ଦ୍ୱିଧାରେ ହ୍ରିତିକ, ‘କ୍ରିସ ୪’ ପାଇଁ କଲେ ଏହି ଅଭିନେତ୍ରୀଙ୍କ ସୁପାରିଶ

ଫିଲ୍ମ ‘ସୁପର ୩୦ ଏବଂ ଓ୍ଵାର’ ସୁପରହିଟ୍‌ ହେବା ପରେ ହ୍ରିତିକ ଏବେ ଦ୍ୱିଧାରେ ରହିଛନ୍ତି। ହ୍ରିତିକ ନିଜ ହୋମ ପ୍ରଡକ୍ସନ ଫିଲ୍ମ ‘କ୍ରିସ୍‌ ୪’ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ କଳାକାର ପାଇଁ ଅଡିସନ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ ମୃଣାଳ ଠାକୁରଙ୍କ ନାମ ସୁପାରିଶ କରିଛନ୍ତି। ପୂର୍ବରୁ ଦୁହେଁ ଏକାଠି ଫିଲ୍ମ କରିସାରିଛନ୍ତି।

hr

ଏହାସହ ପଢ଼ନ୍ତୁ ; ମହିଳା କୈନ୍ଦ୍ରିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଇଲିଆନା, କରୁଛନ୍ତି ଏଭଳି ଫିଲ୍ମର ସନ୍ଧାନ

ମୃଣାଳ ଏବେ ଅପ୍‌କମିଙ୍ଗ ଫିଲ୍ମ ‘ଜର୍ସି’ ପାଇଁ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ ଶାହିଦ କପୁର ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ ନିର୍ଦ୍ଦେଶକ ଗୌତମ କରୁଛନ୍ତି। ପୂର୍ବରୁ ମୃଣାଳ ହ୍ରିତିକଙ୍କ ସହିତ ଫିଲ୍ମ ‘ସୁପର ୩୦’ରେ ନଜର ଆସିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ହ୍ରିତିକଙ୍କ ବାପା ରାକେଶ ରୋଶନ ସ୍ପଷ୍ଟୋକ୍ତି କରିନାହାନ୍ତି। ସୂଚନାଯୋଗ୍ୟ, ମୃଣାଳ ଟିଭି ଇଣ୍ଡଷ୍ଟ୍ରୀରୁ କାମ ଆରମ୍ଭ କରିଥିଲେ। ପ୍ରଥମେ ସିରିଅଲ ‘କୁମ୍‌କୁମ୍‌ ଭାଗ୍ୟ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ଫିଲ୍ମ ଅଫର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.