Below header

୪୪ ବର୍ଷ ପୂର୍ବର ଏହି ଗୋଟିଏ ନିଷ୍ପତ୍ତି, ଯାହା ବନି ଯାଇଥିଲା ଜରୁରୀକାଳୀନ ପରିସ୍ଥିତିର କାରଣ

ଆଜିଠୁ ଠିକ୍ ୪୪ ବର୍ଷ ପୂର୍ବେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଯାହାକୁ ଭାରତର ଲୋକତାନ୍ତ୍ରିତ ଇତିହାସର କଳା ଅଧ୍ୟାୟ ମଧ୍ୟ କୁହାଯାଏ । ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ୨୫ ଜୁନ୍ ଅଧ ରାତିରେ ଘୋଷଣା ହୋଇଥିବା ଏହି ଜରୁରୀକାଳୀନ ପରିସ୍ଥିତି ଚାଲିଥିଲା ୨୧ ମାର୍ଚ୍ଚ ୧୯୭୭ ଯାଏ । ଆସନ୍ତୁ ଜାଣିବା ଏହାକୁ ନେଇ କିଛି ଅଜଣା କଥା ।

– ଇନ୍ଦିରା ଗାନ୍ଧୀଙ୍କ ସୁପାରିଶରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଭାରତୀୟ ସମ୍ବିଧାନ ୩୫୨ ଅଧୀନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ୨୬ ଜୁନରେ ଆକାଶବାଣୀରେ ଇନ୍ଦିରା ଗାନ୍ଧୀ ଏହାକୁ ଦୋହରାଇଥିଲେ ।

– ଆକାଶବାଣୀରେ ପ୍ରସାରିତ ନିଜ ସନ୍ଦେଶରେ ଇନ୍ଦିରା ଗାନ୍ଧୀ କହିଥିଲେ, ଯେବେଠାରୁ ମୁଁ ସାଧାରଣ ଲୋକ ଏବଂ ମହିଳାଙ୍କ ଲାଭ ପାଇଁ କିଛି ପ୍ରଗତିଶୀଳ ପଦକ୍ଷେପ ଉଠାଇଛି ସେବେ ଠାରୁ ମୋ ବିରୋଧରେ ଗଭୀର ଷଡଯନ୍ତ୍ର ରଚା ଯାଇଛି ।

indira-gandhi-– ଜରୁରୀକାଳୀନ ପରିସ୍ଥିତିର ସବୁଠାରୁ ମୁଖ୍ୟ କାରଣ ହେଉଛି ଆହ୍ଲାବାଦ ହାଇକୋର୍ଟର ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଦିଆଯାଇଥିବା ନିଷ୍ପତ୍ତି ବୋଲି କୁହାଯାଏ । ଏହି ନିଷ୍ପତ୍ତି ୧୨ ଜୁନ୍ ୧୯୭୫ରେ ଦିଆଯାଇଥିଲା ।

– ଇନ୍ଦିରା ଗାନ୍ଧୀଙ୍କୁ ରାଏ ବରେଲୀ ନିର୍ବାଚନ ଅଭିଯାନରେ ସରକାରୀ କଳର ଦୁରୁପଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏହା ସହ ନିର୍ବାଚନକୁ ଖାରଜ କରିଦେଇଥିଲେ । ଏପରିକି ଇନ୍ଦିରାଙ୍କ ଉପରେ ୬ ବର୍ଷ ଯାଏ ନିର୍ବାଚନ ନଲଢିବା ସହ କୌଣସି ପଦ ସମ୍ଭାଳିବା ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଥିଲା ।

– ଏହି ନିଷ୍ପତ୍ତି ଶୁଣାଇଥିଲେ ଜଷ୍ଟିସ୍ ଜଗମୋହନଲାଲ୍ ସିହ୍ନା । ୨୪ ଜୁନ ୧୯୭୫ରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ କାଏମ୍ ରଖିଥିଲେ । କିନ୍ତୁ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଅନୁମତି ଦେଇଥିଲେ ।

– କୁହାଯାଏ ଏହି ଜରୁରୀକାଳୀନ ପରିସ୍ଥିତି ସମୟରେ ନାଗରିକଙ୍କ ମୌଳିକ ଅଧିକାରକୁ ଉପରେ ମଧ୍ୟ ଅଙ୍କୁଶ ଲାଗିଥିଲା ।

emergency– ଏହି ସମୟରେ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ୍ ଅନୁଯାୟୀ ରାଜନୈତିକ ବିରୋଧୀଙ୍କ ଗିରଫଦାରୀ ଆରମ୍ଭ ହୋଇଥିଲା । ଏମାନଙ୍କ ମଧ୍ୟରେ ଜୟପ୍ରକାଶ ନାରାୟଣ, ଜର୍ଜ ଫର୍ଣ୍ଣାଡିସ୍ ଏବଂ ଅଟଳ ବିହାରୀ ବାଜପେୟୀ ମଧ୍ୟ ସାମିଲ୍ ଥିଲେ । ୨୧ ମାସ ଯାଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ରଖିବା ସହ ବିପକ୍ଷ ନେତାଙ୍କୁ ଜେଲରେ ଭର୍ତ୍ତି କରି ଦେଇଥିଲେ ଇନ୍ଦିରା ଗାନ୍ଧୀ ।

– ଜରୁରୀକାଳୀନ ପରିସ୍ଥିତିର ପ୍ରାୟ ଦୁଇ ବର୍ଷ ପରେ ଦେଶରେ ବହିଥିଲା ବିରୋଧର ହୱା । ଯାହାକୁ ଦେଖି ଇନ୍ଦିରା ଗାନ୍ଧୀ ଲୋକସଭା ଭଙ୍ଗ କରି ସାଧାରଣ ନିର୍ବାଚନ ପାଇଁ ସୁପାରିଶ କରିଥିଲେ ।

– କୁହାଯାଏ ଜରୁରୀକାଳୀନ ପରିସ୍ଥିତି ବା ଏମରେଜେନସୀ ସମୟରେ ସଞ୍ଜୟ ଗାନ୍ଧୀ ଏବଂ ତାଙ୍କର କିଛି ବନ୍ଧୁ ଦେଶକୁ ଚଳାଉଥିଲେ । ସେମାନେ ଇନ୍ଦିରା ଗାନ୍ଧୀଙ୍କୁ ଏକ ପ୍ରକାର ନିଜ କବଜାରେ କରିନେଇଥିଲେ ।

– ଏହି ସମୟରେ ଲୋକମାନଙ୍କର ଜବରଦସ୍ତ ବନ୍ଧ୍ଯାକରଣ କରି ଦିଆଯାଉଥିଲା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.