ମମତା ଉପରେ ଭାରି ପଡ଼ିଗଲା ସଉକ, କାର କିଣିବା ପାଇଁ ମାଆ ବନିଗଲା କୁମାତା, ଆଉ ବିକିଦେଲା ୩ ମାସର ପୁଅକୁ

ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରୁ ଅତି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଜିଲ୍ଲାର ତିର୍ବା କୋତବାଲି ଅଞ୍ଚଳର ସତଉରା ଗାଁରେ ଭୌତିକ ସୁଖର ଇଚ୍ଛାକୁ ପୂରଣ କରିବା ପାଇଁ ନିଜ ମାଆ, ବାପା ଜନ୍ମ କଲା ପିଲାର ସଉଦା କରିଛନ୍ତି। କାର କିଣିବା ପାଇଁ ଦମ୍ପତି ନିଜ ୩ ମାସର ନବଜାତକକୁ ବିକି ଦେଇଛନ୍ତି।

ଶିଶୁର ଅଜା, ଆଈ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଦିଆଯାଇଛି ଧମକ। ଯେତେବେଳେ ଅଜା, ଆଈ ଏ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ, ତ ସେଠି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଅଭିଯୋଗ ଅନୁସାରେ, ଦୁଇ ଦିନ ପୂର୍ବେ ଆଈ ଯେତେବେଳେ ଝିଅକୁ ଫୋନ କରି ନିଜ ନାତି ବିଷୟରେ ପଚାରିଥିଲେ, ତ ସେପଟୁ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଏ ନେଇ ସନ୍ଦେହ ହେବାରୁ ସେମାନେ ଗାଁକୁ ଯାଇ ପଚରାଉଚରା କରିଥିଲେ। ପରେ ଝିଅ ଓ ଜ୍ବାଇଁଙ୍କୁ ପଚାରିବାରୁ ସେମାନେ ଜଣେ ବେପାରୀକୁ ନିଜ ପୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକି ଦେଇଥିବା କହିଥିଲେ।

ତେବେ ଆଈ ଅଭିଯୋଗ ଆଣିଛନ୍ତି କି, ଝିଅ, ଜ୍ୱାଇଁ ତାଙ୍କ ନାତିକୁ ଏଥିପାଇଁ ବିକି ଦେଇଛନ୍ତି, କାରଣ, ସେମାନଙ୍କୁ ଏକ କାର କିଣିବାର ଥିଲା। ଏପରିକି, ସେମାନେ ୧୦ ଦିନ ହେବ ଗୁପ୍ତ ଭାବେ ଏ ସବୁ କରିଛନ୍ତି। ପୁଅକୁ ବିକି ମିଳିଥିବା ପଇସାରେ ଏକ ପୁରୁଣା କାର କିଣିଛନ୍ତି।

ଅଭିଯୋଗରେ ଆହୁରି ଉଲ୍ଲେଖ କରାଯାଇଛି ଯେ ନାତିକୁ ଫେରାଇ ଆଣିବାକୁ ଚାପ ପକାଇବାରୁ ଏଥିରେ ରାଗିଯାଇ ଜ୍ୱାଇଁ ସେମାନଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି। ତେବେ ଏହି ମାମଲାରେ ତଦନ୍ତ ଚାଲିଛି। ଅଭିଯୋଗ ଆଧାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.