Below header

୧୧ ଦିନ ପରେ ବରମୁଡା ଟ୍ରାଏଙ୍ଗଲରୁ ଜୀବନ ବଂଚାଇ ଫେରିଲେ ଏହି ମାଛଧରାଳୀ, ଜାଣନ୍ତୁ କେମିତି କଟିଥିଲା ସେଠାରେ ତାଙ୍କ ଦିନ

ବରମୁଡ଼ା ଟ୍ରାଏଙ୍ଗଲର ରହସ୍ୟ ବିଷୟରେ ପ୍ରାୟ ସଭିଏଁ ଅବଗତ ଥିବେ। ପୂର୍ବରୁ ଏହି ସ୍ଥାନରେ ବଡ଼ ବଡ଼ ଜାହାଜ ନିଖୋଜ ହୋଇଯିବା ସହ କେତେ ବେଳେ ଉପରେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର୍ ରହିଛି। ଏହାର ରହସ୍ୟ ଉପରୁ ଏପର୍ଯ୍ୟନ୍ତ କେହି ପରଦା ଉଠାଇ ପାରିନାହାନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚୀନର ମାଛଧରାଳୀ ନିୟାନ ସିନ୍ଧୁଆ ୧୧ ଦିନ ଧରି ବରମୁଡ଼ା ଟ୍ରାଏଙ୍ଗଲ ଭଳି ରହସ୍ୟମୟ ସ୍ଥାନରେ ଫସି ରହିଥିଲେ ମଧ୍ୟ ସେଠାରୁ ସେ ୧୧ ଦିନ ପରେ ନିଜ ଘରକୁ ଜୀବିତ ଫେରି ଆସିଥିବା ଜଣାପଡିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

baramudaସୂଚନା ମୁତାବକ, ନିୟାନଙ୍କ ଡ଼ଙ୍ଗାରୁ ପେଟ୍ରୋଲ ସରିଯିବା କାରଣରୁ ମେ’ ୧୦ ତାରିଖରୁ ବରମୁଡ଼ା ଟ୍ରାଏଙ୍ଗଲରେ ଫସି ରହିଥିଲେ । ଭୋକ ଲାଗୁଥିଲା ବେଳେ ମାଛର ଦାନା ଖାଇବା ସହ ନିଜର ପରିଶ୍ରା ପିଇ ଶୋଷ ମେଣ୍ଟାଇ ନିଜକୁ ବଞ୍ଚାଇ ରଖିଥିଲେ । ୧୧ଦିନ ଏଭଳି ରହିବା ପରେ ମେ’ ୨୧ରେ ଏକ କାର୍ଗୋ ଜାହାଜ ନିୟାନକୁ ଉଦ୍ଧାର କରିଥିଲା । ଶେଷରେ ସେ ଜୀବିତ ଫେରିଥିବା ଜଣାପଡିଛି । ତେବେ ଯେଉଁ ସ୍ଥାନରେ ବଡ଼ ବଡ଼ ଜାହାଜ ଉଭାନ ହୋଇଯାଏ, ସେଠାରେ ନିୟାନଙ୍କ ଏକ ଛୋଟ ଡ଼ଙ୍ଗା କେମିତି ବର୍ତ୍ତିଗଲା, ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.