ଫିଲ୍ମ ‘କ୍ବାଥା’ ଜରିଆରେ ବଲିଉଡ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ, ସାଙ୍ଗରେ ନଜର ଆସିବେ ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ ବଲିଉଡରେ ଏଣ୍ଟ୍ରି କରିବାକୁ ନେଇ ଅନେକ ଦିନରୁ ଯୋଜନା କରିସାରିଲେଣି । ଇସାବେଲ ସଲମାନଙ୍କ ଭିଣୋଇ ଆୟୁଷଙ୍କ ସହିତ ଫିଲ୍ମ ’କ୍ବାଥା’ରେ ଖୁବଶୀଘ୍ର ନଜର ଆସିବ । କରନ ଲଲିତ ଭୁଟାନି ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତୀୟ ସେନାରେ ଥିବା ଯବାନମାନଙ୍କର ସାହସିକତା ଉପରେ ଆଧାରିତ । ଏଥିରେ ଆୟୁଷ ଶର୍ମା ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଆକ୍ସନ ଡ୍ରାମା ଫିଲ୍ମଟି ଆସନ୍ତା ସେପ୍ଟମ୍ବରରେ ସୁଟିଂ ହୋଇ ଆସନ୍ତାବର୍ଷ ରିଲିଜ ହେବ । ଆୟୁଷ ବଲିଉଡରେ ଫିଲ୍ମ ‘ଲଭୟାତ୍ରୀ’ ଜରିଆରେ ଏଣ୍ଟ୍ରି କରିଥିଲୋ କିନ୍ତୁ ଫିଲ୍ମକୁ ଏତେ କିଛି ସଫଳତା ମିଳିନଥିଲା । ଖାସ୍ ଏଥିପାଇଁ ଆୟୁଷ ଫିଲ୍ମ ‘କ୍ବାଥା’ ପାଇଁ ବେଶ୍ ପରିଶ୍ରମ କରୁଛନ୍ତି । ଫିଲ୍ମରେ ଜଣେ ଆର୍ମି ଅଫିସର ଭୂମିକା ନିର୍ବାହ କରିବା ମୋ ପାଇଁ ଗର୍ବର କଥା ବୋଲି ଆୟୁଷ କହିଛନ୍ତିା ଏହାକୁ ନେଇ ବେଶ୍ ଉତ୍ସାହିତ ମଧ୍ୟ ରହିଛନ୍ତି ।

ଗତ ଚାରିବର୍ଷ ହେବ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ ବଲିଉଡରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଇଣ୍ଡଷ୍ଟ୍ରୀରେ କାମ କରିବା ପାଇଁ ମଧ୍ୟ ହିନ୍ଦୀ ଶିଖୁଛନ୍ତି । ଫିଲ୍ମ ‘କ୍ବାଥା’ ଭାରତ ଏବଂ ମିଆଁମାର ସୀମାନ୍ତରେ ଥିବା ଏକ ଗାଁ । ଏହି ଫିଲ୍ମ ପାଇଁ ଆୟୁଷ ଏବଂ ଇସାବେଲ ପରଫେକ୍ଟ ବୋଲି ନିର୍ଦ୍ଦେଶକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.