ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକରେ ଶିକାରୀଙ୍କ ମୁକାବିଲା କରିବେ ବନ କର୍ମଚାରୀ

ଜୈବ ବିଭିଧତାର ଗନ୍ତାଘର ଶିମିଳିପାଳ, କେବଳ ଓଡ଼ିଶାର ନୁହଁ, ଆମ ଦେଶ ଓ ପୃଥିବୀର ଏକ ଅମୂଲ୍ୟ ସମ୍ପଦ । ଆଉ ସେ ଅମୂଲ୍ୟ ସମ୍ପଦ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଏବେ ନୂଆ ପଦକ୍ଷେପ । ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକ ରେ ଶିକାରୀଙ୍କ ମୁକାବିଲା କରିବେ ବନ କର୍ମଚାରୀ ।

ବାରିପଦା(କେନ୍ୟୁଜ): ଜୈବ ବିଭିଧତାର ଗନ୍ତାଘର ଶିମିଳିପାଳ, କେବଳ ଓଡ଼ିଶାର ନୁହଁ, ଆମ ଦେଶ ଓ ପୃଥିବୀର ଏକ ଅମୂଲ୍ୟ ସମ୍ପଦ । ଆଉ ସେ ଅମୂଲ୍ୟ ସମ୍ପଦ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଏବେ ନୂଆ ପଦକ୍ଷେପ । ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକ ରେ ଶିକାରୀଙ୍କ ମୁକାବିଲା କରିବେ ବନ କର୍ମଚାରୀ । ହାତରେ ଏକେ ୪୭ଧରି ଜଗିବେ ଶିମିଳିପାଳ ପ୍ରବେଶ ପଥକୁ । ଦୁଇ ଜଣ ବନକର୍ମଚାରୀଙ୍କ ଶିକାରୀ ଗୁଳିରେ ମୃତ୍ୟୁ ପରେ ତପର ରାଜ୍ୟ ସରକାର । ପ୍ରଥମେ ବନ ବିଭାଗ ସହ ସୁରକ୍ଷା ଦାଇତ୍ଵ ମିଳିଥିଲା ପୋଲିସକୁ । ଆଉ ଏବେ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ର ସହ ପ୍ରସ୍ତୁତ ଏସ୍ ଟି ପି ଏଫ୍ । ଦିଆଯାଉଛି ସ୍ଵତନ୍ତ୍ର ତାଲିମ୍ ।

ତେବେ କହିବାକୁ ଗଲେ ଶିକାରୀଙ୍କ ଚରାଭୁଇଁ ପାଲୋଟିଥିଲା ଶିମିଳିପାଳ । ଆଉ ସରକାରଙ୍କ ତତ୍ପରତା ପରେ ଏବେ ବଦଳୁଛି ଶିମିଳିପାଳ ସ୍ଥିତି । ଶହ ଶହ ସଂଖ୍ୟାରେ ବନ୍ଧୁକ ଜବତ କରାଯାଉଛି ଶିମିଳିପାଳ ଅଭୟାରଣ୍ୟରୁ । ଆଉ ଶିକାରୀ ରୋକିବାକୁ ବହୁ ମାତ୍ରାରେ ସଫଳ ହୋଇଛି ମୟୁରଭଞ୍ଜ ପୋଲିସ । ଗୋଟେ ପଟେ ପୋଲିସ ୩୦୦ ରୁ ଊର୍ଦ୍ଧ୍ୱ ବନ୍ଧୁକ ଜବତ କରି ରେକର୍ଡ କରିଥିବା ବେଳେ ବନ ବିଭାଗ ମଧ୍ୟ ୪୫୦ ରୁ ଊର୍ଦ୍ଧ୍ୱ ବନ୍ଧୁକ ଜବତ କରିଥିବା ପ୍ରଦର୍ଶନ କରିଛି । ଏହି ଜବତ ବନ୍ଧୁକ ଦେଖିଲେ ଶିମିଳିପାଳ ଯେ କେତେ ଅସୁରକ୍ଷିତ ଥିଲା ତହା ସ୍ପଷ୍ଟ ଅନୁମେୟ । ଏପରିକି ବନ୍ଧୁକ ତିଆରି କାରଖାନାକୁ ମଧ୍ୟ ଠାବ କରିଛି ମୟୁରଭଞ୍ଜ ପୋଲିସ । ତେବେ ପ୍ରଶ୍ନ ଉଠୁଛି ଏତେ ଦିନ ଧରି ଶିମିଳିପାଳ ସୁରକ୍ଷା ଦାଇତ୍ଵରେ ଥିବା ବନ ବିଭାଗ କରୁଥିଲା କଣ ? କୋଟି କୋଟି ଟଙ୍କା ଶିମିଳିପାଳ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଥିଲା କାହା ସ୍ଵାର୍ଥରେ ?

