା ‘ଟାଇମ୍ସ୍ ନାଓଁ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଥାଇ ନ୍ୟୋକ୍ ନାମକ ସେ ବ୍ୟକ୍ତି ପିଲା ଦିନେ ଥରେ ଜ୍ବରରେ ପଡ଼ିଥିଲେ ଏବଂ ସେ ଜ୍ବର ପରଠାରୁ ତାଙ୍କୁ ଶୋଇବାରେ ଅସୁବିଧା ହେଉଛି। ନ୍ୟୋକ୍ କେବେ ଶୋଇଥିବାର ତାଙ୍କ ପରିବାର ଲୋକେ କିଂବା ପଡ଼ିଶା ଦେଖି ନାହାନ୍ତି। ଅନେକ ବିଶେଷଜ୍ଞ ଡାକ୍ତର ମଧ୍ୟ ତାଙ୍କର ଏ ଅବସ୍ଥା ଉପରେ ପରୀକ୍ଷାନିରୀକ୍ଷା କରିଛି କିନ୍ତୁ, ସେ ଶୋଉ ନ ଥିବାର କାରଣ କହିପାରୁ ନାହାନ୍ତି। ନ୍ୟୋକ୍ ‘ଚିର-ନିଦ୍ରାହୀନତା’ରେ ଆକ୍ରାନ୍ତ ବୋଲି କେତେକ ବିଶେଷଜ୍ଞ କହୁଛନ୍ତି।

୬୦ ବର୍ଷ ହେଲା ନ ଶୋଇବା ସତ୍ତ୍ବେ ବି ୮୦ ବର୍ଷିୟ ନ୍ୟୋକ ର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜି ନାହିଁ। ଭିଏତନାମ ସଂଗ୍ରାମ ସମୟରେ ତାଙ୍କର ଗୋଟାଏ ହାତ ନଷ୍ଟ ହୋଇଯାଇଛି। ସେ କହନ୍ତି ଯେ, ‘ସବୁଜ ଚା’ ଓ ‘ହାଣ୍ଡିଆ’ ପିଇ ସେ ପ୍ରଚୁର ଶକ୍ତି ପାଆନ୍ତି।

ନିଦ୍ରାହୀନତା ସଂକ୍ରାନ୍ତରେ ‘ୟୁଟ୍ୟୁବର୍’ ଡ୍ରିଉ ବିନସ୍କି ନ୍ୟୋକଙ୍କ  ସହିତ ଆଲୋଚନା କରିଥିଲେ। ସେ କହନ୍ତି, ଅନେକ ବର୍ଷ ତଳେ ମୁଁ ଥାଇ ନ୍ୟୋକଙ୍କ ବିଷୟରେ ଶୁଣିଥିଲି। କିନ୍ତୁ, ସେ କେଉଁଠି ରହୁଛନ୍ତି ତାହା ଜାଣି ନ ଥିବାରୁ ତାଙ୍କୁ ଭେଟି ପାରୁ ନ ଥିଲି। ସନ୍ଧାନ ନେବା ପରେ ସେ ବାସ କରୁଥିବା ଦକ୍ଷିଣ ଭିଏତନାମର କ୍ଷୁଦ୍ର ଗ୍ରାମରେ ପହଞ୍ଚିବାକୁ ମତେ ଏରିଜନାରୁ ୨ ଦିନ ଲାଗିଲା। ସେ ସତ କହୁଛନ୍ତି କି, ନାହିଁ ଜାଣିବାକୁ ରାତି ସାରା ତାଙ୍କ ପାଖରେ ଉଜାଗର ରହିଲି। ପାହାନ୍ତା ୪ଟା ବେଳେ ସେ ବିଛଣାକୁ ଯାଇ ଶୋଇବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ଆଖିର ପଲକ ପଡ଼ିଲା ନାହିଁ।

୧୯୬୨ ମସିହାରୁ ସେ ତିଳେ ମାତ୍ର ଶୋଇ ନାହାନ୍ତ ବୋଲି କହୁଛନ୍ତି। କେତେକ କହୁଛନ୍ତି, ଏହା ‘ଯୁଦ୍ଧୋତ୍ତର ମାନସିକ ଚାପଜନିତ ବିଶୃଙ୍ଖଳା’ ଭଳି ମାନସିକ ସ୍ବାସ୍ଥ୍ୟ ସମସ୍ୟା। ଆଉ କେତେକ କହୁଛନ୍ତି, ଏହା ଏକ ଦୁରାରୋଗ୍ୟ ବ୍ୟାଧି। କିନ୍ତୁ, ଘଡ଼ିଏ ଶୋଇପଡ଼ିବାକୁ ନ୍ୟୋକ୍ ସବୁବେଳେ ଖୁବ୍ ବ୍ୟାକୁଳ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.