ବିଶ୍ୱକପରେ ଆଜି ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍

ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ । ଅପରାହ୍ନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ ।  ଏହା ବିଶ୍ବ କପର ୧୯ ତମ ମ୍ୟାଚ୍ ହେବ । ମ୍ୟାଚଟି ଦି ରୋଜ୍ ବାଉଲ୍,ହାମ୍ପସିୟର ଷ୍ଟାଡିୟମ୍ ରେ ଖେଳାଯିବ ।ଏପର୍ଯ୍ୟନ୍ତ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟବରଣ କରିଛି। ୪ ପଏଣ୍ଟ ହାସଲ କରି ଇଂଲଣ୍ଡ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୩ଟି ମ୍ୟାଚ୍‌ ଖେଳି ଗୋଟଏ ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନାଫଳାଫଳ ସହ ୩ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର,ଟମ୍‌ କୁରାନ, ଲିଅମ୍‌ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।

ଓ୍ବେଷ୍ଟଇଣ୍ଡିଜ୍‌ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ୍‌, ଡାରେନ ବ୍ରାଭୋ, ଶେଲଡନ କଟ୍ରେଲ, ସାନନ ଗାବ୍ରିଏଲ, କ୍ରିସ୍‌ ଗେଲ୍‌, ଶିମରନ ହେଟମେୟର, ସାଇ ହୋପ, ଏଭିନ ଲୁଇସ୍‌, ଆସଲେ ନର୍ସ, ନିକୋଲାସ ପୁରାନ, କେମର ରୋଚ, ଆନ୍ଦ୍ରେ ରସେଲ ଓ ଓଶେନ ଥୋମାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.