୨୭୫୦ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ଶିମିଳିପାଳ ଅଭୟାରଣ୍ୟ ମୟୁରଭଞ୍ଜ ଜିଲ୍ଲାକୁ ବିଶ୍ଵ ଦରବାରରେ ପରିଚିତ କରିପାରିଛି । ଏସିଆର ଦ୍ଵିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ । ଆଉ ଶିମିଳିପାଳର ସୌନ୍ଦର୍ଯ୍ୟ ମନୋମହିଥାଏ ପର୍ଯ୍ୟଟକ ମାନଙ୍କର । ଏଥି ସହିତ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆକର୍ଷିତ ହୋଇ ଆସିଥାନ୍ତି ଦେଶ ବିଦେଶରୁ ବହୁ ପର୍ଯ୍ୟଟକ । ଶିକାରୀଙ୍କ ଚରାଭୂଇଁ ପାଲଟିଥିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରତିଦିନ ଶହ ଶହ ସଂଖ୍ୟାରେ ଶିକାରୀ , କାଠ ମାଫିଆ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବିଭିନ୍ନ ମାରଣାସ୍ତ୍ର ଧରି ପ୍ରବେଶ କରୁଥିବା ବେଳେ ଶିମିଳିପାଳ ସୁରକ୍ଷା ପାଇଁ ଲାଠି ଧରି ମୁତୟନ ହୋଇଛନ୍ତି ଅଳ୍ପ ସଂଖ୍ୟକ ବନ କର୍ମଚାରୀ ।

ଲାଠି ଧରି ବନ୍ଧୁକ ଧାରୀ ଶିକାରୀଙ୍କ ମୁକାବିଲା କରୁଥିଲେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ପ୍ରଟେକ୍ସନ ଆସିଷ୍ଟାଣ୍ଟ । ମାତ୍ର ଏବେ ଶିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି କକୁଆ ଭୟ। ଶିମିଳିପାଳକୁ ଜଗିଛି ଶସସ୍ତ୍ର ପୋଲିସ ବାହିନୀ । ଶିମିଳିପାଳରେ ମୁତୟନ ହୋଇଛନ୍ତି ୩ ପ୍ଲାଟୁନ ଫୋର୍ସ । ଶିମିଳିପାଳ ସଂଲଗ୍ନ ପୋଲିସ ଥାନା ପକ୍ଷରୁ କରାଯାଉଛି କମ୍ୱିଂ ଅପରେସନ। ଆଉ ମିଳୁଛି ସଫଳତା । ଏହାକୁ ଛାଡିଦେଲେ ବନବିଭାଗ ମଧ୍ୟ ପ୍ରସ୍ତୁତ କରୁଛି ନିଜ ସ୍ଵତନ୍ତ୍ର ଟିମ୍ । ଏସଟିପିଏଫ୍ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ । ଅତ୍ୟାଧୁନିକ ବନ୍ଧୁକ ସହ ତାଲିମ ନେଉଛନ୍ତି ଏହି ଏସଟିପିଏଫ୍।  ଏମାନଙ୍କ ସହ ହାତକୁ ହାତ ମିଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ସେନା ବିଭାଗର ଅଭିଜ୍ଞତା ଏବେ ଶିମିଳିପାଳ ସୁରକ୍ଷାରେ ଲଗାଉଛନ୍ତି ।

