Below header

ଖରାଦିନେ ଏହି ସରଳ ଉପାୟରେ ଆପଣଙ୍କ ଘରକୁ ରଖନ୍ତୁ ଥଣ୍ଡା

ଖରାଦିନେ ଲୋକେ ବାହାରକୁ ବାହରିବା ପାଇଁ କୁଣ୍ଠାବୋଧ କରିଥାନ୍ତି । ସୂର୍ଯ୍ୟଙ୍କ ପ୍ରଖର କିରଣ ଶରୀରକୁ ପୋଡିପାକାଇବା ଭଳି ଲାଗିଥାଏ । କେମିତି ବାହାର କାମ ସାରି ଶିଘ୍ର ଘରୁକୁ ଫେରିବେ ସେନେଇ ସମସ୍ତେ ଚିନ୍ତରାରେ ରହିଥାନ୍ତି । ଘରକୁ ଯିବା ପରେ ଶରୀରକୁ କିଛିଟା ଆରାମ ମିଳିଥାଏ । ଘରେ ଫ୍ୟାନ୍,କୁଲର କିମ୍ବା ଏସି ଦ୍ବାରା ଶରୀରକୁ ଥଣ୍ଡା ମିଳିବା ସହିତ ଓ ଗରମରୁ କିଛିଟା ଉପଶମ ମିଳିଥାଏ । ତେବେ ଶରୀରକୁ ଥଣ୍ଡା ପହଁଚାଇବା ପାଇଁ ଏହା କେବଳ ବିକଳ୍ପ ନୁହେଁ । ଏମିତି କିଛି ସରଳ ଉପାୟ ଦ୍ବାରା ଆପଣ ଖରା ଦିନେ ନିଜ ଘରକୁ ଥଣ୍ଡା ରଖିପାରିବେ ।

sunଆସନ୍ତୁ ଜାଣିବା କ’ଣ ସେହି ଉପାୟ:

-ଯଦି ଆପଣଙ୍କର ଛାତ ଘର ତେବେ ଛାତରେ ମୋଟା ଚୂନ ରଙ୍ଗ ବୋଳିଦିଅନ୍ତୁ ଓ ରାତିରେ ଛାତକୁ ଓଦା ରଖନ୍ତୁ ।

-ଘର ଭିତରକୁ ସୂର୍ଯ୍ୟ କିରଣ ନଆସିବା ପାଇଁ କବାଟ ଓ ଝରକାରେ ମୋଟା ଓ ଗାଢ଼ ରଙ୍ଗର ପରଦା ଟାଙ୍ଗନ୍ତୁ ।

door-ଗୋଟିଏ ଝରକା ଖୋଲା ରଖି କୁଲରର ବ୍ୟବହାର କରନ୍ତୁ ।ଏହାଦ୍ବାରା କ୍ରସ ଭେଣ୍ଟିଲେସନ ହୋଇ ଘର ଥଣ୍ଡା ରହିଥାଏ ।

-ସୂର୍ଯ୍ୟାସ୍ତ ପରେ ଘରର କବାଟ, ଝରକା ଖୋଲି ଦିଅନ୍ତୁ । ଯାହା ଦ୍ବାରା ଘରକୁ ଥଣ୍ଡା ପବନ ଚଳାଚଳ ସଠିକ୍ ଭାବେ ହେବ ଓ ଘର ଥଣ୍ଡା ରହିବ ।

bena chera-ଆଜିବେଷ୍ଟ ଘର ହୋଇଥିଲେ ଖରା ଦିନେ ଆଜିବେଷ୍ଟ ଉପରେ ନଡା ଆଣି ପକାଇ ଦିଅନ୍ତୁ ଏବଂ ରାତିରେ କିଛି ପାଣି ପକାନ୍ତୁ ଏହା ଦ୍ବାରା ଘର ଥଣ୍ଡା ରହିଥାଏ ।

-ବେଣା ଚେରକୁ ଓଦା କରି ଘରର ଝରକା କିମ୍ବା କବାଟ ସମ୍ମୁଖରେ ଟାଙ୍ଗି ଦିଅନ୍ତୁ ଏହାଦ୍ବାରା ଘର ଭିତର ଥଣ୍ଡା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.