ବିଚିତ୍ର ଟ୍ୟୁମର ଅପରେସନ, ନିଜ ପ୍ରିୟର ସାଥୀ ପାଇଁ ମାଲିକ ଖର୍ଚ୍ଚ କଲେ ୯ ହଜାର ଟଙ୍କା

ଇଂଲଣ୍ଡର ବ୍ରିଟିଶ ସ୍ଥିତ ଭେଟେନାରୀ ହସପିଟାଲରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏହି ହସପିଟାଲର ଡାକ୍ତର ଏକ ମାଛ ପେଟରୁ ଟ୍ୟୁମର ଅପରେସନ କରିଛନ୍ତି। ଏହି ଟ୍ୟୁମରର ଓଜନ ମାତ୍ର ୧ ଗ୍ରାମ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନ ପରେ ଡାକ୍ତର ଟ୍ୟୁମର ବାହାର କରିବାରେ ସକ୍ଷମ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗୋଲ୍ଡ ଫିଶ୍‌ ମାଛର ଅପରେସନ ପାଇଁ ମାଲିକ ଜଣକ ପାଖାପାଖି ୯ ହଜାର ଟଙ୍କା ଖର୍ଚ୍ଚ କରିଥିଲେ।

33

ସୂଚନା ମୁତାବକ, ଏହି ଛୋଟ ମାଛର ମୂଲ୍ୟ ୮୯ ଟଙ୍କା ରହିଥିବା ବେଳେ ତାର ଅପରେସନ ପାଇଁ ମାଲିକ ୯ ହଜାର ଟଙ୍କା ଖର୍ଚ୍ଚ କରିବା କେତେ ଆଶ୍ଚର୍ଯ୍ୟଜନକ। ୯ ହଜାର ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ମାଲିକ ଜଣକ ଆଉ କେତେ ମାଛ କିଣିପାରିଥାନ୍ତେ। କିନ୍ତୁ ଏପରି ନ କରି ସେ ଏହାର ଅପରେସନ କରିଥିଲେ। ଏଥିରୁ ତାଙ୍କ ଜୀବ ପ୍ରତି ପ୍ରେମ କେତେ ରହିଛି ଯାହା ଜଣାପଡୁଛି। ଏହି ହସପିଟାଲରେ ପୂର୍ବରୁ ଝିଟିପିଟି, ଏଣ୍ଡୁଅ, ସାପ ଏବଂ କୁମ୍ଭୀର ଭଳି ଜୀବଙ୍କର ସର୍ଜରୀ ହୋଇସାରିଛି। କିନ୍ତୁ ମାଛ ପେଟରୁ ଏକ ଗ୍ରାମ ଟ୍ୟୁମର ଅପରେସନ କରିବା ଏହା ପ୍ରଥମ ଘଟଣା।

22

ହସପିଟାଲରେ କାମ କରୁଥିବା ଜଣେ କର୍ମଚାରୀଙ୍କ କହିବା ମୁତାବକ, ଏହି ଗୋଲ୍ଡ ଫିଶ୍‌ ମାଲିକକୁ ତାଙ୍କ ପଡୋଶୀ କିଛିସପ୍ତାହ ପୂର୍ବରୁ ଗିଫ୍ଟ ଦେଇଥିଲେ। ପୂର୍ବରୁ ସବୁକିଛି ଠିକ୍‌ ରହିଥିବା ପରେ ମାଛର ତଳି ପେଟରେ ଏକ ଗଣ୍ଠି ରହିଥିବା ଭଳି ଦେଖିବାକୁ ମିଳିଥିଲା। ଏହା ପରେ ମାଛକୁ ନେଇ ମାଲିକ ହସପିଟାଲ ଯାଇଥିଲେ, ଯେଉଁଠାରେ ମାଛର ଅପରେସନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.