similipal

ବନରକ୍ଷୀ ବିମଲ ଜେନାଙ୍କ ପରେ ଗତ ବର୍ଷ ଜୁନ ୧୭ ତାରିଖରେ ଡେପୁଟୀ ରେଞ୍ଜର ମାଥୀ ହାଁସଦାଙ୍କୁ ଶିକାରୀ ଗୁଳି କରି ହତ୍ୟା କରିବା ପରେ ଶିମିଳିପାଳ ସୁରକ୍ଷା ନେଇ ତପରତା ଦେଖାଇଛନ୍ତି ରାଜ୍ୟ ସରକାର । ଉଭୟ ବନ ବିଭାଗ ଓ ପୋଲିସ ବିଭାଗକୁ ନେଇ ଯୁଗ୍ମ ଟାସ୍କ ଫୋର୍ସ ଜେଟିଏସ୍ ଗଠନ କରାଯାଇଛି । ଆଉ ଚାଲିଛି ଅପରେସନ ପୋଟେକ୍ଟ ଶିମିଳିପାଳ । ଏମାନଙ୍କ ସହ ଏସଟିପିଏଫ୍ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀ ଏବେ ବନକର୍ମଚାରୀଙ୍କ ମନବଳକୁ ଦ୍ଵିଗୁଣୀତ କରିଛି । ଯାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି ଶିମିଳିପାଳରେ । ବଢୁଛି ବନ୍ୟଜନ୍ତୁଙ୍କ ସଂଖ୍ୟା । ବଢୁଛି ବାଘ ସଂଖ୍ୟା । ଏନଟିସିଏ ଶିମିଳିପାଳରେ ୧୮ ଟି ମହାବଳ ବାଘ ଥିବା ଘୋଷଣା କରିଥିବା ବେଳେ ଏହି ବାଘ ସଂଖ୍ୟା ଏବେ ୩୦ କୁ ପହଁଚିଥିବା ଗଣନାରୁ ଜଣାପଡିଛି । ସରକାରୀ ଭବେ କୁହାଯାଇନଥିବା ବେଳେ ଶିମିଳିପାଳ କତ୍ତୃପକ୍ଷ କ୍ୟାମେରା ଟ୍ରାପରୁ ଏହି ସଂଖ୍ୟା ଆକଳନ କରିଛି । ଏପରିକି ଶିକାରୀ ଓ କାଠ ମାଫିଆଙ୍କ ମଧଯୟରେ ଏବେ କକୁଆ ଭୟ ସୃଷ୍ଟି ହୋଇଛି ।

କର୍ମଚାରୀ ଅଭାବ ସାଙ୍ଗକୁ ଅସ୍ତ୍ରଶସ୍ତ୍ର ଅଭାବ ଶିମିଳିପାଳର ବନ କର୍ମଚାରୀଙ୍କୁ ଡ୍ୟୁଟି କରିବା ପୂର୍ବରୁ ଦଶ ଥର ଭାବିବାକୁ ପଡୁଥିଲା ।  ନିଜ ଜୀବନକୁ ବାଜି ଲଗାଇ ବିପଦରେ ପକାଇ ଶିମିଳିପାଳ ସୁରକ୍ଷା ଦାଇତ୍ଵରେ ରହୁଥିଲେ ବନ କର୍ମଚାରୀ ।  ଯାହା ଫଳରେ ସଠିକ ଭାବେ ସୁରକ୍ଷା ବ୍ୟବସ୍ଥା କରିପାରୁ ନଥିବା ଅଭିଯୋଗ ଆଣିଥିଲେ ବନ କର୍ମଚାରୀ । ମାତ୍ର ଏବେ ସରକାରଙ୍କ ଏହି ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ର ବନ କର୍ମଚାରୀଙ୍କୁ ନୂଆ ଦିଶା ଦେଖାଇଛି ।

ଶିମିଳିପାଳ ପାଦଦେଶରେ ଥିବା ଗ୍ରମାବସୀ ମାନଙ୍କୁ ସଚେତନ କରିବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ସ୍ଵତନ୍ତ୍ର ଧ୍ୟାନ ଦେଉଛି ଜିଲ୍ଲା ପ୍ରଶାସନ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ମଧ୍ୟକୁ ଶହ ଶହ ସଂଖ୍ୟାରେ ବାଟ ରହିଛି ପଶିବାକୁ । ଆଉ ପ୍ରତିଦିନ ବିଭିନ୍ନ ଚଲା ବାଟ ଦେଇ ଶହ ଶହ ସଂଖ୍ୟାରେ ଶିକାରୀ ପ୍ରବେଶ କରିଥାନ୍ତି । ଏହାକୁ ରୋକିବାକୁ ନୂଆ ନିୟମ ପ୍ରଣୟନ କାରଯାଉଛି । ପୋଲିସ ଓ ବନ କର୍ମଚାରୀଙ୍କୁ ନେଇ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯଇଥିବା ବେଳେ ଏବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଏସଟିପିଏଫ୍ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ସୁରକ୍ଷାର ନୂଆ ରାହା ଦେଖାଇବ ନିଶ୍ଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.