ମୃତ୍ୟୁ ବି କରିପାରିନଥିଲା ଅଲଗା, ୧୫୦୦ ବର୍ଷ ପୁରୁଣା ପ୍ରେମୀ ଯୁଗଳଙ୍କ କଙ୍କାଳ ଉଦ୍ଧାର

ଇତିହାସର ପୃଷ୍ଠାରେ ସାହିତ୍ୟ, କଳା ଓ ସଙ୍ଗୀତ ଜରିଆରେ ଶ୍ବାଶତ ପ୍ରେମ ସମ୍ପର୍କରେ ଅନେକ ଉଦାହରଣ ରହିଛି। କିନ୍ତୁ ଚୀନ୍‌ରେ ପ୍ରେମର ଯେଉଁ ପ୍ରତୀକ ଦେଖିବାକୁ ମିଳିଛି ତାକୁ ଦେଖି ରିସର୍ଚ୍ଚରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପରସ୍ପରର ହାତ ଧରି ମିଳିଥିବା ଦୁଇଟି କଙ୍କାଳରୁ ଏହା ଜଣାପଡିଛି। ଯାଞ୍ଚ ପରେ ଜଣାପଡିଛି ଯେ, ଗୋଟିଏ କଙ୍କାଳ ପୁରୁଷର ଥିବା ବେଳେ ଅନ୍ୟଟି ଜଣେ ମହିଳାଙ୍କର କଙ୍କାଳ।

ଶଙ୍ଘାଇର ଉତ୍ତର Wei Dynasty ରୁ ମିଳିଥିବା ଏହି ପ୍ରେମୀଯୁଗଳଙ୍କ କଙ୍କାଳ ୧୫୦୦ ବର୍ଷ ପୁରୁଣା। ରିସର୍ଚ୍ଚରଙ୍କ ମତରେ ଏହି ଦୁଇଟି କଙ୍କାଳ କୌଣସି ପ୍ରେମୀ ଯୁଗଳଙ୍କର ହୋଇପାରେ। ମୃତ୍ୟୁ ସମୟରେ ଦୁହେଁ ପରସ୍ପରର ହାତକୁ ଖୁବ୍ ମଜବୁତ ଭାବରେ ଧରିଥିଲେ। ୧୫୦୦ ବର୍ଷ ପରେ ତାଙ୍କୁ ମାଟିତଳୁ ବାହାର କରାଯାଇଛି। ଆଉ ଏତେ ବର୍ଷ ପରେ ବି ଦୁହେଁ ହାତଧରା ଧରି ହୋଇଥିବା ଅବସ୍ଥାରେ ମିଳିଛନ୍ତି। ଏହା ପ୍ରଥମ ଥର ଯେବେ ଚୀନ୍‌ରେ ଏଭଳି କିଛି ମିଳିଛି।

skeleton

ରିସର୍ଚ୍ଚରୁ ଜଣାପଡିଛି ଯେତେବେଳେ ପୁରୁଷଙ୍କର ମୃତ୍ୟୁ ହୋଇଥିଲା ତାଙ୍କର ବୟସ ୨୯ ରୁ ୩୫ ବର୍ଷ ଭିତରେ ଥିଲା। ତାଙ୍କର ଉଚ୍ଚତା ୫ ଫୁଟ ୪ ଇଞ୍ଚ ଥିଲା। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ହାତ ମଧ୍ୟ ଭାଙ୍ଗି ଯାଇଥିଲା। ସେ ଡାହଣ ହାତର ଆଙ୍ଗୁଳିରେ ମୁଦି ପିନ୍ଧିଥିଲେ। ସେଭଳି ମହିଳାଙ୍କୁ ମୃତ୍ୟୁ ବେଳକୁ ୩୫ ରୁ ୪୦ ବର୍ଷ ହୋଇଥିଲା। ତାଙ୍କର ଉଚ୍ଚତା ୫ ଫୁଟ ୨ ଇଞ୍ଚ ଥିଲା। ଇଣ୍ଟରନ୍ୟାସନାଲ ଜେନେରାଲ ଅଫ୍ ଆଷ୍ଟ୍ରିୟୋ ଆର୍କିଲୋଜିଷ୍ଟଙ୍କ କହିବା ଅନୁସାରେ, ମହିଳା ଜଣକ ନିଜର ଜୀବନସାଥୀଙ୍କ ପାଇଁ ବଳିଦାନ ଦେଇଥିବେ ଓ ପୁରୁଷଙ୍କ ମୃତ୍ୟୁ ପରେ ଦୁହିଁଙ୍କୁ ଏକାଠି ପୋତି ଦିଆଯାଇଥାଇ ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.