ଶୁକ୍ରବାର ଦିନ ନିଶ୍ଚୟ କରନ୍ତୁ ଏହି ଉପାୟ, ଧନରେ ପରିପୂର୍ଣ୍ଣ ହୋଇଯିବ ଘର

ପ୍ରତ୍ୟେକ ଦିନର ଏକ ଖାସ୍‌ ମହତ୍ତ୍ୱ ରହିଛି। ସେହିପରି ଶୁକ୍ରବାରର ମଧ୍ୟ ବହୁତ ଖାସ୍‌ ମହତ୍ତ୍ୱ ରହିଛି। ଏହି ଦିନକୁ ମା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ। ଏଥିପାଇଁ ଶୁକ୍ରବାର ଦିନ ଘରର ସୁଖ-ସମୃଦ୍ଧି ପାଇଁ ଆପଣ ଛୋଟିଆ ଉପାୟ କରିପାରିବେ।

ମା ଲକ୍ଷ୍ମୀଙ୍କ ପ୍ରିୟ ରଙ୍ଗ ଧଳା, ଏଥିପାଇଁ ମାଆ ଲକ୍ଷ୍ମୀଙ୍କୁ ଚିନି, କ୍ଷୀର, ଦହି, କ୍ଷୀରି ଆଦି ଭୋଗ ଲଗାନ୍ତୁ। ଏହି ଦିନ ଧଳା ରଙ୍ଗର କପଡା ପରିଧାନ କରିବାକୁ ମଧ୍ୟ ବହୁତ ଶୁଭ ବୋଲି ଧରାଯାଏ।

ଶୁକ୍ରବାର ଦିନ ଘରେ ମନି ପ୍ଲାଣ୍ଟ ଲଗାଇବାକୁ ଭଲ ବୋଲି ଧରାଯାଏ। ଶୁକ୍ରବାର ଦିନ ଗଛ ଲଗାଇବା ମଧ୍ୟ ଶୁଭ ବୋଲି କୁହାଯାଏ। ଗଛକୁ କ୍ରୟ କରିବା ପରେ ତାକୁ ଆଣି ମାଙ୍କ ଚରଣରେ ରଖିଦିଅନ୍ତୁ। ଏବଂ ଏହାପରେ ଯାଇ ଫୁଲ କୁଣ୍ଡରେ ଲଗାନ୍ତୁ।

plantଶୁକ୍ରବାର ଦିନ ସଂନ୍ଧ୍ୟାରେ ମହିଳାମାନେ ସନ୍ତୋଷୀ ମାଙ୍କ ବ୍ରତ ମଧ୍ୟ ରଖନ୍ତି। ଏହି ବ୍ରତ ସନ୍ତାନ ପ୍ରାପ୍ତି, ସନ୍ତାନଙ୍କ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ରଖାଯାଏ। ଏହି ଦିନ ଖଟା ଜିନିଷକୁ ଖାଇବା ଉଚିତ ନୁହେଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଟଙ୍କାର ଅଭାବ ରହୁଥିଲେ ଶୁକ୍ରବାର ଦିନ ଟଙ୍କା ରଖୁଥିବା ଯାଗାରେ ପଦ୍ମ ଫୁଲ ରଖିଦିଅନ୍ତୁ। କିଛି ଦିନ ପରେ ଫୁଲ ମଉଳିଗଲେ ଏହାକୁ ପରିବର୍ତ୍ତନ କରି ପୁଣି ତାଜା ଫୁଲ ରଖିଦିଅନ୍ତୁ। ଶୁକ୍ରବାର ଦିନ ଆଲମାରୀରେ ୫ଟି କଉଡି ମଧ୍ୟ ରଖିପାରିବେ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପତି, ପତ୍ନୀଙ୍କ ଭିତରେ ଝଗଡା କିମ୍ବା ମନମାଳିନ୍ୟ ହେଉଥିଲେ ଶୁକ୍ରବାର ଦିନ ବେଡରୁମରେ ରାଧା-କୃଷ୍ଣଙ୍କ ଫଟୋ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.