Below header

ମେଳାରେ ପଡ଼ିଥାଏ ଭଳିକି ଭଳି ଜିନିଷ, ହେଲେ ଲୋକେ କିଣନ୍ତି ମାଗଣାରେ!

ଆସାମର ମୋରିଗାଁ ଜିଲା ଜୁନ୍‌ବିଲ୍‌ ଅଞ୍ଚଳରେ ପଡ଼ିଥାଏ ଏକ ନିଆରା ମେଳା। ଏହି ମେଳାର ଖାସ୍‌ କଥା ହେଲା, ଏଠାରେ ପ୍ରତ୍ୟେକ ଜିନିଷ ମାଗଣାରେ ମିଳିଥାଏ। ବିଶେଷ କରି ପାହାଡ଼ି ଜନଜାତି ଏବଂ ମୈଦାନୀ ଜନଜାତିର ଲୋକେ ଅଧିକ ସଂଖ୍ୟାରେ ମେଳାରେ ପହଞ୍ଚିଥାଆନ୍ତି। ସେମାନେ ନିଜ ନିଜ ସାମଗ୍ରୀ ବିକ୍ରି କରିବା ପାଇଁ ଆସିଥାଆନ୍ତି। ପ୍ରତ୍ୟେକ ବର୍ଷ ଏହି ମେଳା ୩ ଦିନ ଧରି ଚାଲେ। ତେବେ ପରମ୍ପରା ଅନୁସାରେ ଏହି ମେଳା ବେଶ୍‌ ସ୍ୱତନ୍ତ୍ର ଅଟେ।

ଏହାସହ ପଢ଼ନ୍ତୁ: ବର୍ଷକୁ ମାତ୍ର ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଦୋକାନ, ଲମ୍ବା ଲାଇନ୍‌ ଲଗାନ୍ତି ଗ୍ରାହକ

ମେଳାର ସ୍ୱତନ୍ତ୍ରତା ହେଉଛି, ଏଠାରେ ଆଧୁନିକ ମୁଦ୍ରା ଅର୍ଥାତ୍‌ ପଇସା ଚଳି ନ ଥାଏ। କେହି କିଛି ଜିନିଷ କିଣିଲେ, ତାଙ୍କୁ ଏହା ବଦଳରେ କିଛି ଜିନିଷ ଦେବାକୁ ପଡ଼ିଥାଏ। କହିବାକୁ ଗଲେ, ମେଳାରେ ଜିନିଷ ଅଦଳବଦଳ କରାଯାଏ। ଦିନ ଦ୍ୱିପ୍ରହର ସମୟରେ ପାହାଡ଼ି ଜନଜାତିର ଲୋକେ ନିଜ ନିଜ ଜିନିଷ ଧରି ପହଞ୍ଚିଯାଆନ୍ତି। ଏଠାକାର ଜନଜାତିଙ୍କୁ ମାମା-ମାମି ନାଁରେ ସମ୍ବୋଧିତ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.