Below header

ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣରେ ସଚେତନତାର ବାର୍ତ୍ତା, କନ୍ୟା ଭ୍ରୁଣ ହତ୍ୟାକୁ ବନ୍ଦ ପାଇଁ ଅରବିନ୍ଦଙ୍କ ଭାରତ ଭ୍ରମଣ

ଦିବ୍ୟାଙ୍ଗଙ୍କ ଭିନ୍ନ ପ୍ରୟାସ। ନିଜେ ଅକ୍ଷମ ହେଲେ ମଧ୍ୟ ଲୋକଙ୍କୁ ସଚେତନ କରାଇବାକୁ ଅଦମ୍ୟ ଚେଷ୍ଟା। ଆଉ ସଚେତନତାର ବାର୍ତ୍ତା ନେଇ ତିନିଚକିଆ ସାଇକେଲରେ ବାହାରିଛନ୍ତି ଭାରତଭ୍ରମଣରେ । ଲକ୍ଷ୍ୟ ରହିଛି ଦେଶରେ କନ୍ୟା ଭ୍ରୁଣ ହତ୍ୟାକୁ ବନ୍ଦ କରିବାକୁ ସଚେତନତା କରାଇବାକୁ। ୨୦୧୮ ଫେବୃଆରି ୧୯ ତାରିଖରୁ ତିନିଚକିଆ ସାଇକେଲରେ ଭାରତ ଭ୍ରମଣ ପାଇଁ ପୁରୀରୁ ବାହାରିଥିଲେ ଦିବ୍ୟାଙ୍ଗ ଅରବିନ୍ଦ କୁମାର। ଭ୍ରମଣକାଳରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଢେଙ୍କିକୋଟରେ ପହଞ୍ଚି ଜନସାଧାରଣଙ୍କୁ କନ୍ୟାଭ୍ରୁଣ ହତ୍ୟା ବନ୍ଦ ନେଇ ସଚେତନ କରିବା ସହ କନ୍ୟା ବିନା ଯେ ପରିବାର ନିର୍ମାଣ ଅସମ୍ଭବ ତାହା ସଚେତନ କରାଉଛନ୍ତି। ଏହାସହ ମୋବାଇଇ ବନ୍ଦ କରି ଗାଡ଼ି ଚଳାଇବା, ହେଲମେଟର ବ୍ୟବହାର ଓ ରକ୍ତଦାନ ଉପରେ ମଧ୍ୟ ସଚେତନ କରାଉଛନ୍ତି। ଅରବିନ୍ଦଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.