ଝିଅ ଜନ୍ମର ଏପରି ଖୁସି ଦେଖିନଥିବେ ଆପଣ, ସ୍ବାଗତ ପାଇଁ ଢୋଲ ବଜାଇ ଫୁଲ ବର୍ଷା କଲେ ବାପା

ଦେଶର ଅନେକ ସ୍ଥାନରେ ଆଜି ମଧ୍ୟ ଝିଅମାନଙ୍କୁ ଅଭିଶାପ ନଜରରେ ଦେଖିଥାନ୍ତି। ବର୍ତ୍ତମାନ କିନ୍ତୁ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଝିଅ ଜନ୍ମ ହେବାର ଭାବନା ବଦଳିବାରେ ଲାଗିଛି। ଗତ ୧୪ ଏପ୍ରିଲରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାସ୍ଥିତ କୁଶୱାହ କଲୋନୀ ନିବାସୀ ଆଶୀଷ ଶର୍ମାଙ୍କ ପରିବାରରେ ଏକ ଝିଅ ଜନ୍ମ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଝିଅ ଜନ୍ମ ହେବାପରେ ପରିବାର ସଦସ୍ୟମାନେ ବ୍ୟାଣ୍ଡ-ବାଜା ବଜାଇବା ସହ ନାଚି ଏବଂ ଗୀତ ଗାଇ ଅତ୍ୟନ୍ତ ଖୁସିର ସହ ଝିଅକୁ ଘରକୁ ସ୍ବାଗତ କରିଥିଲେ।

brithମଧ୍ୟପ୍ରଦେଶର ଭିଣ୍ଡ ଏବଂ ମୁରେନା ଜିଲ୍ଲାରେ ଲିଙ୍ଗାନୁପାତରେ ଝିଅଙ୍କ ପରିସ୍ଥିତି ଖୁବ ଖରାପ। ୨୦୦୧ ବର୍ଷରେ ସେଠାରେ ୧୦୦ ପୁରୁଷ ଥିବା ବେଳେ ୮୮୨ ଜଣ ମହିଳା ଥିଲେ। ସେହିପରି ୧୦ ବର୍ଷ ପରେ ୨୦୧୧ ର ଜନଗଣନାରେ ଏହି ସ୍ଥିତିରେ କିଛି ସୁଧାର ହୋଇ ୧୦୦୦ ପୁରୁଷ ଏବଂ ୮୪୩ ଜଣ ମହିଳା ରହିଥିଲେ। ଆଗକୁ  ଏହି ସଂଖ୍ଯାରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.