Below header

ବିଦେଶୀଙ୍କ ପ୍ରେମ: ବସ୍ତି ପିଲାଙ୍କ ମେଳରେ ସାଉଁଟୁଛନ୍ତି ନିଆରା ଅନୁଭୂତି

ଯେଉଁଠି ଭାବ ଅଛି, ସେଠି ଭାଷାର ଆବଶ୍ୟକତା ନାହିଁ। ଠିକ୍‌ ସେମିତି ତାଙ୍କ ପାଖେ ଭରି ରହିଛି ସ୍ନେହ, ପ୍ରେମ ଆଉ ଆତ୍ମୀୟତା। କୁନି କୁନି ପିଲାଙ୍କ ଗହଣରେ ବିତାଉଥିବା କିଛି ମୁହୂର୍ତ୍ତ ସେମାନଙ୍କୁ ଦେଉଛି ଗଭୀର ଆତ୍ମସନ୍ତୋଷ। ବସ୍ତି ଅଞ୍ଚଳର ଏହି ପିଲାମାନେ ନୁହଁନ୍ତି ସେମାନଙ୍କ ଆପଣାର, ହେଲେ ଆପଣାର ଭଲ ପାଇବା ଓଜାଡ଼ି ଦେଉଛନ୍ତି ଏହି ବିଦେଶୀ ଦମ୍ପତି। କୋଳେଇ ନେଉଛନ୍ତି ବାପା, ମା’ଙ୍କ ପରି। ମନ, ହୃଦୟରୁ ବାହାରୁଥିବା ଖୁସି ଆପଣା ଛାଏଁ ବାରି ହୋଇପଡ଼ୁଛି। ସକାଳୁ ସକାଳୁ ଏଭଳି ଦୃଶ୍ୟ ନିଇତି ଦେଖିବାକୁ ମିଳୁଛି କୋରାପୁଟ ଜିଲାର ଜୟପୁର ସହରରେ।

slum slum

ସହରର ମୁଖ୍ୟରାସ୍ତା ହେଉ କି ଗଳିକନ୍ଦି, ସବୁଠି ଦେଖିବାକୁ ମିଳନ୍ତି ଏହି ଇଟାଲିୟନ ଦମ୍ପତି ଡିଟରିଚ୍‌ ଓ ତାଙ୍କ ଧର୍ମପତ୍ନୀ ସିଲକେ। ଅସହାୟ ଅବସ୍ଥାରେ ରହୁଥିବା ଛୁଆମାନଙ୍କୁ କାଖେଇ, କୋଳେଇ ଅତି ସୁନ୍ଦର ସ୍ମୃତି ସାଉଁଟି ଥାଆନ୍ତି ଏମାନେ। କେବଳ ଏତିକି ନୁହେଁ, ସାଇକେଲରେ ବସାଇ ଘେରାଏ ବୁଣାଇ ଆଣିଲେ ଏମାନେ ଆତ୍ମତୃପି ଅନୁଭବ କରନ୍ତି। ନା ଏମାନଙ୍କ ମନରେ ଥାଏ କୌଣସି ଭେଦଭାବ, ନା ଘୃଣା। ବିଦେଶୀ ହେଲେ ବି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣାଇ ନେଇଛନ୍ତି।

fore slum

ଏହାସହ ପଢ଼ନ୍ତୁ: ଆଉ ମାରନା ଜେଜେମା . . . ଦେଖନ୍ତୁ ଭିଡିଓ

ସେପଟେ ବସ୍ତି ଛୁଆମାନେ ମଧ୍ୟ ବିଦେଶୀ ଦମ୍ପତିଙ୍କ ସହ କାଟୁଥିବା ସମୟ ଖୁସି ଅନୁଭବ କରିଥାଆନ୍ତି। ଗୋରା ବାବୁ, ମ୍ୟାଡାମ୍‌ଙ୍କୁ ପାଖରେ ପାଇ ପିଲାମାନେ ଓ ସେମାନଙ୍କ ମା’ ଦୁହିଁଙ୍କର ବେଶ୍‌ ପ୍ରଶଂସା କରିଛନ୍ତି। ତେବେ ଡିଟରିଚ୍‌ ଓ ସିଲକେ ବସ୍ତି ଛୁଆମାନଙ୍କୁ ମୌଳିକ ଶିକ୍ଷା, ସଚେତନତା ମିଳିପାରୁ ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.